HealthTips – ଶୀତ ଦିନରେ ତ୍ୱଚା ଓ ଚର୍ମର ଯତ୍ନ ନେବାର ଛୋଟିଆ ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି

ଶୀତଦିନରେ ଆମର ଶରୀର ଶୁଷ୍କ ଦେଖାଯାଏ ଏବଂ ଚର୍ମ ଓ ତ୍ୱଚା ଶୁଖିଲା ଦେଖାଯାଏ l ଶରୀରରେ ଫାଟ ଦେଖାଯାଏ l ସେହିସବୁ ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଜାଣିବା କିପରି ଘରୋଇ ଉପଚାର କଲେ ତ୍ୱଚାର ସୁନ୍ଦରତା ଓ ତ୍ୱଚାରେ ଥିବା ଶୁଷ୍କପଣ ସମ୍ପୂର୍ଣ ଭାବେ ଦୂରହେଇଯିବ

1. ପ୍ରଥମ ଘରୋଇ ଉପଚାର ହେଉଛି :ଆପଣ ଗାଧେଇଲା ବେଳେ ତେଲ ଶରୀରରେ ଭଲରେ ମାଲିସ କରନ୍ତୁ ଏବଂ ଗାଧୋଇଲାବେଳେ ଚେଷ୍ଟା କରନ୍ତୁ ଗରମ ପାଣିରେ ନ ଗାଧେଇବାପାଇଁ l ଗରମ ପାଣିରେ ଗାଧେଇବା ଦ୍ଵାରା ଆମ ତ୍ୱଚାରେ ଥିବା ନ୍ୟାଚୁରାଲ ତେଲ କମିଯାଏ l ସେଥିପାଇଁ ତ୍ୱଚା ଫାଟିଥାଏ ଏବଂ ଶୁଖିଲା ଦେଖାଯାଏ l

2. ଯଦି ଆପଣ ଚାହିଁବେ ରାତିରେ ଶୋଇଲାବେଳେ ଆଲବେରା ଜେଲ ବ୍ୟବହାର କରିପାରିବେ l ତେବେ ଆପଣ ଦେଖିବେ ଆପଣଙ୍କ ତ୍ୱଚା ଯେଉଁ ଶୁଷ୍କ ପଡିଯାଉଥିବ ଏବଂ ଫାଟୁଥିବ ସେଇଟା ଧୀରେ ଧୀରେ ଭଲ ହେଇଯିବ ଏବଂ ଆପଣ ସୁନ୍ଦର ଦେଖିବାକୁ ଲାଗିବେ l ahi ଘରୋଇ ଉପଚାର ଉଭୟ ପୁରୁଷ ଓ ମହିଳା ବ୍ୟବହାର କରିପାଇବେ l

3. ଯଦି ଆପଣ ଆଲବେରା ଜେଲ ବ୍ୟବହାର କରିବାକୁ ଚାହୁଁନାହାନ୍ତି ତେବେ ଆପଣ ଫେସ ପ୍ୟାକ ବ୍ୟବହାର କରିପାରିବେ l ଆପଣ ଚେଷ୍ଟା କରିବେ ପ୍ରାକୃତିକ ଫେସ ପ୍ୟାକ ପ୍ରସ୍ତୁତ କରି ବ୍ୟବହାର କରିବାକୁ l ବଜାରରେ ମିଳୁଥିବା ଫେସ ପ୍ୟାକକୁ ବ୍ୟବହାର କରନ୍ତୁ ନାହିଁ l କାରଣ ସେଥିରେ କେମିକାଲ ମିଶାଯାଇଥାଏ l

ଘରେ ଆପଣ କିପରି ପ୍ରସ୍ତୁତ କିରିବେ, ସେଥିପାଇଁ ଦରକାର ଅମୃତଭଣ୍ଡା ଏବଂ ଲେମ୍ବୁ l ଅମୃତଭଣ୍ଡା କୁ କାଟି ଛୋଟ ଛୋଟ ଖଣ୍ଡ କରିଦେବେ l ସେହି ଛୋଟ ଛୋଟଖଣ୍ଡ କୁ ଚକୁଟିକି ପେଷ୍ଟ ବାନେଇବେ ଏବଂ ସେହି ପେଷ୍ଟରେ ଆପଣ ଦୁଇ ରୁ ତିନି ଟୋପା ଲେମ୍ବୁ ପକେଇବେ ଓ ତାକୁ ମିଶାଇ ଦେବେ l

ତା ପରେ ତାକୁ ମୁହଁ, ହାତ, ଗୋଡ ଯେଉଁଠି ଠିକ ଲାଗିବ ଲଗେଇବେ l ତା ପରେ ତାକୁ ତିରିଶ ମିନିଟ ପଯ୍ୟନ୍ତ ଛାଡିଦେବେ l ତିରିଶ ମିନିଟ ପରେ ତାକୁ ଭଲସେ ସଫା କରିଦେବେ l ଖାଲି ପାଣିରେ କରିବେ ଗରମ ପାଣି ବ୍ୟବହାର କରିବେ ନାହିଁ l ତା ହେଲେ ଦେଖିବେ ତ୍ୱଚାର ଶୁଷ୍କ ପଣ ଦୂର ହଇଯିବ ଏବଂ କିଛି ଦିନପରେ ଫାଟିବା ଦୂର ହେଇଯିବ l

ଯଦି ଆପଣଙ୍କ ଘରେ ଅମୃତଭଣ୍ଡା ନାହିଁ ତା ହେଲେ କ୍ଷୀର ଥିବା ଆପଣ କ୍ଷୀର ଫୁଟିଗଲାପରେ ତାର ଶରକୁ ଗୋଟିଏ ପତ୍ରରେ ଖୋଲି ସେଥିରେ କିଛି ହଳଦୀ ମିଶାଇ ଗୋଟିଏ ପେଷ୍ଟ ବନେଇ ପାରିବେ ଓ ସେହି ପେଷ୍ଟ କୁ ଆପଣ ମୁହଁ, ହାତ, ଗୋଡ ଯେଉଁଠି ଲଗେଇବାକୁ ଠିକ ଭାବିବେ ଲଗାଇବେ l ତିରିଶ ମିନିଟ ପଯ୍ୟନ୍ତ ରଖିବେ ପରେ ଥଣ୍ଡା ପାଣିରେ ସଫା କରିଦେବେ l ତା ହେଲେ ଆପଣଙ୍କ ତ୍ୱଚା ସୁନ୍ଦର ଦେଖାଯିବ ଏବଂ ଆପଣ ଗ୍ଲୋ କରିବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।