ମାଳିକା ବଡ ଭବିଷ୍ୟବାଣୀ ! ଶେଷରେ ଗୁପ୍ତ କଥା ଖୋଲି ଦେଲେ ବାବା ଓଡ଼ିଶାରେ ଘଟିବାକୁ ଯାଉଛି ବଡ ଅଘଟଣ…

ଆପଣମାନେ ମହାପୁରୁଷ ମାନଙ୍କ ଦ୍ଵାରା ବର୍ଣ୍ଣିତ ମାଳିକା କୁ ଶୁଣିବାକୁ ଜାଣିବାକୁ ଶ୍ରଦ୍ଧା, ଭକ୍ତି ଏବଂ ଆଗ୍ରହ ରଖି ଥିବାରୁ ଆମେ ମାଳିକା ସହିତ ଜଡ଼ିତ କିଛି ତଥ୍ୟ ଆପଣଙ୍କୁ ଅବଗତ କରାଉଛୁ। ଆପଣ ମାନେ ଜାଣି ରଖନ୍ତୁ ମାଳିକା ର ବର୍ଣ୍ଣନା ବା ବାଣୀ କାହାକୁ ଭୟଭୀତ କରିବା ପାଇଁ ନୁହେଁ ବରଂ ଏହା ଆମକୁ ସତର୍କ ସଚେତନ କରିବା ପାଇଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଉପଲବ୍ଧି କଲେ ଆପଣ ମାନେ ଜାଣି ପାରିବେ ଯ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।

ଯାହା ସମସ୍ତଙ୍କୁ ଚେତେଇବା ପାଇଁ ଏବଂ ସମସ୍ତଙ୍କୁ ସଚେତନ କରିବା ସହିତ ଏକ ଉଚିତ୍ ମାର୍ଗ ଦର୍ଶନ କରାଇବା ପାଇଁ। ଆଗାମୀ ଭବିଷ୍ୟତ ମାନଙ୍କରେ କଣ ସବୁ ଘଟିବାକୁ ଯାଉଛି ତାହା ମାଳିକା ସ୍ପଷ୍ଟ ଭାବରେ ପୂର୍ବଭାଷ ବା ବର୍ଣ୍ଣନା ଦେଇଥାଏ।

ଆଧ୍ୟାତ୍ମିକତା ର ଯୋଗସୂତ୍ର ପାଇଁ ଅନେକ କଥା ମହାପୁରୁଷ ମାନେ ଲେଖି ଯାଇଛନ୍ତି। ଯଦି ଆମେ ମହାପୁରୁଷ ଅଚ୍ୟୁତଙ୍କ କଥା କହିବା ତେବେ ଯାହା ଶୁଣାଯାଏ ଅଚ୍ୟୁତ ଏକ ଲକ୍ଷ ୭୨ ହଜାର ଗ୍ରନ୍ଥ ଲେଖିଛନ୍ତି। ଆଉ କେହି କେହି କହୁଛନ୍ତି କି ସେ ଏକ ଲକ୍ଷ ୮୪ ହଜାର ଗ୍ରନ୍ଥ ଲେଖିଛନ୍ତି। ତେବେ ସମସ୍ତ ଶାସ୍ତ୍ର କୁ ଲେଖି ସାରିବା ପରେ ସେ ଏ ସମସ୍ତଙ୍କୁ ନେଇ ପ୍ରଭୁ ଜଗନ୍ନାଥ ଙ୍କ ପାଦ ତଳେ ଥୋଇଦେଲେ। ତାପରେ ପ୍ରଭୁ ଏସବୁ କରିବାର କିଛି ଯଥାର୍ଥତା ରହିବ ନାହିଁ ବୋଲି କହିଥିଲେ ଏବଂ ସେ ଯାହା କହିବେ ତାକୁ ଲେଖିବା ପାଇଁ ନିର୍ଦ୍ଦେଶ ଦେଲେ ଆଉ ତାର ନାମ ରହିବ ମାଳିକା। ଯାହା ଏବେ ପୁର ପଲ୍ଲୀରେ ତାର ବିଶେଷତ୍ଵ କୁ ବଜାୟ ରଖି ପାରିଛି।

ନେମାଳ ରେ ଗୋଟିଏ ପୁସ୍ତକ ବର୍ଣ୍ଣିତ ହୋଇଥିଲା ପଦ୍ମବନ ର ସ୍ୱର। ସେଥିରେ ୨୦୧୯ ରେ ଦିଆ ଯାଇଥିଲା ମାଳିକାର ବିଶେଷାଙ୍କ। ଯେଉଁଥିରେ ଅନେକ ବିଶେଷ କଥା ଉଲ୍ଲେଖ ରହିଥିଲା। ତା ମଧ୍ୟରୁ ଏକ ଗୁପ୍ତ କଥା ଏମିତି ରହିଛି ଯାହା ପ୍ରାୟତଃ ସମସ୍ତଙ୍କୁ ଜଣା ନାହିଁ।ସେଥିରେ ଉଲ୍ଲେଖ ରହିଛି ଅନେକ ଠାରଗାର ର ଲେଖା। ଯେମିତି ସେଠାରେ ଲେଖା ହୋଇଛି ଯେ କୋଡ଼ିଏ କୋଡ଼ିଏ କୋଡ଼ିଏ ର ବର୍ଣ୍ଣନା। ଯାହାର ଗୋଟିଏ କୋଡ଼ିଏ ର ଅର୍ଥ ବର୍ଷ ୨୦୨୦। ଅନ୍ୟଟିର ଅର୍ଥ ମାସ ୨୦ ଏବଂ ଆଉ ଗୋଟିଏ ତାରିଖ ୨୦। ଯେଉଁ ଦିନ କିଛି ନା କିଛି ଅଘଟଣ ବା ଗୁପ୍ତ ଘଟଣା ଘଟିଛି।

ଉଦାହରଣ ସ୍ୱରୂପ ଆପଣ ଦେଖନ୍ତୁ ୨୦୨୦ ମସିହାରେ କିପରି ଭାବରେ ଦେଶ ଭୟଙ୍କର ମହାମାରୀ ର ସାମ୍ନା କଲା। ଯାହାର ପରିଣାମ ଏବେ ମଧ୍ୟ ଭୋଗୁଛି ବିଶ୍ଵ ସମେତ ସାରା ଭାରତ। ଏହା ସହିତ ୨୦୨୦ ମସିହାର ପ୍ରତ୍ୟେକ ମାସର ୨୦ ତାରିଖ ରେ ବିଶ୍ବରେ କିଛି ନା କିଛି ଅଘଟଣ ଘଟିଛି। ତେବେ ଏମିତି ଅନେକ କଥା ଅଛି ଯାହା ଗୁପ୍ତ ରହିଛି। ତେବେ ମାଳିକା ର ପଞ୍ଚସଖା ମାନଙ୍କର ବର୍ଣ୍ଣନା ବାସ୍ତବରେ ଅନେକ ଚେତାବନୀ ଦେଇ ଯାଇଛି ଯାହା ଧୀରେ ଧୀରେ ମାନବ ସମାଜ ଉପଲବ୍ଧି କରି ପାରୁଛି ବିଭିନ୍ନ ପ୍ରକାର ପ୍ରକ୍ରିୟା ଭିତରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।