ଦେଖନ୍ତୁ viral ଭିଡ଼ିଓ- ସହାୟତାର ହାତ ବଢ଼ିଲେ ରାଣୀ ପଣ୍ଡା , ମୁଁ ତୁମ ପରିବାରକୁ ପୋଷିବି

ଯାତ୍ରା କଳାକାର ତଥା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଗାଡି ଦୁର୍ଘଟଣା ରେ ଗଲା ଯୁବକ ଙ୍କ ଜୀବନ । ଆଠଗଡ଼ ଥାନା ରାଜ ନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟ ରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ରେ ବାଇକ୍‌ ଚାଳକ ଙ୍କ ମୃତ୍ୟୁ ଘଟି ଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣା ପରେ ଅଞ୍ଚଳ ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଶୁକ୍ରବାର ରାତିରେ ରାଣୀ ପଣ୍ଡା ଅନୁଗୁଳରୁ ଏକ ବିବାହ ଭୋଜି ସାରି ଭୁବନେଶ୍ୱର ଫେରୁଥିଲେ। ରାତି ପ୍ରାୟ ସାଢ଼େ ୧୦ ଟାରେ ଆଠଗଡ଼-ମୁଣ୍ଡଳୀ ରାସ୍ତା ର ରାଜନଗର ଗ୍ରାମ ନିକଟ ଡାଳଖାଇ ଠାକୁରାଣୀ ଙ୍କ ମନ୍ଦିର ନିକଟରେ ଏକ ବାଇକ୍‌ ସହ କାର୍‌ ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଚାଳକ ରାଜନଗର ଗ୍ରାମର ଶ୍ରୀନିବାସ ବେହେରା ଙ୍କ ପୁଅ ସୁକାନ୍ତ ବେହେରା ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକ ମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟ କୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ତାଙ୍କର ମୃତ୍ୟୁ ଘଟିଥିବା ଆଠଗଡ଼ ଥାନା ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ, ଦୁର୍ଘଟଣା ରେ ଉଭୟ ଗାଡ଼ି ଭାଙ୍ଗିରୁଜି ଯାଇଥିଲା ବେଳେ କାର୍‌ ଚାଳକ ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ମୃତ ସୁକାନ୍ତଙ୍କ ଭାଇ କହିଛନ୍ତି ଯେ, ”ରାଣୀ ପଣ୍ଡାଙ୍କ ଡ୍ରାଇଭର ବେପରୁଆ ଗାଡି ଚଳାଇବାରୁ ଏହି ଦୁର୍ଘଟଣା ଘଟିଥିବା ମୁଁ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛି, ଡ୍ରାଇଭର ଓ ରାଣୀ ପଣ୍ଡା ନାଁରେ ଅଭିଯୋଗ କରିଛି, ଯେହେତୁ ମୋ ଭାଇର ୨ଟି ପିଲା ରହିଛନ୍ତି ତେଣୁ ଆମେ କ୍ଷତିପୂରଣ ଦାବି କରୁଛୁ ।

ମୋ ଭାଇର ୫ ବର୍ଷ ହେଲା ବିବାହ ହୋଇଥିଲା, ତାର ଏକ ୨ ବର୍ଷ ପୁଅ ଓ ଚାରି ବର୍ଷ ଝିଅ ରହିଛି, ଯଦି ସରକାର କିଛି ସହାୟତା ଦିଅନ୍ତେ ତେବେ ଆମେ ଉପକୃତ ହେବୁ ।ଏହା ପରେ ରାଣୀ ପଣ୍ଡା ସହାୟତା ର ହାତ ବଢ଼ାଇଥିଲେ ଓ ତାଙ୍କ ଭାଇଙ୍କ ହାତରେ ୩୫୦୦୦ ଟଙ୍କା ସହାୟତା ଦେଇଥିଲେ ।ଓ ତାଙ୍କ ପୁଅ ଓ ଝିଅ ର ସମସ୍ତ କଥା ବୁଝିବି ବୋଲି କହିଛନ୍ତି ରାଣୀ ପଣ୍ଡା।

 ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିନେତ୍ରୀ ରାଣୀ ପଣ୍ଡା ଓ କାର୍‌ ଚାଳକଙ୍କୁ ଉଦ୍ଧାର କରି ଆଠଗଡ଼ ଥାନାକୁ ନେଇ ଯାଇଥିବା ଏସ୍‌ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ତିଗିରିଆ ଥାନା ଆଇଆଇସିଙ୍କ ସମେତ ପୁଲିସ କର୍ମଚାରୀମାନେ ଆଠଗଡ଼ରେ ପହଞ୍ଚି ଛନ୍ତି। ଆଠଗଡ଼ ଥାନାର ସମସ୍ତ ଗେଟ୍‌ ବନ୍ଦ ରହିଥିବା ଦେଖିବାକୁ ମିଳିଛି।