ଭିଡିଓ ଜାରି କରି ଏମିତି କହିଲେ ଅଭିନେତ୍ରୀ ରାନୀ ପଣ୍ଡା ଓ ସାଥି କଳାକାରଙ୍କ ସଂପର୍କରେ ଏମିତି କହିଲେ ରାନୀ, ଆପଣ ବି ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ….

ତେଜିବାରେ ଲାଗିଛି ଯାତ୍ରା କଳାକାର ମାନଙ୍କ ଭିତରେ ବିବାଦ। ସେମାନେ ପରସ୍ପର ଉପରକୁ ଯେମିତି କାଦୁଅ ଫିଙ୍ଗିବାକୁ ଲାଗିଛନ୍ତି ତାହା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟି ବାରେ ଲାଗିଛି। କିଛି ଦିନ ତଳେ ଯାତ୍ରା ଅଭିନେତ୍ରୀ ତଥା ଆଇଟମ ଡାନ୍ସ ର ରାଣୀ ପଣ୍ଡା କିଛି କଳାକାର ମାନଙ୍କ ସହ ରାଜଧାନୀ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସରକାରଙ୍କୁ ଯାତ୍ରା କଳାକାର ମାନଙ୍କୁ ସବୁ ଦୃଷ୍ଟିରୁ ଚିନ୍ତା କରି ଯାତ୍ରା କରିବାକୁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରିଥିଲେ। ଅନେକ ଦାବି ମଧ୍ୟ ଉପସ୍ଥାପନା କରିଥିଲେ। ନିଜର କ୍ଷୋଭ ମଧ୍ୟ ସେ ପ୍ରକାଶ କରିଥିଲେ ସରକାରଙ୍କ ଉପରେ।

ଆଉ ଏହାପରେ ଆରମ୍ଭ ହୋଇଥିଲା ବିବାଦ। ଅନ୍ୟ ଜଣେ ଯାତ୍ରା କଳାକାର ବାପି ପଣ୍ଡା ଏହାକୁ ବିରୋଧ କରିଥିଲେ କାରଣ ରାଣୀ ପଣ୍ଡା ଙ୍କ ଏହିଭଳି କ୍ଷୋଭ ପ୍ରକାଶ କାରଣରୁ ସରକାର ଯାତ୍ରା କଳାକାରଙ୍କ ସହ ଆଲୋଚନା କରିବାକୁ ପ୍ରତିଶୁତି ଦେଇ ମଧ୍ୟ ସେଥିରୁ ଓହରି ଯାଇଥିଲେ।ଏହାପରେ ଆରମ୍ଭ ହୋଇଥିଲା ବିବାଦ ।

ବାପି ପଣ୍ଡା ଯେତେବେଳେ ରାନୀ ପଣ୍ଡା ଙ୍କୁ ଆକ୍ଷେପ କରି କହିବା ଆରମ୍ଭ କଲେ ସେତେବେଳେ ରାନୀ ପଣ୍ଡା ମଧ୍ୟ ତାଙ୍କ ବିରୋଧରେ ଅନେକ ଅରୁଚିପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ଉଭୟ ବିବାଦ କରିବାକୁ ଲାଗିଥିଲେ।ଏହାପରେ ଏମାନଙ୍କ ମଧ୍ୟରେ ଧୀରେ ଧୀରେ ଝଗଡ଼ା ରୁ ତୁମୁଳ କାଣ୍ଡ ସୃଷ୍ଟି ହେବାକୁ ଲାଗିଲା।

ରାଣୀ ପଣ୍ଡା ଉତ୍ତେଜିତ ହୋଇ ଅନେକ ଅପ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ। ଏହାପରେ ଗଣମାଧ୍ୟମରେ ଏହି ଖବର ଚର୍ଚ୍ଚାର ଶୀର୍ଷରେ ରହିଥିଲା। ଏବେବି ପରସ୍ପର ପରସ୍ପରକୁ କଟାକ୍ଷ କରିବା କୁ ବନ୍ଦ କରୁ ନାହାନ୍ତି। ପରସ୍ପର ଭିତରେ ଲାଗି ରହିଛି କଥା କଟା କଟି। ରାନୀ ଙ୍କ କହିବାର କଥା ହେଉଛି ମୋ ବିଷୟରେ ମନ୍ତବ୍ୟ ଦେବା ପାଇଁ ସେ କିଏ।

ସେହିପରି ଏବେ ଏକ ଭିଡିଓ ରାଣୀ ପଣ୍ଡା ପୋଷ୍ଟ କରିଛନ୍ତି, ଯେଉଁ ଭିଡିଓ ରେ ତାଙ୍କର ରୂପ ରେଖ, ଜଣେ କଳାକାର ଙ୍କ ଭଳି ସଜେଇ ହୋଇ ସେ ଯେଉଁ ଭାଷା ର ପ୍ରୟୋଗ କରୁଛନ୍ତି ସେଥିରୁ ସ୍ପଷ୍ଟ ଭାବରେ ଅନୁମାନ କରାଯାଇ ପାରେ ଯେ ସେ ଏହା କାହାକୁ ଆକ୍ଷେପ କରି କହୁଛନ୍ତି।

ଏହି ଭିଡିଓ ରେ ସେ କହିଛନ୍ତି ମୁଁ ମୋର କଳାକାର ଭାଇ ମାନଙ୍କର ସ୍ବାର୍ଥ ପାଇଁ ଲଢ଼ିବି, ଏକୁଟିଆ ଲଢ଼ିବି। ସରକାର ହେଉଛନ୍ତି ସମସ୍ତଙ୍କର। ସମସ୍ତେ ସରକାରଙ୍କୁ ତାଙ୍କର ଦାବି ଜଣାଇ ପାରିବେ। ମୁଁ କେଉଁ ଅସଭ୍ୟ କଳାକାର କୁ ଚିହ୍ନି ନାହିଁ, ଯେଉଁମାନେ ମୋ ବିଷୟରେ ଏମିତି ମନ୍ତବ୍ୟ ଦେଉଛନ୍ତି ଯେ ମୁଁ କୁଆଡ଼େ କଳାକାର, ଅଭିନେତ୍ରୀ ନୁହେଁ, ମୁଁ ଲଙ୍ଗଳା ନୃତ୍ୟ ପରିବେଷଣ କରେ, ଆଉ ସେମାନେ ହେଉଛନ୍ତି ବଡ଼ କଳାକାର।

ପୁଣିଥରେ ଏହି ଭିଡିଓ ମାଧ୍ୟମରେ ସେ ସାଥୀ କଳାକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଯିଏକି ତାଙ୍କ ନାମରେ ମନ୍ତବ୍ୟ ରଖିଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।