ଶିଘ୍ର ଗର୍ଭବତୀ ହେବା ପାଇଁ କେଉଁ ସମୟରେ ସହବାସ କରିବା ଉଚିତ୍ ! ଜାଣନ୍ତୁ କେଉଁ ଦିନ ସହବାସ କରିବେ ଏବଂ କେମିତି କରିବେ ?
ପ୍ରତ୍ୟେକ ମାସରେ ଏମିତି କେତୋଟି ଦିନ ଥାଏ, ଯଏଉଁ ଦିନ ସହବାସ କରିଲେ ପ୍ରେଗନେଟ୍ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଏହି ଦିନ ଗୁଡିକ ପ୍ରତ୍ୟେକ ମହିଳାଙ୍କ ପାଇଁ ଅଲଗା ଅଲଗା ହୋଇଥାଏ , ଏହିଦିନ ଗୁଡିକ ମହିଳାଙ୍କର ମାସିକ ଧର୍ମ ଉପରେ ନିର୍ଭର କରିଥାଏ । ସହବାସର ସଠିକ୍ ଦିନ ଗଣନା କରିବା ପାଇଁ ମାସିକ ଋତୁସ୍ରାବର ଚକ୍ରକୁ ବୁଝିବାକୁ ହେବ ।
ପ୍ରତ୍ୟେକ ମହିଳାଙ୍କର ଋତୁସ୍ରାବ ହେବାର ଦିନଟି ହେଉଛି ଏହି ଚକ୍ରର ପ୍ରଥମ ଦିନ । ପିରିୟଡସ୍ ହେବାର 6ଦିନ ପରେ ମାସିକ ଧର୍ମ ବନ୍ଦ ହୋଇଯାଏ । ତାପରେ ମହିଳାର ଅଣ୍ଡାଶୟରେ ଗୋଟିଏ ଅଣ୍ଡା ଡେଭଲୋପ ହେବାକୁ ଲାଗେ । ଏହି ଅଣ୍ଡା ସଂମ୍ପୂର୍ଣ୍ଣ ରୂପେ ବିକଶିତ ହେବା ପାଇଁ 5ଦିନ ସମୟ ନେଇଥାଏ ।
ଅର୍ଥାତ ପିରିୟଡସ୍ ଆରମ୍ଭ ହେବାଦିନ ଠାରୁ ଏଗାରଦିନ ପର୍ଯ୍ୟନ୍ତ ଗୋଟିଏ ଅଣ୍ଡା ବିକଶିତ ହୋଇଥାଏ । ଏହାକୁ ଓଭୋଲେସ୍ନ୍ କୁହାଯାଏ । ଏହି ଅଣ୍ଡା ପୁରୁଷଙ୍କ ଡିମ୍ବାଣୁ ସହିତ ଭେଟିବା ପାଇଁ ଗର୍ଭାଶୟରେ ଆସି ଅପେକ୍ଷା କରେ । ଓଭୋଲେସନ୍ ହେବା ଦିନ ଠାରୁ ପରବର୍ତ୍ତି 5ଦିନ ହେଉଛିସହବାସ କରିବାର ସଠିକ୍ ସମୟ ।
ଅର୍ଥାତ ପରିୟଡସ୍ ଆରମ୍ଭ ହେବା ଦିନରୁ 11 ଦିନ ଛାଡି ଦେଲା ପରେ ଲଗାତାର 5ଦିନ ପର୍ଯ୍ୟନ୍ତ ସହବାସ କରିଲେ ପ୍ରେଗନେଟ୍ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ଥାଏ । ଯଦି ଏହି ସମୟରେ ପୁରୁଷର ଡିମ୍ବାଣୁ ସ୍ତ୍ରୀର ଅଣ୍ଡା ସହିତ ମିଶିଯାଏ ତେବେ ଗର୍ଭ ଧାରଣ ହୋଇଯାଏ । କିନ୍ତୁ ପିରିୟଡସ୍ ହେବାର 20ଦିନ ପରେ ପ୍ରେଗନେଟ୍ ହେବାର ସମ୍ଭାବନା ବହୁତ କମିଯାଏ । ତେଣୁ ଆପଣ ଏହି ସମୟରେ ଯେତେ ଚେଷ୍ଟା କରିଲେ ମଧ୍ୟ ଗର୍ଭ ଧାରଣ ହୋଇ ପାରିନଥାଏ ।
ତେଣୁ ଯଦି ଆପଣ ଗର୍ଭଧାରଣ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କ ନିଜର ପିରିୟଡସ୍ ଡେଟ୍ କୁ ନୋଟ କରନ୍ତୁ । ଆଉ ସେହି ଡେଟ୍ କୁ 11 ଦିନ ଛାଡି ପ୍ରତ୍ୟେକ ଦିନ ସହବାସ କରନ୍ତୁ । ଆପଣ ଯଦି ଓଭୋଲେସନ୍ ଦିନ ଜାଣିବା ପାଇଁ ଚାହୁଁଛନ୍ତି ତେବେ ତାହାକୁ ଜାଣିବା ପାଇଂ ମାର୍କେଟରେ ଓଭୋଲେସନ୍ କିଟ୍ ମଧ୍ୟ ମିଳୁଛି ।
ଆପଣଙ୍କର ପିରିୟଡସ୍ ସରିବା ପରେ ଏହି ଓଭୋଲେସନ୍ କିଟ୍ ରେ ପ୍ରତ୍ୟେକ ଦିନ ପରିସ୍ରା କିଛି ଡ୍ରପ ପକାଇ ଟେଷ୍ଟ କରନ୍ତୁ । ଏହାଦ୍ବାରା ଆପଣ ଜାଣି ପାରିବେ ଯେ ଆପଣଙ୍କ ଅଣ୍ଡାଶୟରୁ କେବେ ଅଣ୍ଡା ରିଲିଜ୍ ହେଲା ଏବଂ ସେହି ଦିନରୁ ଆପଣ ସହବାସ କରିବା ଆରମ୍ଭ କରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।