Health Tips ୨ ମିନିଟ ରେ ହଳଦିଆ ଦାନ୍ତ କୁ କରନ୍ତୁ ମୋତି ଭଳି ଚମକ । ଆଜି ହିଁ କରନ୍ତୁ ଏହି ଘରୋଇ ଉପାୟ…

ଏମିତି ଏକ ଘରୋଇ ନୁସକା ବିଷୟରେ ଆମେ ଆପଣଙ୍କୁ କହିବୁ ଯାହାର ବ୍ୟବହାର ଫଳରେ ଆପଣଙ୍କ କଳା ରଙ୍ଗର କିମ୍ବା ହଳଦିଆ ରଙ୍ଗର ଦାନ୍ତ ମୋତି ଭଳିଆ ଚମକିବା ଆରମ୍ଭ କରିବ। ଆମେ ଦେଖିବାକୁ ପାଉ ପ୍ରାୟତଃ ୧୦ ଜଣଙ୍କ ଭିତରେ ୫ ଜଣଙ୍କର ଦାନ୍ତ କୌଣସି କାରଣରୁ ପୋକ ଖାଇ କଳା ହୋଇ ଯାଇଥାଏ ଆଉ କିଛି ଜଣଙ୍କର କଷ ଭଳି ହୋଇ ଯାଇଥାଏ ଏବଂ ହଳଦିଆ ରଙ୍ଗର ଦେଖାଯାଏ।

ଯାହା ଦେଖିବାକୁ ବହୁତ୍ ଖରାପ୍ ଲାଗିଥାଏ।ତେଣୁ ବହୁତ୍ ଜଣ ଏହାକୁ ଅଣଦେଖା କରୁଥିବା ବେଳେ ଆଉ କିଛି ଜଣ ଏଥିପ୍ରତି ସଚେତନ ରହିଥାନ୍ତି। କିନ୍ତୁ କୌଣସି ସ୍ଥାୟୀ ସମାଧାନ ପାଇ ନଥାନ୍ତି।

ତେବେ ଆସନ୍ତୁ ଜାଣିବା ଅତି ସହଜ ଉପାୟରେ ଆମେ କେମିତି ଘରୋଇ ଉପାୟରେ ଏହି ଭଳି ସମସ୍ୟାରୁ ମୁକ୍ତି ପାଇବା। ବିଡି, ସିଗାରେଟ୍ ଆଦି ସେବନ କରିବା ଏବଂ ଭଲ ଭାବରେ ଦାନ୍ତକୁ ସଫା ନକରିବା ଦ୍ବାରା, ଅଧିକ ଚା ପିଇବା ଦ୍ବାରା ଦାନ୍ତ ଭିତରେ ଅପରିଷ୍କାର ଜମା ହୋଇଥାଏ।ତେଣୁ ଏକ ପେଷ୍ଟ ପ୍ରସ୍ତୁତ କରି ଲଗାଇବା ଦ୍ବାରା ଆପଣଙ୍କ ଦାନ୍ତ ଭଲ ରହିବା ସହିତ ଦାନ୍ତ ପରିଷ୍କାର ମଧ୍ୟ ରହିବ।ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଏହି ପେଷ୍ଟ କୁ ଏବଂ ଏଥିପାଇଁ ଆବଶ୍ୟକୀୟ ଉପକରଣ ବିଷୟରେ।

ପ୍ରସ୍ତୁତି ପ୍ରଣାଳୀ

ଆପଣଙ୍କୁ ଏହି ପେଷ୍ଟ ପ୍ରସ୍ତୁତ କରିବା ପାଇଁ ଅଧା ଚାମଚ ମେଥି ର ପାଉଡର ଆବଶ୍ୟକ। ଅଧ ଚାମଚ ମେଥି ପାଉଡର ସହିତ ଅଧ ଚାମଚ ନଡିଆ ତେଲ ଏବଂ ୪ ଟି ତୁଳସୀ ପତ୍ରକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରି ଏଥିରେ ମିଶାନ୍ତୁ।ଏହି ସମସ୍ତ ଉପାଦାନ କୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ଏଥିରେ ଅଧ ଚାମଚ ଆପଣ ପ୍ରତିଦିନ ବ୍ୟବହାର କରୁଥିବା କୋଲଗେଟ୍ କୁ ନେଇ ଗୋଳାଇ ଦିଅନ୍ତୁ।

ଏହାପରେ ଆପଣ ଦେଖିବେ ଏକ ସୁନ୍ଦର୍ ପେଷ୍ଟ ପ୍ରସ୍ତୁତ ହୋଇଯିବ। ତୁଳସୀ ପତ୍ର ମିଶାଇବା ଦ୍ବାରା ଏହା ଆପଣଙ୍କ ଦାନ୍ତ ଭିତରେ ଥିବା ମଇଳା କୁ ସଫା କରିବା ସହିତ ଯଦି ଆପଣଙ୍କର ଦାନ୍ତରୁ ଦୁର୍ଗନ୍ଧ ବାହାରୁଥିବା ର ସମସ୍ୟା ରହିଥାଏ,ତେବେ ସେହି ସମସ୍ୟା ମଧ୍ୟ ଦୂର ହେବ।

ବ୍ୟବହାର ପଦ୍ଧତି-

ଏହି ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ଆପଣ ପ୍ରତିଦିନ ସକାଳେ ବ୍ରଶ କରିବା ସମୟରେ ବ୍ୟବହାର କରୁଥିବା ବ୍ରଶ ରେ ଅଳ୍ପ ପରିମାଣରେ ନେଇ ଦାନ୍ତ ଚାରିପଟେ ଭଲ ଭାବରେ ଲଗାନ୍ତୁ। ଅଳ୍ପ ସମୟ ବ୍ରଶ କରିବା ଦ୍ୱାରା ଏହା ଭଲ ଭାବରେ ଦାନ୍ତ ମୂଳରୁ ସଫା ହୋଇ ନଥାଏ।

ତେଣୁ ଆପଣଙ୍କୁ ପାଖା ପାଖି ୫ ମିନିଟ୍ ଧରି ଏହି ପେଷ୍ଟ କୁ ବ୍ରଶ ରେ ନେଇ ଦାନ୍ତ ଚାରିପଟେ ଭଲ ଭାବରେ ଘସାନ୍ତୁ।ତେବେ ଦେଖିବେ ଏକ ସପ୍ତାହ ଏମିତି କଲେ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।