ସୁପ୍ରିମ୍‌କୋର୍ଟ ଙ୍କ ବଡ ରାୟ : ଶ୍ୱଶୁର ଘରେ ଥିବାବେଳେ ପତ୍ନୀଙ୍କ ଉପରେ ଶାରୀରିକ ଆକ୍ରମଣ ହେଲେ ସ୍ୱାମୀ ହିଁ ଦାୟୀ ରହିବେ, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ….

ଯଦି କୌଣସି ଶାଶୁଘରେ ମହିଳା ଙ୍କୁ ନିର୍ଯାତନା ଦିଆ ଯାଇ ଥାଏ ତେବେ ଏଥିପାଇଁ ସ୍ବାମୀ ଙ୍କୁ ଦାୟୀ ରଖାଯିବ । ସୁପ୍ରିମକୋର୍ଟ ଏହି ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ମହିଳା ଙ୍କ ସ୍ବାମୀ ପତ୍ନୀ ନିର୍ଯାତନା ମାମଲା ରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଏହି ମାମଲା ର ଶୁଣାଣି ବେଳେ ଅଭିଯୁକ୍ତ ସ୍ବାମୀ ର ଓକିଲ କହିଥିଲେ ଯେ ସେ ତାଙ୍କ ପତ୍ନୀ କୁ ମାରଧର କରି ନାହାନ୍ତି ବରଂ ତାଙ୍କ ବାପା ତାଙ୍କୁ କ୍ରିକେଟ ବ୍ୟାଟ ରେ ମାରିବା ପାଇଁ ଉତ୍ୟକ୍ତ ହୋଇଥିଲେ । ଏହି ଘଟଣା ର ଶୁଣାଣି ବେଳେ ମୁଖ୍ୟ ଜଷ୍ଟିସ କହିଥିଲେ ଶାଶୁଘରେ ସମ୍ପର୍କୀୟ ମାନଂକ ଦ୍ଵାରା ମହିଳା ଙ୍କୁ ମାଡ ମରାଯିବା କିମ୍ବା ଆଘାତ ଦିଆ ଗଲେ ପ୍ରଥମେ ସ୍ବାମୀ କୁ ହିଁ ଦାୟୀ କରାଯିବ ।

ଏହା କହିବା ସହିତ ପ୍ରଧାନ ବିଚାରପତି ଆଗୁଆ ଜାମିନ ଦେବାକୁ ମନା କରି ଦେଇଥିଲେ । ୨୦୧୭ ମସିହା ରେ ମହିଳା ଙ୍କ ବିବାହ ହୋଇଥିଲେ । ୨୦୧୮ ମସିହା ରେ ତାଙ୍କର ସନ୍ତାନ ଜନ୍ମ ହୋଇଥିଲା କିନ୍ତୁ ଏହି ମହିଳା ଙ୍କ ର ଏହା ଦିତୀୟ ଓ ପୁରୁଷ ଙ୍କ ର ତୃତୀୟ ବିବାହ ଥିଲା।

୨୦୨୦ ମସିହା ରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ଵାମୀ ଓ ତାଙ୍କ ଶାଶୁ ଶଶୁର ତାଙ୍କୁ ଶାରିରୀକ ନିର୍ଯାତନା ଦେଇଥିଲେ । ଡିମାଣ୍ଡ ଅନୁଯାୟୀ ତାଙ୍କୁ ଯୌତୁକ ଦିଆ ଯାଇ ନଥିବାରୁ ତାଙ୍କୁ ଏପରି ନିର୍ଯାତନା ଦିଆ ଯାଇଛି ବୋଲି ଅଭିଯୋଗ କରିଥିଲେ। ଏମିତି କି ତାଙ୍କୁ ମିସ୍ କରେଜ୍ କରିବା ପାଇଁ ବାଧ୍ୟ କରାଯାଉ ଥିବାର କଥା ମଧ୍ୟ ମହିଳା ଜଣଙ୍କ ନିଜ ଏତଲା ରେ ଦର୍ଶାଇ ଅଛନ୍ତି ।

ତେବେ ଶୁଣାଣି ବେଳେ ଅଭିଯୁକ୍ତ ସ୍ବାମୀ ଙ୍କ ଓକିଲ ବାରମ୍ବାର କହିଥିଲେ ଯେ ତାଙ୍କ ସ୍ଵାମୀ ତାଙ୍କୁ ମାରଧର କରି ନଥିଲେ । ସେ ହିଂସା ରେ ସଂପୃକ୍ତ ନାହାନ୍ତି। ଏମିତି ରେ କେଉଁ ସମ୍ପର୍କୀୟ ନିର୍ଯାତନା ଦେଲେ ସ୍ବାମୀ ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ପଞ୍ଜାବ ହରିୟାଣା କୋର୍ଟ ଏହି ଆଗୁଆ ଜାମିନ ଆବେଦନ କୁ ଖାରଜ କରିଛି । ମହିଳା ଙ୍କ ଆବେଦନ କୁ ଆଧାର କରି ହାଇକୋର୍ଟ ନିଷ୍ପତି ନେଇଥିଲେ ଯେ ୨୦୨୦ ମସିହା ଜୁନ ମାସ ରେ ମହିଳା ଙ୍କୁ ତାଙ୍କ ସ୍ଵାମୀ ଓ ଶଶୁର କ୍ରିକେଟ ବ୍ୟାଟ ରେ ପିଟିଥିଲେ ଯେଉଁଥିରେ ଶାଶୁ ମଧ୍ୟ ସହାୟକ କରିଥିଲେ ।

ଏହି ମହିଳା ଙ୍କୁ ତାଙ୍କ ସ୍ଵାମୀ ମାରିବା ପାଇଁ ଗଳା ଚିପି ଥିବା ବେଳେ ଶଶୁର ତାଙ୍କ ମୁଁହ ରେ ତକିଆ ପକେଇ ମାଡ଼ି ବସିଥିଲେ। ପରେ ମହିଳା ଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ ପରେ ମହିଳା ଙ୍କ ପରିବାର ଲୋକ ଖବର ପାଇ ମହିଳା ଙ୍କୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରି ଦେଇଥିଲେ । ଡାକ୍ତରଖାନା ରେ ତାଙ୍କର ପରୀକ୍ଷା କରାଯାଇ ଥିଲା ତାଙ୍କ ଶରୀର ରେ ବିଭିନ୍ନ ସ୍ଥାନ ରେ କ୍ଷତ ଚିହ୍ନ ଥିଲା।

ଧାର ନଥିବା ଅସ୍ତ୍ର ରେ ତାଙ୍କୁ ଆକ୍ରମଣ କରାଯାଇ ଥିବାର ମେଡିକାଲ୍ ରିପୋର୍ଟ ରେ ଉଲ୍ଲେଖ କରାଯାଇଛି । ମହିଳା ଙ୍କୁ ମାଡ ମାରଜାଇ ଥିବାର ଯଥେଷ୍ଟ ପ୍ରମାଣ ରହିଛି ଯେଉଁଥିପାଇଁ ଜାମିନ ଖାରଜ କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।