Bastu Shastra – ଘରେ ଅଶାନ୍ତି ଲାଗି ରହୁଛି କି ? ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଏହି ସବୁ କାର୍ଯ୍ୟ କରନ୍ତୁ

ଆଜି ଆମେ ବାସ୍ତୁ ଶାସ୍ତ୍ର ବିଷୟରେ ଆଲୋଚନା କରିବା ଆମର ଏହି ବିଶେଷ ଲେଖା ମାଧ୍ୟମରେ। ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ କଣ ବର୍ଣ୍ଣନା ରହିଛି ସେ ବିଷୟରେ ଆମେ ଜାଣିବା। ଆମେ କିପରି ଆମର ସମସ୍ତ ଦୁଃଖ ଏବଂ ଅଶାନ୍ତି କୁ ଦୂର କରି ପାରିବା ଏବଂ ଗୃହରେ ଶାନ୍ତି ପ୍ରବେଶ କରିବା ତାହା ଏଥିରେ ବର୍ଣ୍ଣିତ ରହିଛି। ଆପଣ ଜାଣିବା ଦରକାର୍ ଯେ ବାସ୍ତୁ ଶାସ୍ତ୍ର ର ଏକ ବିଶେଷ ପ୍ରଭାବ ରହିଛି ଆମର ପାରିବାରିକ ଏବଂ ବୈବାହିକ ଜୀବନରେ।

ଏହା ର ଖରାପ୍ ପ୍ରଭାବ କାରଣରୁ ଅର୍ଥାତ୍ ବାସ୍ତୁ ଦୋଷ ଥିଲେ ଘରେ ଅଶାନ୍ତି ବଜାୟ ରହିବା ସହିତ ଆପଣଙ୍କ ରୋଜଗାର ରେ ମଧ୍ୟ ସ୍ଥିରତା ରହିବ ନାହିଁ।

ଏହାଛଡା ଘର ଉପରେ ସର୍ବଦା ବିପଦ ଲାଗି ରହିଥାଏ ଏବଂ ଦାମ୍ପତ୍ୟ ଜୀବନରେ ମଧ୍ୟ ଖୁସି ଆସି ନଥାଏ। ଏହିଭଳି ଅନେକ ସମସ୍ୟା ଦେଖା ଦେଇଥାଏ।ତେବେ ଏହାର ସମାଧାନ କରିବା ନିହାତି ଆବଶ୍ୟକ ଏବଂ ଏଥିପାଇଁ ଆପଣଙ୍କୁ ବାସ୍ତୁ ସମସ୍ୟା କୁ ଠିକ କରିବାକୁ ପଡ଼ିବ।ତେଣୁ ଗୃହରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଯେଉଁ ୪ଟି ସୂତ୍ର ରହିଛି, ତାହା ହେଉଛି ପୁରୁବେ ରାନ୍ଧିବ, ପଶ୍ଚିମେ ବାନ୍ଧିବ, ଉତ୍ତରେ ଥୋଇବ, ଦକ୍ଷିଣେ ଶୋଇବ। ଏହି ସୂତ୍ର ଚାରିଟି ର ପାଳନ କରି ପାରିଲେ ଆପଣ ନିଶ୍ଚିତ ଗୃହ ଶାନ୍ତି ବଜାୟ ରଖି ପାରିବେ।

ପୂର୍ବ ଓ ଉତ୍ତର କୋଣକୁ ଐଶାନ୍ୟ କୋଣ କୁହାଯାଏ।ଏହି କୋଣରେ ଭଗବାନ ପୂଜା ପାଆନ୍ତି।ତେବେ ଏହି ଦିଗରେ ଯଦି ଆପଣ ରନ୍ଧାକାର୍ଯ୍ୟ କରୁଛନ୍ତି ତେବେ ନିଶ୍ଚିତ ଭାବରେ ଶୁଭଫଳ ପ୍ରାପ୍ତ ହେବ।ତେଣୁ ପୂର୍ବ ଦିଗରେ ରାନ୍ଧି ଖାଇଲେ ଆପଣ ନିରୋଗି ରହିବେ।

ଦକ୍ଷିଣ କୋଣରେ ରୋଷେଇ ଘର ନିର୍ମାଣ କରି ରନ୍ଧନ କଲେ ମଧ୍ୟ ଶୁଭ ହୋଇଥାଏ। ସେହିପରି ପଶ୍ଚିମେ ବାନ୍ଧିବେ ଅର୍ଥାତ୍, ଜୀବ ଜନ୍ତୁ ମାନଙ୍କ ପାଇଁ ପଶ୍ଚିମ ଦିଗ ଟି ଶୁଭଙ୍କର। ସେମାନଙ୍କୁ ପଶ୍ଚିମ ଦିଗରେ ବାନ୍ଧନ୍ତୁ। ଅର୍ଥାତ୍ ଗାଈ, ଗରୁ ଆଦିଙ୍କ ବାସସ୍ଥାନ ବା ଗୁହାଳ ପଶ୍ଚିମ ଦିଗରେ ହିଁ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ।

ସେହିପରି ଉତ୍ତରେ ଥୋଇବେ ଅର୍ଥାତ୍, ଆପଣ ଆପଣଙ୍କ ଘର ନିର୍ମାଣ ସମୟରେ ଉତ୍ତର ଦିଗକୁ ଝରକା କରନ୍ତୁ। ଯେମିତି ଶିତଲତା ବଜାୟ ରହିବ। ଏବଂ ଆପଣ ଥଣ୍ଡା ପାଇ ପାରିବେ। ସେହିପରି ଏ ସି, ଫ୍ରିଜ, କୁଲାର୍, ୱାଶିଂ ମେସିନ୍ ଆଦି ଥଣ୍ଡା ଜାତୀୟ ଜିନିଷ କୁ ଉତ୍ତର ଦିଗରେ ରଖନ୍ତୁ, ଏସବୁ ଜଲଦି ଖରାପ୍ ହେବ ନାହିଁ କିମ୍ବା ବିଜୁଳି ଘଡ଼ଘଡ଼ି ଆଦିରେ ପୋଡ଼ି ଯିବ ନାହିଁ।

ଦକ୍ଷିଣେ ସୁଅନ୍ତୁ, ଅର୍ଥାତ୍ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ସେହି ଘରେ ଆପଣଙ୍କର ଆତ୍ମ ଗ୍ଲାନି ଏବଂ ଆତ୍ମ ସମ୍ମାନ ବଢ଼ିଥାଏ ଏବଂ ଆପଣ ସମ୍ମାନର ଅଧିକାରୀ ହୋଇ ପାରନ୍ତି। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଦୁଃଶ୍ୱପ୍ନ ହୁଏ ନାହିଁ, ଉଦାର ପୀଡ଼ା ରୁ ମୁକ୍ତି ମିଳିଥାଏ, ଗ୍ୟାସ ମଧ୍ୟ ହୁଏ ନାହିଁ। ତେଣୁ ଏହି ଚାରିଟି ନିୟମ ବା ସୁତ୍ରକୁ ନିଶ୍ଚିତ ପାଳନ କରନ୍ତୁ ବା ମାନନ୍ତୁ, ଯାହା ଦ୍ଵାରା ଗୃହ ଶାନ୍ତି ବଜାୟ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।