ଦେଖନ୍ତୁ ଭିଡ଼ିଓ । ଶାଶୁ ଶଶୁର ମିଶି ଗାଁ ଦାଣ୍ଡରେ ନିସ୍ତୁକ ବାଡେ଼ଇଲେ ବୋହୂ କୁ, ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ । ଦୟାକରି ଭିଡ଼ିଓ ଟିକୁ share କରନ୍ତୁ ଏଭଳି ନିର୍ଦୟ ଲୋକଙ୍କୁ ଦଣ୍ଡ ମିଳୁ…..
ଯୌତୁକ ନିର୍ଯାତନା ଏକ ପାରମ୍ପରିକ ପ୍ରଥା ଭାବରେ ଅଭିହିତ ହୋଇଛି ଆମ ଦେଶରେ। ଲୋଭର ବଶବର୍ତ୍ତୀ ହୋଇ ବୋହୁ କୁ ନିର୍ଯାତନା ଦେଉଥିବାର ଘଟଣା ଆମେ ଅନେକ ଶୁଣିଛୁ।ତେବେ ମଣିଷର ଏହି ହୀନ ଏବଂ ନିମ୍ନ ମାନସିକତା ର ପରିବର୍ତନ ହେଉନାହିଁ। ଅନ୍ୟ ପାଖରୁ ତଣ୍ଟି ଚିପି ଟଙ୍କା ପଇସା, ଗହଣା ଦାବି କରିବା ସତେ ଯେମିତି ଏକ ଚଳନୀ ରେ ପରିଣତ କରିଦେଇ ସାରିଲେଣି କିଛି ଲୋଭି ଏବଂ ଅମାନବିକ ବ୍ୟକ୍ତି ବିଶେଷ ମାନେ।
ସେହିପରି ଓଡ଼ିଶାର ଯାଜପୁର ରେ ଘଟିଛି ଏବେ ସେହିପରି ଏକ ନିର୍ଦ୍ଦୟ ଘଟଣା। ଯେଉଁଠି ବୋହୁ କୁ ରାସ୍ତା ମଝିରେ ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି ଉଭୟ ଶାଶୁ ଓ ଶଶୁର ତାହା ପୁଣି ହୃଦୟହୀନ, ନିର୍ଦ୍ଦୟ ଏବଂ ନୃଶଂସ ଭାବରେ।
ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଧନେଶ୍ଵର ଗ୍ରାମରେ ଘଟିଛି ଏହିଭଳି ଏକ ଅଭାବନୀୟ ଘଟଣା। ମାଡ଼ ମାରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ନବୀନ ବେହେରା ଏବଂ ତାଙ୍କ ପତ୍ନୀ ଶାନ୍ତି ବେହେରା। ବୋହୁ ମିନତୀ ବେହେରା କୁ ସେମାନେ ଏହିଭଳି ଅତ୍ୟାଚାର କରୁଛନ୍ତି ସର୍ବ ସାଧାରଣ ସମ୍ମୁଖରେ।
ଏହି ଘଟଣା ରୁମ୍ ଭିତରେ ଘଟିନି ବରଂ ବିଚ୍ ରାସ୍ତାରେ ବୋହୁ କୁ ଘୋଷାଡି ଘୋଷାଡି ଆଣି ଶଶୁର ଏବଂ ଶାଶୁ ଦେଉଛନ୍ତି ଅତ୍ୟାଚାର। ଶାଶୁ ଏକ ବଡ଼ ଠେଙ୍ଗା ଧରି ବୋହୁ କୁ ବାଡାଇ ଚାଲି ଥିବା ବେଳେ ଶଶୁର ତାର ପୁତ୍ରବଧୂ ବା ବୋହୁ ର ଚୁଟି ଝିଙ୍କି ଟାଣି ଘୋଷାଡି ବିଚ୍ ରାସ୍ତା ରେ ମାଡ଼ ମାରୁ ଥିବାର ଦେଖିବାକୁ ମିଳିଛି।
ଯୌତୁକ ପାଇଁ ତେବେ ନିଜ ଘରର ବୋହୂ କୁ ଏମିତି ସର୍ବ ସାଧାରଣ ରେ ବିଚ୍ ରାସ୍ତାରେ ବାଦାଇବା କେତେଦୂର ଯୁକ୍ତିଯୁକ୍ତ ତାହା ଥରେ ବିଚାର କରନ୍ତୁ।ଏମିତି ଅତ୍ୟାଚାର ଯାହାର କଳ୍ପନା କରିବା ସମ୍ଭବ ନୁହେଁ। ମଣିଷ ମାତ୍ରକେ ଭୁଲ ସମସ୍ତଙ୍କର ଥାଏ। ମଣିଷ ଜୀବନରେ ଦିନେ ନା ଦିନେ କିଛି ନା କିଛି ଭୁଲ କାମ କରେ।
କିନ୍ତୁ ତା ପାଇଁ ଏହିଭଳି ସମସ୍ତଙ୍କ ସମ୍ମୁଖରେ ଭୟଙ୍କର ଭାବରେ ଦଣ୍ଡ ଦେବା ଏବଂ ଅକଥନୀୟ, ଅସହ୍ୟ ଅତ୍ୟାଚାର କରିବା କଣ ମାନବିକତା ର ପରିଚୟ। ଲୋଭର ବଶବର୍ତ୍ତୀ ହୋଇ ନିଜର ରାଗକୁ ନିୟନ୍ତ୍ରଣ ଭିତରେ ରଖି ସବୁବେଳେ ସଂଯମତା ରକ୍ଷା କରିବା ନିହାତି ଦରକାର।
ସ୍ବାର୍ଥ ସମ୍ପନ୍ନ ସମାଜରେ ଭଲପାଇବା ଏବଂ ଉତ୍ତମ ବୁଝାମଣା ର ଘୋର ଅଭାବ ଦେଖିବାକୁ ମିଳୁଛି।କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ବୋହୁ ଶାଶୁ ଶଶୁର କୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ଶାଶୁ ଶଶୁର ବୋହୂ ଉପରେ କରୁଛନ୍ତି ଅକଥନୀୟ ଅତ୍ୟାଚାର। ସମାଜ ଆଗରେ ଏହିଭଳି ଘଟଣା ଯେ କେତେ ଗ୍ରହଣୀୟ ତାହା ସମାଜ କହିବ କିନ୍ତୁ ଏହା କରିବା ପୂର୍ବରୁ ନିଜ ବିବେକ ଟିକେ ବାଧା ଦେବା କଥା ଶିକ୍ଷିତ ସମାଜର ଏକ ଅଂଶବିଶେଷ ହୋଇ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।