ସରକାରଙ୍କ ଆୟତ୍ତରେ ଏହି ସବୁ ମିଡ଼ିଆ ଚ୍ୟାନେଲ। ନିର୍ଭିକ, ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଉଠୁଛି ପ୍ରଶ୍ନବାଚୀ ?

ଗଣମାଧ୍ୟମ ର ଦାୟିତ୍ଵ ଏବଂ କର୍ତ୍ତବ୍ୟ ହେଉଛି ଏକ ନିର୍ଭୀକ ଏବଂ ସଠିକ୍ ଖବର ଉପସ୍ଥାପନ କରିବା। କାହା ଚାପର ବଶବର୍ତ୍ତୀ ନହୋଇ କିମ୍ବା ଭୟଭୀତ ନହୋଇ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ହେଉଛି ଗଣମାଧ୍ୟମ ବା ମିଡ଼ିଆ ର ଧର୍ମ ହୋଇଥାଏ। ତେବେ ଏବେ ଅଧିକାଂଶ କ୍ଷେତ୍ରରେ ଏହା କୁହା ଯାଉଛି ଯେ ଆଜିର ଗଣମାଧ୍ୟମ ମାନେ ସରକାରଙ୍କ ହାତ ବାରିଶି ସାଜିଛନ୍ତି ଏବଂ ସରକାରଙ୍କ ଇଙ୍ଗିତରେ ତାଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ।

ତାଙ୍କ ସପକ୍ଷରେ ହିଁ ସମ୍ବାଦ ପରିବେଷଣ କରୁଛନ୍ତି ପରୋକ୍ଷ ଭାବରେ। ତେବେ ଏହିଠାରେ ହିଁ ଗଣମାଧ୍ୟମ ର ନିର୍ଭୀକତା ଏବଂ ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଛି।

ତେବେ ଏହା କୁହାଯାଇ ପାରେ ଯେ କେବଳ ରାଜ୍ୟ ମାନଙ୍କରେ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟ କିଛି ଗଣମାଧ୍ୟମ କାମ କରୁଛନ୍ତି। ତେବେ ଲୋକଙ୍କ ଆଶା ଭରସା ଏବଂ ଠିକ୍ ଭୁଲ୍ ଆଦି ର ପରିମାପକ ହେଉଛନ୍ତି ଗଣମାଧ୍ୟମ ଗୁଡ଼ିକ। ଏସବୁ କ୍ଷେତ୍ରରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ମାଲିକ ଓ ଦଳୀୟ ନେତା ମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅର୍ଦ୍ଧସତ୍ୟ ବା ବିଭ୍ରାନ୍ତିକର ଖବର ଅନେକ ସମୟରେ ପ୍ରକାଶ ପାଉଛି ବା ପ୍ରସାରଣ ହେଉଛି।

ଅନେକ ଯୋଜନାର ବିଫଳତାକୁ ନେଇ ହେଉଥିବା ଖବର ଜନତାଙ୍କ ନିକଟରେ ପହଞ୍ଚି ପାରୁ ନାହିଁ।କାରଣ ଶାସକ ଦଳ କବଜାରେ ରାଜ୍ୟର ଗଣମାଧ୍ୟମ ବନ୍ଧା ପଡିଛି ବୋଲି କୁହାଯାଉଛି। ତେବେ ଏହା କଣ ପ୍ରକୃତ ସାମ୍ବାଦିକତା ଏବଂ ଏହା କଣ ସରକାରର ଗଣମାଧ୍ୟମ ପ୍ରୀତି ଯେ ଗଣମାଧ୍ୟମର ସ୍ୱାଧୀନତା, ସ୍ୱାତନ୍ତ୍ରତା, ନିରପେକ୍ଷତା ଓ ସର୍ବୋପରି ସେମାନଙ୍କ କର୍ତ୍ତବ୍ୟ, ଲୋକଙ୍କ ପ୍ରତି ନିଷ୍ଠା, ଦାୟିତ୍ୱ, ସେବା କାର୍ଯ୍ୟକୁ ଛଡାଇନେଇ ସେସବୁକୁ ନିଜର ଆୟତ୍ତ ରେ ରଖି ଉଦ୍ଦେଶ୍ୟ ମୂଳକ ଭାବରେ ବ୍ୟବହାର କରିବା।

ଏହା ସାଧାରଣ ଜନତା କୁ ଭୁଆ ବୁଲାଇବା ପାଇଁ ଉଦ୍ଦିଷ୍ଟ।ତେବେ ରାଜ୍ୟରେ ଥିବା ଛୋଟ ବଡ ପ୍ରାୟତଃ ସମସ୍ତ ମିଡିଆ ହାଉସ ଏବେ ସରକାରଙ୍କ ଆୟତ୍ତ ରେ। ମାତ୍ର ହାତ ଗଣତି କିଛି ଗଣମାଧ୍ୟମକୁ ବାଦଦେଲେ ଅନ୍ୟସବୁ ସରକାରୀ ଦଳର ମାଲିକାନା ଏବଂ ସହଯୋଗରେ ଚାଲୁଛି। ଏକ ପ୍ରକାରର ଗଣମାଧ୍ୟମର ନିରପେକ୍ଷତା ଓ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବାକୁ କରାଯାଉଛି ଏପରି ସବୁ ଷଡଯନ୍ତ୍ର।

ଯାହା ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ତେବେ କୁହାଯାଉଛି କି ସରକାରୀ ଦଳ ତଥା ପ୍ରଶାସନିକ କଳ ନିଜ ଦୋଷ ଦୁର୍ବଳତାକୁ ଲୁଚେଇବାକୁ ଏହି ଭୟଙ୍କର ଷଡଯନ୍ତ୍ର କରୁଛନ୍ତି କି। ରାଜ୍ୟରେ ବିଭିନ୍ନ ଘଟଣାକୁ ଘଣ୍ଟ ଘୋଡାଇବାକୁ ଏହିଭଳି ଉଦ୍ୟମ ହେଉଛି। ତେବେ ସେହି ଗଣମାଧ୍ୟମ ଗୁଡ଼ିକ ଯେଉଁମାନଙ୍କ ବିଷୟରେ ଚର୍ଚ୍ଚା ହେଉଛି ଯେ ସେମାନେ ସରକାରଙ୍କ ଅଧୀନରେ କାମ କରୁଛନ୍ତି ସେମାନେ ହେଲେ ସକାଳ, ସର୍ବସାଧାରଣ, ପ୍ରମେୟ, ନନ୍ଦିଘୋଷ, ଏମବିସି, କନକ, ନ୍ୟୁଜ ସେଭେନ, ନକ୍ଷତ୍ର ଏବଂ ବିଭିନ୍ନ ୱେବ ପୋର୍ଟାଲ ଗୁଡ଼ିକ ମଧ୍ୟ।

INSPAIR – NEWS 11 ODISHA ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।