ସିଂହ ଠାରୁ ବିଛା ରାଶି ପର୍ଯ୍ୟନ୍ତ ବ୍ୟକ୍ତି ବିଶେଷ ମାନଙ୍କ କ୍ଷେତ୍ରରେ କଣ ପରିବର୍ତ୍ତନ ଆସିବ ବୃହସ୍ପତି ଚଳନରେ ଆସନ୍ତୁ ଜାଣିବା – Dr. Bhabani Shankar Mohapatra

ବୃହସ୍ପତି ରାଶିର ଚଳନ ଏବେ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରୁଛନ୍ତି।ତେଣୁ ଅନେକ ଙ୍କ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି।ବୃହସ୍ପତି ମହାଗ୍ରହ ଏକ ଏମିତି ମହାଗ୍ରହ ଯାହାଙ୍କର ସ୍ଥିତିକୁ ନେଇକି ଆମେ ସମଗ୍ର ବିଶ୍ଵ କୁ ଭଲ ଭାବରେ ବର୍ଣ୍ଣନା କରି ପାରିବା। ଚଳିତ ବର୍ଷ ଶେଷ ହେବାକୁ ଥିବା ବେଳେ ରାଶି ଏବଂ ଗ୍ରହ ଉପଗ୍ରହ ମାନଙ୍କର ଅବସ୍ଥିତି ନିଶ୍ଚିତ ବଦଳିବ ଏବଂ ଅନେକ ଙ୍କ ଭାଗ୍ୟ ଉଦୟ ହେବାକୁ ଥିବା ବେଳେ ଅନେକଙ୍କ ରାଶିରେ ଶନି ଙ୍କ ପ୍ରବେଶ ହେତୁ କିଛିଟା ମନ୍ଦ ଘଟଣା ମଧ୍ୟ ଘଟିପାରେ।

ତେବେ ମୋଟାମୋଟି ଭାବରେ କହିବାକୁ ଗଲେ ଆସନ୍ତା ବର୍ଷ ଟି ସମସ୍ତଙ୍କ ପାଇଁ କିଭଳି ରହିବ ଏବଂ ଏହାର ପ୍ରଭାବ କେଉଁ ଭଳି ପଡ଼ିବାକୁ ଯାଉଛି ତାହା ଆମେ ଏଠାରେ ସଂକ୍ଷେପରେ ଆଲୋଚନା କରିବା।

ତେବେ ବୃହସ୍ପତି ଚଳନ ରେ ସିଂହ ଠାରୁ ବିଛା ରାଶି ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିଙ୍କ ଉପରେ କିପରି ପ୍ରଭାବ ପଡ଼ିବ ତାହା ଆମେ ଆଜି ବର୍ଣ୍ଣନା କରିବା। ବୃହସ୍ପତି ୯ ଡିସେମ୍ବର ୨୦୨୦ ବୁଧବାର ଦିନ ଦିବା ୧ ଘଟିକା ୨୪ ମିନିଟ୍ ରେ ଉତ୍ତର ଆଷାଢ଼ ନକ୍ଷତ୍ରକୁ ପ୍ରବେଶ କରିବେ ଏବଂ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ରହିବେ ।

ପରେ ୬ ଜାନୁଆରୀ ୨୦୨୧ ପରେ ଏହା ଶ୍ରବଣା ନକ୍ଷତ୍ର କୁ ଚଳିବେ ଏବଂ ୪ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ନକ୍ଷତ୍ର ରେ ରହିବେ।ତେବେ ଏହା ଦ୍ବାରା ଆଗାମୀ ଦିନରେ ଏହି ବୃହସ୍ପତି ଚଳନ ପାଇଁ ସିଂହ, କନ୍ୟା, ତୁଳା ଏବଂ ବିଛା ରାଶିର ବ୍ୟକ୍ତି ବିଶେଷ ମାନଙ୍କ କ୍ଷେତ୍ରରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେବ ତାହା ଆମେ ଜାଣିବା।

ସିଂହ- ଆପଣଙ୍କୁ ସମସ୍ତେ ସମ୍ମାନ ଦେବେ। ଆପଣଙ୍କ କଥାକୁ ସମସ୍ତେ ଗ୍ରହଣ କରିବେ। ଏମାନେ ସ୍ପଷ୍ଟ ବାଦି ଅଟନ୍ତି। କିନ୍ତୁ କ୍ଷଣ କ୍ରୋଧୀ ଅଟନ୍ତି। ଅନ୍ୟ ମାନଙ୍କ ପ୍ରତି ଏମାନଙ୍କ ସ୍ନେହ, ଶ୍ରଦ୍ଧା ଭଲପାଇବା ବଢ଼ିବ। ମାଲି, ମକୋଦ୍ଦମା ରେ ବିଜୟୀ ଲାଭ କରିବେ।

କନ୍ୟା- ସମସ୍ତ ବାଧା ବିଘ୍ନ ଦୂର ହେବା ସହିତ ଆପଣଙ୍କୁ ସଫଳତା ମିଳିବ ଓ କର୍ମ କ୍ଷେତ୍ରରେ ବିଜୟୀ ହେବେ।ଆପଣଙ୍କର ସମସ୍ତ କାର୍ଯ୍ୟ ସିଦ୍ଧି ହେବା ସହିତ ମନ ସ୍କାମନା ମଧ୍ୟ ପୂର୍ଣ୍ଣ ହେବ। ଜୀବନରେ ପରିବର୍ତ୍ତନ ଆସିବ।

ତୁଳା- ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଉନ୍ନତି ଆସିବା ସହିତ ପାରିବାରିକ ଜୀବନରେ ମଧ୍ୟ ଖୁସି ଖେଳିଯିବ ଏବଂ ଆପଣଙ୍କୁ ଅନେକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ସନ୍ତାନ ସୁଖ ପ୍ରାପ୍ତ ହେବ। ସାଂସାରିକ ସମ୍ପର୍କରେ ମଧୁରତା ଆସିବ।

ବିଛା- ଆପଣଙ୍କ ପୂର୍ବ ପ୍ରଦତ୍ତ ଯୋଜନା କୁ ପୂର୍ଣ୍ଣ ଫଳ ପ୍ରାପ୍ତ ହେବ। ପାରିବାରିକ ଶାନ୍ତି ବଢ଼ିବ। ଅର୍ଥନୈତିକ ସ୍ତରରେ ଆପଣ ସ୍ୱାବଲମ୍ବୀ ହେବେ। ଗୃହ ଶାନ୍ତି ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ସଫଳତା ପାଇବେ ଏବଂ ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।