ହେ ଭଗବାନ .ସ୍ବାଧିନତାର 74 ବର୍ଷ ହୋଇଥିଲେ ମଧ୍ୟ ଶିକ୍ଷାକୁ ଆଗକୁ ନେବା ପାଇଁ ଛାତ୍ରୀ କରୁଛନ୍ତି ଶ୍ରମିକ କାମ ! ଦୟାକରି କମେଣ୍ଟ କରନ୍ତୁ ଏପରି ପରିସ୍ଥିତି ପାଇଁ ପ୍ରକୃତରେ ଦାୟି କିଏ ?

ଆଜିର ସମୟରେ ଶିକ୍ଷା ବିଷୟବସ୍ତୁ ହୋଇଗଲାଣି ଯାହାକୁ ପ୍ରତ୍ୟେକ ବ୍ୟକ୍ତି ମାନେ ଗ୍ରହଣ କରୁଛନ୍ତି । କାରଣ ଆଜିର ସମାଜରେ ଯିଏ ଶିକ୍ଷା ଅର୍ଜନ କରିନାହିଁ ସେ ଦୁନିଆ ବିଷୟରେ କିଛି ଜାଣିନାହିଁ । ତେଣୁ ଶିକ୍ଷା ସମସ୍ତଙ୍କ ପାଇଁ ଆବଶ୍ୟକ ଅଟେ । ଶିକ୍ଷା ଅର୍ଜନ କରିବା ପାଇଁ ଛାତ୍ରଛାତ୍ରୀ ମାନେ ବହୁତ ପରିଶ୍ରମ କରନ୍ତି ଏବଂ ଭଲ ପାଠ ପଢିବା ମଧ୍ୟ ଚାହାନ୍ତି । ଏଥିରେ ପିତା ମାତାଙ୍କର ବହୁତ କଷ୍ଟ ଲୁଚି ରହିଥାଏ ।ଅନେକ ସମୟରେ ଦେଖାଯାଏ କି କେତେକ ଘରରେ ଆର୍ଥିକ ଅବସ୍ଥା ଖରାପ ଥିବାରୁ ପରିବାର ଲୋକମାନେ ପିଲା ମାନଙ୍କୁ ପାଠ ପଢେଇବାରେ ସକ୍ଷମ ହୋଇପାରନ୍ତି ନାହିଁ ।

ମାତ୍ର କେତେକ ଘରେ ଯେତେ କଷ୍ଟ ହେଲେ ମଧ୍ୟ ସେମାନେ ପିଲା ମାନଙ୍କୁ ପାଠ ପଢାଇଥାନ୍ତି ତାଙ୍କର ଭବିଷ୍ୟତକୁ ସୁନ୍ଦର କରିବା ପାଇଁ । ତେବେ ଯେଉଁ ଛାତ୍ର ଛାତ୍ରୀ ତାହାର ମୂଲ୍ୟ ବୁଝିଥାନ୍ତି ସେମାନେ ମଧ୍ୟ ତାର ଶିକ୍ଷାକୁ ଆଗକୁ ନେବା ପାଇଁ ବହୁତ କଷ୍ଟ କରିଥାନ୍ତି । କାରଣ ସେପରି ଏକ ଘଟଣା ଏବେ ଆମ ମାନଙ୍କ ସାମ୍ନାରେ ରହିଛି। ନିଜର ଶିଭାକୁ ଆଗକୁ ନେବା ପାଇଁ ଛାତ୍ରୀ ଜଣକ କରିଲେ ଏପରି କାମ ଯାହା ଆପଣ ମାନେ ଶୁଣିଲେ ବହୁତ ଦୁଃଖ ପ୍ରକାଶ କରିବେ ।

ପାଠ ପଢିବାର ଇଚ୍ଛାଶକ୍ତି ଥିଲେ କୌଣସି ବାଧା ବନ୍ଧନ ଅଟକାଇ ପାରିବ ନାହିଁ । ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଶିକ୍ଷା କରିବାର ନିଶା କିପରି ଜଣେ ଛାତ୍ରୀଙ୍କୁ ବହୁତ ପରିଶ୍ରମ କରିବାକୁ ଗାଁ ଦାଣ୍ଡକୁ ନେଇ ଆସିଛି ତାହାର କଥା ଆମେ ଆପଣ ମାନଙ୍କୁ କହିବୁ । 

ଆପଣ ମନେ ଦେଶୁଥିବେ କି ଗ୍ରାମରେ ଦାଣ୍ଡରେ ଚାଲିଛି ମନରେଗା କାମ , ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଜବ କାର୍ଡ ପାଇଥିବା ଲୋକମାନଙ୍କୁ ଏହି କାମ ଯୋଗାଇ ଦିଆଯାଉଛି ।

 ହେଲେମୁଣ୍ଡରେ ମାଟି ବୁହାଉଥିବା ଏହି ଛାତ୍ରଟିକୁ ଦେଖିଲେ ଆପଣ ମାନେ ବହୁତ ଦୁଃଖ ପ୍ରକାଶ କରିବେ କାହିଁକିନା ସେ ହେଉଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ରୀ । ତେବେ ଆପଣ ମାନେ ଭାବୁଥିବେ କି ଉଚ୍ଚ ଶିକ୍ଷିତା ହୋଇ ମଧ୍ୟ ଛାତ୍ରୀ ଜଣକ ମୂଲ ଲାଗୁଛନ୍ତି କାହିଁକି । ଏହା ପଛର କାରଣ ଜାଣିଲେ ପଥର ଛାତି ମଧ୍ୟ ତରଳିଯିବ ।

ସହି ଝିଅଟି ଖୋର୍ଦ୍ଦାର ଏକ ଘରୋଇ ଇ଼ଞ୍ଜିନିୟରିଂ କଲେଜରେ ଡିପ୍ଲୋମା କରୁଛନ୍ତି । ସିବିଲ ଇଞ୍ଜିଂନିୟରଂରେ ଡିପ୍ଲୋମା ସରିଥିଲେ ମଧ୍ୟ ତାଙ୍କର ସାର୍ଟିଫିକେଟ ମିଳିନାହିଁ । କାହିଁକିନା କଲେଜର ବକେୟା ଫର୍ଟ ଟଙ୍କା ସେ ଦେଇ ପାରିନାହାନ୍ତି । ବାପା ମାଙ୍କର ସେମାନେ ହେୁଛନ୍ତି ପାଞ୍ଚ ଜିଅ ସମସ୍ତେ ପାଠ ପଢୁଛନ୍ତି । ଏହା ପରେ ଖର୍ଚ୍ଚ ତୁଲେଇବା ପରିବାର ପକ୍ଷରେ ସମ୍ଭବ ହୋଇ ପାରୁନଥିବାରୁ ସେ କଲେଜ ଫି ଦେଇ ପାରି ନାହାନ୍ତି । ତେଣୁ କରି କଲେଜରେ ପକେଇଥିବା ସାର୍ଟିପିକେଟକୁ ମୁକୁଳେଇବା ପାଇଁ ସେ ଏମିତି ମୂଲ ଲାଗୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।