ଶୀତଦିନେ ସକାଳୁ ଉଠିବା ପରେ ବାରମ୍ବାର ଛିଙ୍କ ହେଉଛି କି? ଜାଣନ୍ତୁ ଏହାର ଘରୋଇ ଚିକିତ୍ସା – DR. HIMA
ଆପଣ ଜାଣିଛନ୍ତି ଅନେକ ଲୋକଙ୍କ ପାଖରେ କିଛି ନା କିଛି ଆଲାର୍ଜି ରହିଥାଏ। ଏଥିପାଇଁ ଲୋକମାନେ ଅନେକ ସମୟରେ ଚିନ୍ତାରେ ରହିଥାନ୍ତି। ବର୍ତ୍ତମାନ ସମୟରେ ପ୍ରଦୂଷଣ ବୃଦ୍ଧି କାରଣରୁ ଲୋକେ କୌଣସି ନା କୌଣସି କାରଣରୁ ଏଲର୍ଜି ର ଶିକାର ହେଉଛନ୍ତି। ସେହିପରି ଏକ ଏଲର୍ଜୀ ହେଉଛି ଛିଙ୍କ ହେବା। ଯାହାକୁ ଲୋକ ସାଧାରଣତଃ କୁହନ୍ତି ଯେ ମୋତେ ଥଣ୍ଡା ହୋଇ ଯାଇଛି ବା ଥଣ୍ଡା ବହୁତ୍ ଦିନ ଧରି ହୋଇଛି ଛାଡୁ ନାହିଁ। ତେବେ ଏହା ଥଣ୍ଡା ନୁହଁ।ଏହା ହେଉଛି ଏକ ଆଲାର୍ଜି। ତେବେ ଏହି ରୋଗକୁ କୁହାଯାଏ ଆଲାର୍ଜି ରାଇନାଇଟିସ।
ତେବେ ସାଧରଣ ଭାବରେ ଆମେ ଯଦି ଦେଖିବା ତାହେଲେ ଆଲାର୍ଜି ହେଉଛି ଇମ୍ୟୁନିଟି ର ଏକ ହାଇପର ସେନସିଟିଭିଟି ରିଆକ୍ସନ୍। ଯେଉଁଟା କି କୁହା ଯାଇଥାଏ ଯେ ଆପଣଙ୍କର ଯେଉଁ ଜିନିଷ ପ୍ରତି ହାଇପର୍ ସେନସିଟିଭିଟି ରହିଛି ସେହି ଜିନିଷକୁ ଯଦି ଆପଣ ଇନହେଲ କରୁଛନ୍ତି ବା ଭିତରକୁ ନେଉଛନ୍ତି ତାହେଲେ ସେଇଟା ଏକ
ଆଲାର୍ଜିକ ରିଆକ୍ସନ ହୋଇପାରେ। ତେବେ ଆମେ ଯେଉଁ ଆଲାର୍ଜି କଥା କହୁଛୁ ତାହା ଦୁଇ ପ୍ରକାରର ଅଟେ। ଗୋଟିଏ ହେଉଛି ସିଜନାଲ ଏବଂ ଅନ୍ୟଟି ହେଉଛି ପେରେନିଆଲ୍। ତେବେ ସିଜନାଲ ମାନେ ହେଉଛି ଗୋଟିଏ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଏହା ଦେଖାଦିଏ।
ଏହା ବେଶି ସମୟ ଧରି ରୁହେ ନାହିଁ। ପ୍ରାୟତଃ ବସନ୍ତ ଋତୁରେ ଏହି ଆଲାର୍ଜି ଯାହାକୁ ପୋଲେନ୍ ଆଲାର୍ଜି ବୋଲି ମଧ୍ୟ କୁହାଯାଏ ତାହା ଲୋକଙ୍କୁ ହୋଇଥାଏ। କିନ୍ତୁ ପେରେନିଆଲ୍ ଆଲାର୍ଜୀ ଆମ ଘର ପରିବେଶ ଭିତରୁ ହିଁ ହୋଇଥାଏ।
ଯେମିତିକି ଫଙ୍ଗସ ର ବ୍ଲାକ ପେଚେସ ଗୁଡ଼ିକ ଦେଖାଯାଏ। ସେଗୁଡିକ ବିଭିନ୍ନ ପ୍ରକାର ୱେ ରେ ଆମ ନାକ ଦେଇ ଭିତରକୁ ଯାଆନ୍ତି।ଆଉ ପୁରୁଣା ଗଦିର ଡଷ୍ଟ ଯେତେବେଳ ଉଡେ ତାକୁ ଇନହେଲ କରିବା ଦ୍ଵାରା ପେରେନିଆଲ୍ ଆଲାର୍ଜି ଥିବା ଲୋକଙ୍କୁ ଏହା ଅଧିକ ପ୍ରଭାବିତ କରେ। ବିଶେଷ କରି ଏହା ସକାଳେ ହୋଇଥାଏ।
ସକାଳୁ ସକାଳୁ ଏହାର ଲକ୍ଷଣ ଗୁଡ଼ିକ ଦେଖାଯାଏ। ସକାଳୁ ଉଠିବା ମାତ୍ରେ ଛିଙ୍କ ଆରମ୍ଭ ହୁଏ। ନାକରୁ କଞ୍ଚାପାଣି ବାହାରେ। କାହାକୁ ସପ୍ତାହରେ 3-4 ଦିନ ହୁଏ ତ ପୁଣି କାହାକୁ ସପ୍ତାହେ ଧରି ଲାଗିରୁହେ। ତେବେ ଏସବୁ କୁ ଜଲଦି ଚିକିତ୍ସା ନକଲେ ଏହା ଗୁରୁତର ହୁଏ।
ଏଭଳି ଆଲାର୍ଯି ମେଡିସିନ ଖାଇଲେ ଭଲ ରୁହେ ପୁଣି ମେଡିସିନ ସରିଗଲେ ଏହା ଆରମ୍ଭ ହୋଇଯାଏ।ତେଣୁ ଏଥିପାଇଁ ଆପଣଙ୍କୁ ମେଡିକେଶନ ର ଆବଶ୍ୟକତା ରହିଛି ଆଉ ତା ସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ ଆପଣଙ୍କୁ ଏହାର ଉଚିତ୍ ଚିକିତ୍ସା କୁ ଆପଣେଇବାର ଅଛି। ଏଥିପାଇଁ ଥିବା ଏକ ନୂଆ ପ୍ରକାରର ଚିକିତ୍ସା ପଦ୍ଧତି ହେଉଛି ଇମ୍ୟୁନ ଥେରାପି। ଯାହା ଦ୍ଵାରା ଆପଣ ଏହିଭଳି ଆଲାର୍ଜୀ ରୁ ଦୂରେଇ ରହି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।