ସରକାର ଙ୍କର ନୂଆ ନିୟମ । ଅଫିସ୍ ରେ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବା ମନା । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ସରକାରଙ୍କ ନୂଆ ନିୟମ।ଅଫିସ୍ ରେ ଜିନ୍ସ ଏବଂ ଟି ସାର୍ଟ ପିନ୍ଧିବା ମନା। ସରକାର ଆଣିଲେ ଏକ ନୂଆ ନିୟମ। କର୍ମଚାରୀ ଙ୍କ ପାଇଁ ବଡ଼ ଖବର। ସେମାନଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି ସରକାର୍। ଯଦି ଆପଣ ସରକାରୀ କାର୍ଯ୍ୟାଳୟରେ କାମ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ବଡ଼ ଖବର। କାରଣ ଏହି ଖବର ଆପଣଙ୍କ ପାଇଁ ଅନେକ ଗୁରୁତ୍ଵ ରଖୁଛି।

ଏବେ ଆଉ ସରକାରୀ କାର୍ଯ୍ୟାଳୟ ରେ ବା ଅଫିସ୍ ରେ ଜିନ୍ସ କିମ୍ବା ଟି ସାର୍ଟ ପିନ୍ଧି ପାରିବେ ନାହିଁ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ। ଏହିଭଳି କିଛି କଡ଼ା ନିୟମ ଲାଗୁ କରିଛନ୍ତି ମହାରାଷ୍ଟ୍ର ର ସରକାର।

ଯାହା ଫଳରେ ଏହାକୁ ନେଇ ସରକାରୀ ଏବଂ ଠିକା କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ମହାରାଷ୍ଟ୍ର ର ସଚିବାଳୟ ରେ ବା ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ କାମ କରୁଥିବା କର୍ମଚାରୀ ମାନଙ୍କ ସେମାନଙ୍କ ଡିଉଟି ସମୟରେ ଏକ ସ୍ବତନ୍ତ୍ର ଡ୍ରେସ୍ କୋଡ କୁ ଅନୁସରଣ କରିବାକୁ ପଡ଼ିବ। ନୂଆ ନିୟମ ଅନୁଯାୟୀ କର୍ମଚାରୀ ମାନେ ସେମାନଙ୍କ ଡିଉଟି ରେ ଥିବା ସମୟରେ ଜିନ୍ସ ଏବଂ ଟି ଶାର୍ଟ୍ ପିନ୍ଧି ପାରିବେ ନାହିଁ।ଆଉ ସେହି ସମୟରେ ସେମାନଙ୍କୁ ଆନୁଷ୍ଠାନିକ ପୋଷାକ ବା ଫର୍ମାଲ୍ ଡ୍ରେସ୍ ପିନ୍ଧିବାକୁ ପଡ଼ିବ।

ତେବେ ଲୋକମାନଙ୍କ ମଧ୍ୟରେ ସରକାରୀ କର୍ମଚାରୀଙ୍କ ଭାବ ମୂର୍ତ୍ତି କୁ ଭଲ ରଖିବା ପାଇଁ ମହାରାଷ୍ଟ୍ର ସରକାର ଏପରି ଏକ ନିଷ୍ପତ୍ତି ନେଇଥିବା କଥା କୁହା ଯାଉଛି।ତେବେ ପୁରୁଷ କର୍ମଚାରୀ ମାନେ ଫର୍ମାଲ ପ୍ୟାଣ୍ଟ ଆଉ ଶାର୍ଟ୍ ପିନ୍ଧିବେ ଏବଂ ମହିଳା କର୍ମଚାରୀ ମାନେ ଦୁପଟ୍ଟା ସହିତ ସାଲୱାର, ଶାଢ଼ୀ କିମ୍ବା କୁର୍ତ୍ତି ପିନ୍ଧି ପାରିବେ।

ତେବେ ଏହା ସହ ଏହା ମଧ୍ୟ କୁହା ଯାଇଛି ଯେ ଗଭୀର ରଙ୍ଗର ପୋଷାକ ଓ ଚିତ୍ର ବିଚିତ୍ର ହୋଇଥିବା ପୋଷାକ ମଧ୍ୟ କର୍ମଚାରୀ ମାନେ ପିନ୍ଧି ଅଫିସ୍ କୁ ଆସି ପାରିବେ ନାହିଁ କିମ୍ବା ଡିଉଟି କରି ପାରିବେ ନାହିଁ। ଏହାକୁ ସ୍ପଷ୍ଟ କରିଛନ୍ତି ସରକାର୍।ତେବେ ଏମିତି ନିୟମ ଆଣିବାରେ ମହାରାଷ୍ଟ୍ର କେବଳ ଏକମାତ୍ର ରାଜ୍ୟ କିମ୍ବା ପ୍ରଥମ ରାଜ୍ୟ ନୁହେଁ।

ଏହା ପୂର୍ବରୁ ବିହାର ସମେତ, ତାମିଲନାଡୁ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନ ଶ୍ରମ ବିଭାଗରେ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଫର୍ମାଲ୍ ଡ୍ରେସ୍ ପିନ୍ଧିବା ବାଧ୍ୟତାମୂଳକ କରା ଯାଇଥିଲା।ସେହି କ୍ରମରେ ଏବେ ମହାରାଷ୍ଟ୍ର ସରକାର ଏବେ ତାଙ୍କ ରାଜ୍ୟରେ ଏହି ନିୟମ କୁ ଲାଗୁ କରିଛନ୍ତି। ସାଧାରଣ ଜନତା ମାନଙ୍କ ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ସେମାନଙ୍କ ଭାବ ମୂର୍ତ୍ତି କୁ ଭଲ ରଖିବା ପାଇଁ ମହାରାଷ୍ଟ୍ର ସରକାର ଏହିଭଳି ଏକ ଅଭିନବ ନିଷ୍ପତ୍ତି ନେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।