ହେ ଭଗବାନ ! ସ୍କୁଲ୍ ଖୋଲିବାର ୩ ଦିନ ରେ ୨୬୨ ଛାତ୍ର ଛାତ୍ରୀ ଙ୍କ ସହିତ ୧୬୦ ଶିକ୍ଷକ କରନା ସଂକ୍ରମିତ, ସରକାର ଙ୍କ ଏଭଳି ପଦକ୍ଷେପ ପାଇଁ…..
ଚଳିତ ମାସ ରେ ସ୍କୁଲ୍ ଖୋଲିବା କଥା ଚିନ୍ତା କରୁଥିବା ବେଳେ ଆନ୍ଧ୍ର ରୁ ଆସିଛି ଚିନ୍ତା ଜନକ ଖବର । ଆନ୍ଧ୍ର ରେ ସ୍କୁଲ୍ ଖୋଲିବା ପରେ ମାତ୍ର ତିନି ଦିନ ପରେ ଛାତ୍ର ଛାତ୍ରୀ ଓ ସ୍କୁଲ୍ ଷ୍ଟାଫ୍ ମହାମାରୀ ରେ ସଂକ୍ରମିତ ହୋଇଛନ୍ତି । ପିଟିଆଇ ସୂଚନା ଅନୁସାରେ ଆନ୍ଧ୍ର ରେ ୨୬୨ ଜଣ ଛାତ୍ର ଛାତ୍ରୀ କରନା ଚିହ୍ନଟ ହୋଇଛନ୍ତି । ସେହି ଭଳି ୧୬୦ ଶିକ୍ଷକ ସଂକ୍ରମିତ ହୋଇଛନ୍ତି।
ଏନେଇ ଆନ୍ଧ୍ର ସରକାର ଙ୍କ ଜଣେ ଗଣ ଶିକ୍ଷା ଅଧିକାରୀ ସୂଚନା ଦେଇଥିବା ର ପିଟିଆଈ ଟୁଇଟ କରିଛନ୍ତି । ନଭେମ୍ବର ୨ ତାରିଖ ରେ ନବମ ଦଶମ ଶ୍ରେଣୀ ପାଇଁ ଆନ୍ଧ୍ର ରେ ସ୍କୁଲ୍ ଖୋଲି ଥିଲା ।ତେବେ ସ୍କୁଲ୍ ରେ ମାଡ଼ିଚି କରନା ।
ଗୋଟିଏ ପଟେ ଆମ ରାଜ୍ୟ ରେ ସ୍କୁଲ୍ ଖୋଲିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଏଥିପାଇଁ ଏସୋପି ମଧ୍ୟ ପ୍ରସ୍ତୁତ କରା ଯାଉଛି।ଆଉ ଅନ୍ୟ ପକ୍ଷରେ ଆନ୍ଧ୍ର ରେ ଏମିତି ଘଟଣା ଚିନ୍ତା କୁ ବଢାଇ ଦେଇଛି । ଏହା ଏକ ଚିନ୍ତା ଜନକ ଖବର ସ୍କୁଲ୍ ଖୋଲିବାର ର ମାତ୍ର ତିନି ଦିନ ରେ ୨୬୨ ଜଣ ପିଲା କରନା ସଂକ୍ରମଣ ହୋଇଛନ୍ତି ଆଉ ୧୬୦ ଶିକ୍ଷକ ବି କରନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।
ତେବେ ଯେତେବେଳେ ଆଗକୁ ଶୀତ ଦିନ ଆସୁଛି ଯାହା କୁ ନେଇ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି ଯେ ଯେଉଁ ଦ୍ଵିତୀୟ ୱେବ୍ ଆସିବ ଏହା ଆହୁରି ଭୟଙ୍କର ହୋଇ ପାରେ । ଆଉ ଗୋଟିଏ ପଟେ ଯଦି ଆମେ ଦେଖିବା ନବମ ଦଶମ ଶ୍ରେଣୀ ପିଲା ମାନଙ୍କ ପାଇଁ ସରକାର ସ୍କୁଲ୍ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ।
ଏସବୁ ଭିତରେ ଆନ୍ଧ୍ର ର ଏହି ଘଟଣା ଚିନ୍ତା କୁ ଆହୁରି ବଢାଇ ଦେଇଛି । କାରଣ ବର୍ତ୍ତମାନ ଛାତ୍ର ଛାତ୍ରୀ ମାନେ ସଂକ୍ରମିତ ହୋଇଛନ୍ତି ଶିକ୍ଷକ ମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି । କେଉଁଠି ନା କେଉଁଠି ଏହା ଏକ ଚିନ୍ତା ଜନକ ବିଷୟ । ତେବେ କରନା ଭାଇରସ ରେ ପ୍ରାୟ ୮୦% ଲୋକ ସଂକ୍ରମିତ ହୋଇ ଥିଲେ ମଧ୍ୟ ସେମାନଙ୍କ ଠାରେ ଏହାର ଲକ୍ଷଣ ଦେଖାଉ ନାହିଁ ।
ଆଉ ମାତ୍ର ତିନି ଦିନ ଭିତରେ ଏତେ ସଂକ୍ରମିତ ହୋଇଛନ୍ତି ଯଦି ତେବେ ସ୍କୁଲ୍ ଖୋଲିଲେ ଆହୁରି ଅଧିକ ପିଲା ସଂକ୍ରମିତ ହୋଇ ପାରନ୍ତି। ତେବେ ଆନ୍ଧ୍ର ପ୍ରଦେଶ ବର୍ତ୍ତମାନ ଏକ ଉଦାହରଣ ସାଜିଛି ସ୍କୁଲ୍ ଖୋଲିଲେ କେମିତି ପରିସ୍ଥିତି ହେବ ।
ଏହା ସହିତ ଶୀତ ଋତୁ ରେ ଏହାର ଦ୍ଵିତୀୟ ୱେବ୍ ଆସିବ ଯାହାକି ବହୁତ୍ ଅଧିକ ଭୟଙ୍କର ଅଟେ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ତେଣୁ ବର୍ତ୍ତମାନ ସ୍କୁଲ୍ ଖୋଲିବା ନିଷ୍ପତି ରେ ବିଶେଷଜ୍ଞ ମାନେ କହିଛନ୍ତି ଯେ ବର୍ତ୍ତମାନ ଶୀତ ଋତୁ ନଯିବା ଜାଏ ସ୍କୁଲ୍ ଖୋଲିବା ଉଚିତ୍ ହେବ ନାହିଁ । ସବୁ ପିଲାଙ୍କୁ ଟେଷ୍ଟ କରାଇ ସ୍କୁଲ୍ ପଠାଇବା ମଧ୍ୟ କଠିନ ହୋଇ ଯିବ ।
ତେଣୁ ସମସ୍ତେ ଶୀତ ଦିନ ରେ ଆସିବାକୁ ଯାଉଥିବା ଦ୍ଵିତୀୟ ୱେବ୍ କୁ ନେଇ ବହୁତ୍ ଭୟବିତ ଅଛନ୍ତି ତେଣୁ ବିଶେଷଜ୍ଞ ମାନଙ୍କ ମତରେ ଆଉ ଦୁଇ ତିନି ମାସ ସ୍କୁଲ୍ ବନ୍ଦ ରହିବା ଆବଶ୍ୟକ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।