ସିନ୍ଦୂର ) କେଉଁ ଜାଗାରେ ଲଗେଇଲେ ସ୍ୱାମୀର ଆୟୁଷ ବୃଦ୍ଧି ହୁଏ,ପିଲା ଓ ଶାଶୁଶଶୁରଙ୍କ ଆୟୁଷ ବଢେ#
ହିନ୍ଦୁ ଧର୍ମରେ ସିନ୍ଦୂର ର ମହତ୍ୱ ବହୁତ ଉର୍ଦ୍ଧ ରେ ରହିଛି ଏବଂ ବିବାହିତା ମହିଳା ମାନେ ସିନ୍ଦୁର ପିନ୍ଧିବାର କଥା ଶାସ୍ତ୍ର ରେ ପ୍ରମାଣିତ ଅଟେ | ବିନା ସିନ୍ଦୁର ରେ ବିବାହିତା ମହିଳା ଅଧୁରା ଅଟନ୍ତି କାରଣ ବିବାହିତା ମହିଳା ମାନେ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀ ଙ୍କର ଭାଗ୍ୟ ଉଦିତ ହୋଇ ଥାଏ | ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ସିନ୍ଦୁର ହେଉଛି ମଙ୍ଗଳ ଙ୍କର ପ୍ରତୀକ ବିବାହିତା ନାରୀ ଯେତେବେଳେ ମଥାରେ ସିନ୍ଦୁର ଧାରଣ କରୁଛନ୍ତି ତାହେଲେ ମଙ୍ଗଳ ଙ୍କର ଯେଉଁ ଖରାପ ପ୍ରଭାବ ତାଙ୍କ ପରିବାର ଉପରେ ହେଉ କି ତାଙ୍କ ସ୍ୱାମୀ ଙ୍କ ଉପରେ ହେଉ ତାହା ଖଣ୍ଡନ ହୋଇ ଥାଏ |
ପ୍ରତେକ ଶୁକ୍ରବାର ଦିନ ଆପଣ ଚେଷ୍ଟା କରନ୍ତୁ କି ଆପଣଙ୍କ ସ୍ୱାମୀ ଙ୍କ ହାତରୁ ସିନ୍ଦୁର ଲଗାଇବା ପାଇଁ ଏହା ଆପଣଙ୍କ ସ୍ୱାମୀଙ୍କ ଜୀଵନ ପାଇଁ ଉକୃଷ୍ଟ ରହିବ | ଆପଣଙ୍କ ଦାମ୍ପତ୍ୟ ଜୀଵନ ସୁଖମୟ ରହିବ ଏନ ଏହା ସହିତ ପତି ପତ୍ନୀ ଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଏବଂ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ଉଭୟଙ୍କ ଉପରେ ରହିବ | ତେବେ ଆସନ୍ତୁ ଜାଣିବା ପ୍ରତେକ ସଧବା ନାରୀ କେଁଉ ଜାଗାରେ ସିନ୍ଦୁର ଲଗାଇବା ଉଚିତ |ତେବେ ସାଧବା ନାରୀ ମାନଙ୍କୁ 4ଟି ଜାଗାରେ ସିନ୍ଦୁର ଲଗାଇବାର ଶାସ୍ତ୍ର ପ୍ରମାଣ ରହିଛି, ସିନ୍ଥିରେ, ଲଲାଟ ରେ, ଗଳାରେ, ହସ୍ତରେ ଲଗାଇବା ଉଚିତ | ଯେତେବେଳେ ନାରୀ ସିନ୍ଥିରେ ସିନ୍ଦୁର ଧାରଣ କରନ୍ତି ତାହା ମା ଲକ୍ଷ୍ମୀ ଙ୍କ ଉଦେଶ୍ୟ ରେ ହୋଇ ଥାଏ ଏହା ଦ୍ୱାରା ସ୍ୱାମୀଙ୍କର ଦୀର୍ଘାୟୁ ହୋଇ ଥାଏ |
ଯେତେବେଳେ ମା ଓ ଭଉଣୀ ମାନେ ତାଙ୍କ କଣ୍ଠରେ ସିନ୍ଦୂର ଧାରଣ କରନ୍ତି ତାହା ମାତା ସରସ୍ବତୀ ଙ୍କ ଉଦେଶ୍ୟ ରେ ଧାରଣ କରିଥାନ୍ତି ଏବଂ ସନ୍ତାନ ମାନଙ୍କ ଦୀର୍ଘାୟୁ କାମନା କରି ସିନ୍ଦୁର ଧାରଣ କରିଥାନ୍ତି |
ଲଲାଟରେ ବା କପାଳରେ ଯେତେବେଳେ ସିନ୍ଦୁର ଧାରଣ କରିଥାନ୍ତି ତାହା ମା ସାବିତ୍ରୀ ଙ୍କ ଉଦେଶ୍ୟ ରେ କରିଥାନ୍ତି, ଏହା ଦ୍ୱାରା ତାଙ୍କ ଶାଶୁ ଶଶୁର ଙ୍କର ଦୀର୍ଘାୟୁ କାମନା କରିଥାନ୍ତି | ହସ୍ତରେ ମଣିବନ୍ଧରେ ଯେତେବେଳେ ସିନ୍ଦୁର ଧାରଣ କରନ୍ତି ତାହା ମାତା ପାର୍ବତୀ ଙ୍କ ଉଦେଶ୍ୟ ରେ କରିଥାନ୍ତି ଆଉ ଏହା ମାତା ପାର୍ବତୀ ନାରୀ ମାନଙ୍କୁ ସତୀ ପ୍ରଦାନ କରିଥାନ୍ତି |
ତେବେ ବର୍ତ୍ତମାନ ଜାଣିବା କି କେଁଉ ଜାଗାରେ ସିନ୍ଦୁର ପିନ୍ଧିଲେ କେଁଉ ମନ୍ତ୍ର ଉଚ୍ଚାରଣ କରିବା ଉଚିତ | ଆପଣ ଯେତେବେଳେ ସିନ୍ଥିରେ ସିନ୍ଦୂର ଲଗାଉଛନ୍ତି ସେତେବେଳେ ଓଁ ମହା ଲକ୍ଷ୍ମୟେ ନମଃ, ଏହି ମନ୍ତ୍ର କୁ ମନ ମଧ୍ୟରେ ଉଚ୍ଚାରଣ କରି ଆପଣ ସିନ୍ଥିରେ ସିନ୍ଦୁର ଲଗାନ୍ତୁ | ଦ୍ୱିତୀୟରେ ଲଲାଟରେ ଯେତେବେଳେ ସିନ୍ଦୁର ଲଗାଇବେ ସେତେବେଳେ ଓଁ ସାବିତ୍ରୀ ଦେବୀ ନମଃ ଏହି ମନ୍ତ୍ର କୁ ଉଚ୍ଚାରଣ କରନ୍ତୁ | କଣ୍ଠରେ ଯେତେବେଳେ ସିନ୍ଦୂର ଧାରଣ କରୁଛନ୍ତି ସେତେବେଳେ ଓଁ ସରସ୍ବତୀ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ | ଯେତେବେଳେ ମଣିବନ୍ଧରେ ସିନ୍ଦୁର ଲଗାଇବେ ସେତେବେଳେ ଓଁ ପାର୍ବତୀ ଦେବୀ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ | ଏହିଭଳି ଭାବରେ ଆପଣ ଏହି 4ଟି ଜାଗାରେ ସିନ୍ଦୁର ଲଗାନ୍ତୁ |