Shocking ଭିଡିଓ – ନଦୀରେ ବାପା ଓ ତିନି ପୁଅ ଗାଧାଉ ଥିଲେ ହଠାତ୍ ବଢିଲା ପାଣି, ୩ ଛୁଆ ବୁଡ଼ିଯିବା ଦେଖି ନଦୀକୁ ଡେଇଁ ପଡ଼ିଥିଲେ ବାପା…ଆଉ ତା’ପରେ ଯାହା ହେଲା ଦେଖିଲେ ଛାତି ଥରି ଉଠିବ…ଦେଖନ୍ତୁ Video

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ଘଟଣା ସାମ୍ନା କୁ ଆସିଥାଏ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ତେବେ ପ୍ରକୃତି ଆମର ଜୀବନ ବଞ୍ଚାଇ ଥାଏ ସତ କିନ୍ତୁ ବେଳେ ବେଳେ ସେହି ପ୍ରକୃତି ମଧ୍ୟ ଏତେ ନିଷ୍ଠୁର ହୋଇ ଯାଇଥାଏ କି କାହାର ଜୀବନ ମଧ୍ୟ ନେଇ ଯାଇଥାଏ | କଥାରେ ମଧ୍ୟ ଅଛି କି ଜଳ ବିହୁନେ ସୃଷ୍ଟି ଜନ୍ମ ଓ ଜଳ ବିହୁଳେ ସୃଷ୍ଟି ନାଶ, ତେବେ ଏହି ଜଳ ବିନା ଯେମିତି ମଣିଷ ଟିଏ ବଞ୍ଚି ପାରିବ ନାହିଁ ସେହିଭଳି ଏହି ଜଳ ଲୋକ ମାନଙ୍କର କାଳ ମଧ୍ୟ ପାଲଟି ଯାଏ |


ଏହା କିନ୍ତୁ ସତ ଯେ କେତେ ବେଳେ ଯେ କାହାର ଜୀବନ ଯିବ ତାହା କେହି ହେଲେ କଳ୍ପନା କରି ପାରିବେ ନାହିଁ, କାରଣ ଜଣେ ମନୁଷ୍ୟ ରେ ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ଅଛି ତାହା ଭଗବାନ ଙ୍କ ହାତରେ ରହିଛି ସେ କାହାକୁ କେତେବେଳେ ରଖିବେ ଆଉ କାହାକୁ କେତେବେଳେ ନେବେ |

ତେବେ ଆଜି ସେଭଳି ଏକ ଭୟଙ୍କର ଘଟଣା ସାମ୍ନା କୁ ଆସିଛି ଯେଉଁଠି ବାପା ଆଖି ସାମ୍ନାରେ ତାର କୁନି ପୁଅ ନଦୀରେ ଭାସି ଯାଇଛି | ତେବେ ଆସନ୍ତୁ ଏହି ପୁରା ଘଟଣା ଟି ଉପରେ ନଜର ପକାଇବା |


ସୂଚନା ଅନୁଯାଇ ଏକ ପରିବାର ଅର୍ଥାତ ଆନ୍ଧ୍ରପ୍ରଦେଶ ର ବାପ ପୁଅ ଚାରି ଜଣ ବୁଲିବା ପାଇଁ ରାୟଗଡା କୁକିନ୍ତୁ କୁ ବୁଲିବା ପାଇଁ ଆସି ଥିଲେ କିନ୍ତୁ ସେଠାରେ ନଦୀ ତାଙ୍କ କାଳ ସାଜିଥିଲା | ତେବେ ତିନି ପୁଅଙ୍କ ସହିତ ବାପା ନଦୀରେ ଖୁବ ଖୁସିର ସହିତ ଖେଳୁ ଥିଲେ କିନ୍ତୁ ସେହି ଖେଳୁ ଥିବାର କିଛି ସମୟ ପରେ ନଦୀରେ ବନ୍ୟା ଜଳ ମାଡ଼ି ଆସିଥିଲା ଆଉ ତିନି ପୁଅକୁ ଭସାଇ ନେଇ ଥିଲା | ପୁଅ ମାନଙ୍କୁ ଭାସି ଯିବାର ଦେଖି ବାପା ପାଣି ଭିତରକୁ ଡେଇଁ ପଡ଼ି ଥିଲେ ଆଉ ବହୁ ଚେଷ୍ଟା ପରେ ଦୁଇ ପୁଅଙ୍କୁ ବଞ୍ଚାଇ ଦେଇ ଥିଲେ |

 

କିନ୍ତୁ 5 ବର୍ଷର ସାନ ପୁଅକୁ ଯେତେବେଳେ ଉଦ୍ଧାର କରିବା ପାଇଁ ଗଲେ ସେତେବେଳେ ପୁଅଟିର ଆଉ ଦେଖା ମିଳି ନଥିଲା ସେହି ବନ୍ୟାର ପାଣିରେ ସେ କୁଆଡେ ଉଭେଇ ଯାଇଥିଲା |

ପାଣିସୁଅ ଭିତରେ ରହି ବାପା ଅନେକ ସମୟ ପୁଅକୁ ଖୋଜି ଥିଲେ ଯାହା ଫଳରେ ବାପା ଙ୍କର ଅବସ୍ଥା ମଧ୍ୟ ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା | ସେହି ସମୟରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବାପାଙ୍କୁ ଉଦ୍ଧାର କରି ତାଙ୍କୁ ହସ୍ପିଟାଲ ପଠାଇବା ପାଇଁ ଚେଷ୍ଟା କରିଥିଲା | ବାପା ବାରମ୍ବାର ପଛକୁ ଅନାଉ ଥାଆନ୍ତି କି କାଳେ ପୁଅ ମିଳିଯିବ ହେଲେ ଅଗ୍ନିଶମ ବାହିନୀ ପୁଅ କୁ ଖୋଜିଲା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ | ତେବେ ଏଭଳି ସୁନ୍ଦର ଖୁସି ଏହି କିଛି ସମୟ ମଧ୍ୟରେ ଭୟଙ୍କର ପାଲଟି ଯିବ ବୋଲି ତାହା କିଏ ଜାଣିଥିଲା |