ସତ ହେଲା ମାଳିକା ବଚନ ! ମାଳିକା ରେ ବର୍ଣ୍ଣିତ ଦିଲ୍ଲୀର ଭୂମିକମ୍ପ। ଭୁଶୁଡ଼ି ପଡ଼ିବ ଅନେକ କୋଠା ବାଡ଼ି। ଦେଖନ୍ତୁ ଆଉ କଣ ସବୁ ଘଟିବ……

ଅନେକ ବର୍ଷ ତଳେ ରଚନା କରାଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା ଯାହା ଆଗାମୀ ଭବିଷ୍ୟତରେ ପ୍ରତିଫଳିତ ହେବାକୁ ଯାଉଛି ସେହି ଭଳି କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ ଆମେ ଆଜି ଆଲୋଚନା କରିବା ଯାହା ମାଳିକା ରେ ବର୍ଣ୍ଣିତ ରହିଛି। କଣ କଣ ଆଗକୁ ଘଟିବ ଯାହା ପୂର୍ବରୁ ରଚନା କରା ଯାଇଛି। ତେଣୁ ଆପଣ ମାନେ ଧ୍ୟାନ ପୂର୍ବକ ଏସବୁକୁ ପଢନ୍ତୁ।

ଆପଣ ଜାଣି ପାରିବେ ଏହାର ଗୁରୁତ୍ବ କେତେ ରହିଛି। ମହାପୁରୁଷ କହିଥିଲେ ଉତ୍ତରାଖଣ୍ଡ ଠାରେ ମହା ପ୍ରଳୟ ଘଟିବ ଏବଂ ଦିଲ୍ଲୀ ଠାରେ ଭୂମିକମ୍ପ ରେ କୋଠା ବାଡ଼ି ଭୁଶୁଡ଼ି ପଡ଼ିବ। ତେବେ ଏସବୁ ଘଟଣା ମାଳିକା ରେ ପୂର୍ବରୁ ବର୍ଣ୍ଣିତ ରହିଛି।

ଏସବୁ କୌଣସି ଘଟଣା ଘଟି ସାରିବା ପରର କଥା ନୁହଁ ବରଂ ଏହା ମାଳିକା ର ସତର୍କ ବାଣୀ। ତେଣୁ ଏଥିପ୍ରତି ଆପଣ ସଚେତନ ରୁହନ୍ତୁ ଏବଂ ସତର୍କ ମଧ୍ୟ ରୁହନ୍ତୁ। ଏମିତି ସମୟ ଆସିବ ଉତ୍ତରାଖଣ୍ଡ ରେ ମହା ପ୍ରଳୟ ହେବ ଏବଂ ଦିଲ୍ଲୀରେ ଭୂମିକମ୍ପ ଏକ ଭୟାନକ ପରିସ୍ଥିତି ସୃଷ୍ଟି କରିବ। ଏମିତିରେ ଦିଲ୍ଲୀରେ ୬ ଥର ଭୂମି କମ୍ପ ହୋଇ ସାରିଲାଣି।ଆଉ ଏମିତି ଏକ ସମୟ ଆସିବ ଦିଲ୍ଲୀ ରେ ବଡ଼ ଧରଣର ଭୂମିକମ୍ପ ହେବ ଏବଂ ଅନେକ କୋଠା ବାଡ଼ି ଭୁଶୁଡ଼ି ପଡ଼ିବ ।

ତା ସହିତ ଏହା ମଧ୍ୟ ଲେଖା ଯାଇଛି ଯେ ଏମିତି ଏକ ସମୟ ଆସିବ କାହା ଠାରେ ଆଉ ଦୟାଭାବ ଦେଖାଯିବ ନାହିଁ। ସମସ୍ତେ ନିର୍ଦ୍ଦୟ ହୋଇଯିବେ।ପରସ୍ପର ପ୍ରତି ଦୟା, ସହାନୁଭୂତି ଆଉ ରହିବ ନାହିଁ। ସମସ୍ତେ ସ୍ୱାର୍ଥପର, କ୍ରୁର ହୋଇଯିବେ। ଯେମିତି ନିକଟରେ କେରଳରେ ଏକ ଘଟଣା ଘଟିଲା ଆପଣ ମାନେ ଜାଣିଥିବେ।

ସେଠାରେ ଏକ ଗର୍ଭବତୀ ଥିବା ହାତୀ କୁ ସପୁରୀ ଭିତରେ ବମ୍ ପୁରାଇ ଖୁଆଇବା ପରେ ହାତୀ ଟି କିପରି ମୃତ୍ୟୁ ବରଣ କଲା। ଏଥିରୁ ସ୍ପଷ୍ଟ ଭାବରେ ମଣିଷର ହାବ ଭାବ ବାରି ହୋଇ ପଡୁଛି। ମଣିଷ କେତେ ନିର୍ଦ୍ଦୟ ହୋଇ ଯାଉଛି।ଏହି ଘଟଣା ଜାଣିବା ପରେ ଲୋମ ଟାଙ୍କୁରି ଉଠୁଛି। ମଣିଷ ଦିନକୁ ଦିନ ତଳକୁ ଖସି ଯାଉଛି। ତା ପାଖରେ ମାନବିକତା ଏବଂ ଉଦାରତା ର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନାହିଁ।

ଆଜି କରନା ମହାମାରୀ ସମୟରେ ମଣିଷ ମାସ୍କ ପିନ୍ଧି ବୁଲୁଛି ତେବେ ଏହା ମହାମାରୀ ରୁ ରକ୍ଷା ପାଇବା ପାଇଁ ପିନ୍ଧା ଯାଉଛି ସିନା କିନ୍ତୁ ଅପରପକ୍ଷେ ମାଷ୍କ ପିନ୍ଧି ଆମେ ଆମର ନିଲଜ୍ଜ ମୁହଁ ଭଗବାନ ଙ୍କ ପାଖରେ ଲୁଚାଇ ରଖୁଛୁ। ତାଙ୍କ ସମ୍ମୁଖରେ ଏହି ନିଲଜ୍ଜ ମୁହଁକୁ ଦେଖାଇବାକୁ ସାହସ ହେଉନାହିଁ। ଯାହା ମାଳିକା ରେ ମଧ୍ୟ ବର୍ଣ୍ଣିତ ହୋଇଛି ଯେ ମଣିଷ ନିର୍ଦ୍ଦୟ ହୋଇଗଲା ପରେ ଓ ତାପଖରେ ମନିଷପନିଆ ସରିଯିବା ପରେ ଏ ପୃଥିବୀ ନାଶ ହୋଇଯିବ। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।