ସରକାର ଙ୍କର ବଡ ଘୋଷଣା ! ଚଳିତ ମାସ ଠାରୁ ବନ୍ଦ ହେବ ମାଗଣା ରାସନ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

ଏବେ ବନ୍ଦ ହେବ ମାଗଣା ରାସନ୍। ଯାହା ସମସ୍ତଙ୍କ ପାଇଁ ଏକ ବଡ଼ ଖବର ନିଶ୍ଚିତ ଭାବରେ। ଆପଣମାନେ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣାରେ ମିଳୁଥିବା ରାସନ ସାମଗ୍ରୀ ସବୁ ଏହି ମାସରୁ ବନ୍ଦ ହେବାକୁ ଯାଉଛି ବୋଲି ସୂଚନା ମିଳିଛି।ତେବେ ଯାହା ଜଣା ପଡିଛି ଲକ୍‌ଡାଉନ ଆରମ୍ଭରୁ ସରକାର ଏହି ଯୋଜନାରେ ପାଖା ପାଖି ୮୧ କୋଟି ରାସନ କାର୍ଡ ଧାରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଆସୁଥିଲେ ।

କରନା ସଙ୍କଟ ମଧ୍ୟରେ ଚଳିତ ବର୍ଷ ମାର୍ଚ୍ଚ ମାସରେ କରୋନା ମହାମାରୀ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ ।

ଏହାପରେ ଯୋଜନା ଅନୁସାରେ ଏହାର ମାଧ୍ୟମରେ ସମସ୍ତ ଗରିବ ପରିବାରକୁ ଅର୍ଥାତ୍ ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ରହିଛି, ସେମାନଙ୍କୁ ମାଗଣା ମାସକୁ ୫ କେ.ଜି ଚାଉଳ ବା ଗହମ ଏବଂ ମୁଣ୍ଡପିଛା ୧ କେ.ଜି ଚଣା ଡାଲି ଯୋଗାଇ ଦେଇ ଆସୁଥିଲେ ।ତେବେ କରନା ମହାମାରୀ ସ୍ଥିତି କୁ ଲକ୍ଷ୍ୟ କରି ସେହି ସମୟରେ ଏହି ଯୋଜନା ମୁ୍‌ଖ୍ୟତ ପ୍ରବାସୀ ଶ୍ରମିକ ଓ ଗରିବଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଆରମ୍ଭ କରା ଯାଇଥିଲା।

ତେବେ ସୂଚନା ଅନୁସାରେ ଖାଦ୍ୟ, ଉପଭୋକ୍ତା ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଯାହା ତଥ୍ୟ ରହିଛି ସେହି ଅନୁଯାୟୀ ଏହି ଯୋଜନା ଚଳିତ ମାସ ଠାରୁ ବନ୍ଦ ହୋଇଯିବ ଏବଂ ଲୋକ ଏହି ସୁବିଧା ପାଇବାରୁ ବଞ୍ଚିତ ହେବେ। ତେଣୁ ଆପଣ ମାନଙ୍କୁ ଜଣାଇ ଦେଉଛୁ ଯେ ମୋଦୀ ସରକାର ଙ୍କର ଏହି ଯୋଜନା ରେ ଅସହାୟ ଗରିବ,ହିତାଧିକାରୀ ମାନଙ୍କୁ ମାସକୁ ୫ କେ.ଜି ଲେଖାଏଁ ଗହମ କିମ୍ବା ଚାଉଳ ମାଗଣାରେ ବଣ୍ଟନ କରା ଯାଉଥିଲା।

ତେବେ ଖାଦ୍ୟ, ଉପଭୋକ୍ତା ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଏହି ଯୋଜନା ର ସମୟ ସୀମା କୁ ଏବେ ବୃଦ୍ଧି କରାଯାଇ ପାରିବ ନାହିଁ।ତେଣୁ ଏହି ଯୋଜନା ମାଧ୍ୟମରେ ଏବେ ଆଉ ହିତାଧିକାରୀ ମାନଙ୍କୁ ସୁବିଧା ମିଳିବ ନାହିଁ। କରନା ସଙ୍କଟ କୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା କୁ ଚାଲୁ କରିଥିଲେ।

ତେବେ ଯୋଜନା ର ବଣ୍ଟନ ଅନୁସାରେ କୌଣସି କାରଣରୁ ଯଦି କେହି ଏହି ମାଗଣା ରାସନ ପାଇବାରୁ ବଞ୍ଚିତ ଥାଆନ୍ତି ତେବେ ସେମାନଙ୍କୁ ଡିସେମ୍ବର ମାସରେ ମାଗଣା ରାସନ ଯୋଗାଇ ଦିଆଯିବ ବୋଲି କୁହା ଯାଇଛି। ଅନ୍ୟ ପକ୍ଷରେ କିନ୍ତୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ହିତାଧିକାରୀ ମାନେ ଯେଉଁ ରାସନ ସାମଗ୍ରୀ ପାଉଥିଲେ ସେମାନେ ପୂର୍ବପରି ସେସବୁ ପାଇ ପାରିବେ। ସେମାନଙ୍କ ପାଇଁ ରାସନ୍ ସୁବିଧା ବନ୍ଦ ନିମନ୍ତେ ସରକାର୍ କୌଣସି ପଦକ୍ଷେପ କିମ୍ବା ସୂଚନା ଦେଇ ନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।