ଦେଖନ୍ତୁ ଭିଡ଼ିଓ । ଶାଶୁ ଘରେ ଗଜ ଲକ୍ଷ୍ମୀ ପୂଜା କେମିତି ପାଳନ କଲେ ନୂଆ ବାହା ହୋଇଥିବା ଅଭିନେତ୍ରୀ ଝିଲିକ……
ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କୁ କିଏ ବା ନଜାଣେ। ଦୀର୍ଘ ଦିନ ଧରି ଓଡ଼ିଆ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଯାଇଛନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ।ସେ ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି।ଓଲିଉଡ ର ସୁଇଟ ଆଣ୍ଡ ହଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହେଉଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ।ତେବେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।
ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟିଥିଲେ ପ୍ରଥମ ପସନ୍ଦର ଅଭିନେତ୍ରୀ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ।
ସମସ୍ତେ ତାଙ୍କ ପାଇଁ ଦିୱାନା ଅଟନ୍ତି। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ି ଯାଇଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।ସେ କିଛି ମାସ ତଳେ ବିଜେଡ଼ି ର ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘୋଡାଇ ଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ପ୍ରାୟତଃ ଫିଲ୍ମ୍ ଦୁନିଆରୁ ଦୂରେଇ ରହିଛନ୍ତି।
ତେବେ ନିକଟରେ ଝିଲୀକ୍ ଙ୍କ ଏକ ଭିଡିଓ ସେୟାର ହେଉ ଥିବାର ଦେଖିବାକୁ ମିଳୁଛି। ଯେଉଁଥିରେ ସେ ତାଙ୍କ ଶାଶୁ ଘରେ ଶାଶୁ ମା ସହିତ ପବିତ୍ର ଗଜଲକ୍ଷ୍ମୀ ପୂଜା ପାଳନ କରୁଥିବା ର ଦେଖିବାକୁ ମିଳିଛି।ସେ ଜଣେ ବଙ୍ଗାଳୀ ଝିଅ ହେଲେ ମଧ୍ୟ ଓଡ଼ିଆ ଘରର ବୋହୂ ଭାବରେ ସମସ୍ତ ନୀତି ଆଦର୍ଶ ସଂସ୍କୃତି କୁ ତାଙ୍କ ନିକଟରେ ବାନ୍ଧି ରଖିଛନ୍ତି।
ସମସ୍ତ ସଂସ୍କୃତି ଏବଂ ପରମ୍ପରାର ସହିତ ସେ ସମସ୍ତ ପର୍ବ କୁ ପାଳନ କରିଥିବାର ଆଗରୁ ଦେଖିବାକୁ ମିଳିଛି। ସେହିପରି ଏବେ ସେ ତାଙ୍କ ଶାଶୁଙ୍କ ସହିତ ମାଆ ଗଜ ଲକ୍ଷ୍ମୀ ପୂଜା ପାଳନ କରୁଥିବାର ଭିଡିଓ ମଧ୍ୟ ତାଙ୍କ ପ୍ରଶଂସକ ମାନଙ୍କୁ ବେଶ୍ ଆକୃଷ୍ଟ କରିଛି।ସେ ଧୂପ ଦୀପ ଆଦି ଜାଳି,ଫୁଲରେ ଚନ୍ଦନ ଲଗାଇ ମାଆଙ୍କ ପାଖରେ ଲଗାଇ ଭକ୍ତିର ସହିତ ପୂଜାର୍ଚ୍ଚନା କରୁଛନ୍ତି।
ପରେ ନିଜେ ଚନ୍ଦନ ଲଗାଇ ତାଙ୍କ ସ୍ବାମୀଙ୍କୁ ମଧ୍ୟ ମାଆଙ୍କ ସିନ୍ଦୂର ଏବଂ ଚନ୍ଦନ ଲଗାଉ ଅଛନ୍ତି। ଏହାପରେ ସେ ସମସ୍ତଙ୍କୁ ମୁଣ୍ଡିଆ ମଧ୍ୟ ମାରୁଛନ୍ତି। ବହୁତ ସମୟ ଧରି ମାଆଙ୍କ ପୂଜାରେ ଲାଗିଛନ୍ତି ଝିଲିକ।
ତେବେ ବିବାହ ପରେ ସଂପୂର୍ଣ୍ଣ ଭାବରେ ଫିଲ୍ମ୍ ଦୁନିଆ ଠାରୁ ଦୂରେଇ ରହୁଥିବା ଏହି ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ ନିଜର ବୈବାହିକ ଜୀବନରେ ବହୁତ ଖୁସି ରହିଥିବାର ସବୁବେଳେ ନଜର ଆସିଥାନ୍ତି।ସେ ଏବେ ତାଙ୍କୁ ଶାଶୁ ଘରେ ଭୁବନେଶ୍ୱର ରେ ରହୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।