ଦେଖନ୍ତୁ ଭିଡ଼ିଓ – ଆଶ୍ଚର୍ଯ୍ୟ ! ଶିବ ଲିଙ୍ଗ ଆଗରେ ନାଗ ସାପର ଭୟଙ୍କର ତାଣ୍ଡବ ସ୍ୱୟଂ ଦେଖା ଦେଲେ ଭୋଳା ମହାଦେବ ଙ୍କ ସାପ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ…
ବେଳେବେଳେ ଏମିତି କିଛି ଘଟଣା ଆମ ସମ୍ମୁଖରେ ଘଟି ଯାଇଥାଏ ଯାହାକୁ ବିଶ୍ୱାସ କରିବା କିମ୍ବା ଏହାର ରହସ୍ୟ ଜାଣିବା ସମ୍ଭବପର ହୋଇ ପାରି ନଥାଏ। କିଛି ଅଲୌକିକ ଘଟଣା ଏମିତି ହୋଇଥାଏ ଯାହା ଭାବିବାକୁ ବାଧ୍ୟ କରେ ଯେ ସତରେ କଣ ଅଲୌକିକତା ରହିଛି ଏହି ଦୁନିଆରେ। ଆଜିବି ଲୋକେ ଏହା ଜାଣିବାକୁ ଯେତିକି ବ୍ୟଗ୍ର ସେମିତି ବିଶ୍ୱାସୀ ମଧ୍ୟ। ସେହିଭଳି ଏକ ଘଟଣା ନିକଟରେ ଘଟି ଯାଇଛି। ଯାହାକୁ ଲୋକେ ଏକ ସଂଯୋଗ ବୋଲି କହୁଛନ୍ତି।
ଶିବରାତ୍ରି ର ପୂର୍ବ ରାତ୍ରି ରେ ଘଟିଛି ଏକ ଏମିତି ଘଟଣା ଯାହା ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ଏବଂ ସମସ୍ତେ ଏହାକୁ ଦେଖିବା ପରେ ଭାବ ବିହ୍ୱଳ ଏବଂ ଭାବ ପୂର୍ଣ୍ଣ ହୋଇ ପଡିଛନ୍ତି।
ଆମେ ଯେଉଁ ଘଟଣା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଘଟିଛି ଚଉଦାର ର ଗନ୍ଧର୍ବନାଥ ମନ୍ଦିର ନିକଟ ରେ। ଏଠାରେ ମହା ଶିବରାତ୍ରୀ ର ପୂର୍ବଦିନ ମନ୍ଦିର ସମ୍ମୁଖରେ ନାଗ ସାପ ଦୃଶ୍ୟମାନ ହେବା ପରେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଭକ୍ତ ମାନେ ଭାବ ବିହ୍ୱଳ ହେବା ସହିତ ଭକ୍ତିରେ ବିଭୋର ହୋଇ ପଡିଛନ୍ତି।ଆଉ ଏହି ଘଟଣା ଅଳ୍ପ ସମୟ ମଧ୍ୟରେ ପ୍ରଚାର ହେବାକୁ ଲାଗିଲା। ଏହାର ଅଳ୍ପ ସମୟ ପରେ ଉକ୍ତ ଶୈବ ପୀଠ ରେ ଶ୍ରଦ୍ଧାଳୁ ମାନଙ୍କ ର ଭିଡ଼ ବହୁତ୍ ମାତ୍ରାରେ ଦେଖିବାକୁ ମିଳିଥିଲା। ସମସ୍ତେ ଏହି ଘଟଣା ରେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ। ଯାହା ସାଧାରଣରେ ସମସ୍ତଙ୍କୁ ଚକିତ କରି ଦେଇଥିଲା।
କେହି କେହି ଏହାକୁ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ବୋଲି କହିଥିଲେ। ଯାହା ଏକ ସଂଯୋଗ ମାତ୍ର।ଏହା ପୂର୍ବରୁ କେବେ ଘଟି ନଥିଲା। ଏତେ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ପାଇଲେ ସ୍ଥାନୀୟ ଲୋକେ ଏବଂ ମନ୍ଦିରର ପୂଜକ। ଯାହା ସେମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା। ଆପଣ ମାନେ ଜାଣିଛନ୍ତି ନାଗ ସାପ ଏକ ବିଷାକ୍ତ ସାପ ହୋଇ ଥିବାରୁ ଏହାକୁ ସାଧାରଣରେ ସମସ୍ତେ ଭୟ କରିଥାନ୍ତି।
ଆଉ ଏହି ସାପ ର ଚୋଟ ରୁ ବଞ୍ଚିବା ମଧ୍ୟ ସହଜ କଥା ନୁହେଁ। କିନ୍ତୁ ହିନ୍ଦୁ ଧର୍ମ ର ପୁରାଣ ଅନୁସାରେ ଏହି ସାପ ଭଗବାନ ଶିବ ଙ୍କ ର ଅତି ପ୍ରିୟ ଅଟେ ବୋଲି କୁହାଯାଏ। ନାଗ ସାପକୁ ଦେଖିଲେ ଲୋକେ ମୁଣ୍ଡିଆ ମାରିଥାନ୍ତି।
କାରଣ ଯାହା କୁହାଯାଏ, ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟ ରେ ଏହି ସାପ ମାନେ ଭଗବାନ ଶିବ ଙ୍କ ସହିତ ବିଷ ସେବନ କରିଥିଲେ ଓ ସେହି ଦିନ ଠାରୁ ଏମାନେ ଭଗବାନ ଶିବଙ୍କ ଗଳାରେ ରହି ଆସିଛନ୍ତି। ଏହାଛଡା ଏମିତି ବି କୁହାଯାଏ ଭଗବାନ ଶିବ ସାପ ବେଶ ରେ ମଧ୍ୟ ଆସି ଥାନ୍ତି।ତେବେ ଶିବରାତ୍ରୀ ରେ ଏହିଭଳି ମନ୍ଦିର ସାମ୍ନାରେ ସାପ ଖେଳିବା ଦୃଶ୍ୟ ଏକ ଭିନ୍ନ ବାତାରବରଣ ସୃଷ୍ଟି କରିଛି।
ସମସ୍ତଙ୍କ ମନରେ ଏକ ଭକ୍ତି ଭାବନା ସୃଷ୍ଟି ହୋଇଛି ଏଭଳି ଏକ ବିରଳ ଦୃଶ୍ୟ ଦେଖିବା ପରେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।