Odia jokes – ଶାଳୀ ଓ ଭିଣେଇ ଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ Odia comedy

ହସିବା ସ୍ବାସ୍ଥ୍ୟ ପକ୍ଷେ ବହୁତ୍ ଲାଭଦାୟକ।ଏହା ମଣିଷକୁ ସୁସ୍ଥ ରଖିବା ସହିତ ମନ ଏବଂ କ୍ଲାନ୍ତ ଶରୀରକୁ ଶାନ୍ତି ଏବଂ ଆରାମ୍ ଦେଇଥାଏ। ଆଜିର ଏହି ବ୍ୟସ୍ତ ବହୁଳ ଦୁନିଆରେ ମଣିଷ ନିଜର କାର୍ଯ୍ୟ ବ୍ୟସ୍ତତା ଭିତରେ ଟିକେ ଚିତ୍ତ ବିନୋଦନ କରିବାକୁ ସମୟ ବାହାର କରିବା ତାପାଇଁ କଷ୍ଟକର ହୋଇ ପଡ଼ୁଛି। ନିଜକୁ ବିଭିନ୍ନ ଚିନ୍ତା ଏବଂ ଟେନ୍ସନ୍ ଭିତରେ ରଖି ମଣିଷ ପ୍ରକୃତ ଖୁସି ର ସନ୍ଧାନ କରି ପାରୁ ନାହିଁ। ତେବେ ଏହାରି ଭିତରେ ଯେତେବେଳେ ଟିକେ ହସିବାର ସୁଯୋଗ ମିଳୁଛି ସେତେବେଳେ ମନଖୋଲି ହସିବା ନିହାତି ଦରକାର।

ଆପଣମାନେ ବିଭିନ୍ନ ପ୍ରକାର କମେଡି ଶୋ ଯୋକ୍ସ ପଢି ହସିବାର ମଉକା ନେଉଥିବେ। ସେହିଭଳି ଭାବରେ ଆମେ ଆପଣଙ୍କ ପାଇଁ ଆଜି ନେଇ ଆସିଛୁ କିଛି ଏମିତି ଜୋକ୍ସ ଯାହାକୁ ପଢ଼ିଲେ ଆପଣ ହସି ହସି ଗଡ଼ିଯିବେ।ତେବେ ଆସନ୍ତୁ ଜାଣିବା ସେହି ଯୋକ୍ସ ଗୁଡ଼ିକୁ।

୧) ଶିକ୍ଷକ- ତୁମ ବାପା କି କାମ କରନ୍ତି ?  ପପୁ- ହଁ ସେ ସକାଳ ସଂନ୍ଧ୍ୟା ସବୁଦିନ ଗାଳି ଖାଆନ୍ତି। ଶିକ୍ଷକ- କଣ ମତଲବ ? ପପୁ- ହଁ ଆଜ୍ଞା ସେ ଗ୍ରାହକ ସେବା ପ୍ରତିନିଧି ଅଛନ୍ତି।

୨) ଜଣେ ମହିଳା ରାସ୍ତାରେ ଯାଉଯାଉ ଏକ ବୋର୍ଡ ଦେଖିଲେ। ଯେଉଁଠି ଲେଖାଥିଲା- (ବନାରସୀ ଶାଢୀ-୧୦ ଟଙ୍କା , ନାଇଲନ୍ ଶାଢି-୮ ଟଙ୍କା , କଟନ୍ -୫ ଟଙ୍କା) , ମହିଳା ଜଣଙ୍କ ଖୁସି ହୋଇ ନିଜ ସ୍ୱାମୀଙ୍କୁ କହିଲେ ମୋତେ ୫୦୦ ଟଙ୍କା ଦିଅ ମୁଁ ୪୦-୫୦ ଟି ଶାଢୀ କିଣିବି। ସ୍ୱାମୀ- ଆରେ ବୋକି ତାହା ଲଣ୍ଡ୍ରୀ ଦୋକାନ ଅଟେ। ଶାଢ଼ୀ ଦୋକାନ ନୁହେଁ।

୩) ଡାକ୍ତର- ଏହି ମଦ ଆପଣଙ୍କୁ ଧୀରେ ଧୀରେ ମୃତ୍ୟୁ ଆଡକୁ ନେଇ ଯାଉଛି।ଏହାକୁ ପିଇବା ବନ୍ଦ କର।
ରୋଗୀ- ତେବେ ଠିକ୍ ଅଛି ସାର୍ , ଏଠାରେ ଜଲଦି ମରିବାକୁ କାହାର ଇଚ୍ଛା ଅଛି କି ? ସମସ୍ତେ ଧୀରେ ଧୀରେ ବିଳମ୍ବରେ ମରିବାକୁ ଇଛା କରନ୍ତି।

୪) ଗୋଟିଏ ଝିଅଟି ବାବାଜିଙ୍କ ପାଖକୁ ଯାଇ କହିଲା- ବାବା ମୋର ବିବାହ କେବେ ହେବ କୁହନ୍ତୁ ତ !
ବାବା – ତୋର ନାଁ ମୀନା ଅଟେ। ଝିଅ – ହଁ ବାବା। ବାବା – ତୁ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ପଢୁଛୁ ? ଝିଅ – ହଁ ବାବା ଆପଣ ଅନ୍ତର୍ଯ୍ୟାମୀ ଅଟନ୍ତି। ବାବା – ତୁ +୨ ରେ କ୍ଲାସରେ ପଢୁଅଛୁ। ଝିଅ – ହଁ ବାବା ଆଗକୁ କୁହନ୍ତୁ । ବାବା- ଆଗକୁ କେଉଁଠୁ କହିବି, ଆଗାମୀ କୁଣ୍ତଳୀ ନେଇକରି ଆସିବୁ ଏହା ସ୍କୁଲ୍ ର ରେଜଲ୍ଟ କାର୍ଡ ନୁହେଁ।

୫) ଦିନେ ଘରେ ଲାଇନ୍ ଚାଲିଗଲା ପରେ ଭିଣେଇ ଶାଳୀକୁ ଅନ୍ଧାରରେ ଇସାରାରେ ଡାକିଲେ।ଶାଳୀ ବହୁତ ରୋମାଣ୍ଟିକ୍ ମୁଡ୍ରେ ଆସିଗଲା। ଭିଣେଇ- କୁହ କଉଠୁ ଆରମ୍ଭ କରିବି। ଶାଳୀ- ତମେ ଯୋଉଠୁ ଚାହିଁବ। ଭିଣେଇ- ଠିକ୍ଅଛି ତମେ ଦିଆସିଲି ଆଣ ମୁଁ ମହମବତୀ ଆଣୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।