ସରକାର ଙ୍କର ବଡ ଘୋଷଣା ! ଏଥର ସ୍କୁଲ ଗଲେ ପିଲାଙ୍କୁ ଦିନକୁ ମିଳିବ ୧୦୦ ଟଙ୍କା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….
କରନା ମହାମାରୀ ର ଭୟାବହତା ପ୍ରାୟତଃ ସମସ୍ତଙ୍କ ଉପରେ ତାର ପ୍ରଭାବ ଅଳ୍ପ ବହୁତ୍ ପକାଇଛି। ଯେଉଁ କାରଣରୁ ଲୋକଙ୍କ ଜୀବନ ଜୀବିକା ସହିତ ଅନେକ କ୍ଷେତ୍ରରେ ସମସ୍ୟା ପରିଲକ୍ଷିତ ହେଉଛି।ଆଉ ଶିକ୍ଷା, ଅର୍ଥନୀତି ଆଦି ସବୁ ଭୁଶୁଡ଼ି ପଡିଛି।ତେବେ ଏହି ସମୟରେ ପିଲାଙ୍କ ପାଠ ପଢା ରେ ମଧ୍ୟ ବାଧା ଉପୁଜିଛି।
ଦୀର୍ଘ ଦିନ ଧରି ସ୍କୁଲ, କଲେଜ୍ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ପିଲାମାନେ ଅନ୍ ଲାଇନ୍ ଜରିଆରେ ପାଠ ପଢୁଥିବା ବେଳେ ସ୍କୁଲ ପାଠପଢ଼ା ବନ୍ଦ ରହୁଛି। ତେବେ ଏବେ ସ୍କୁଲ ଖୋଲିବା ନେଇ ସରକାର୍ ନିଷ୍ପତ୍ତି ନେଇଛନ୍ତି। ଆଉ ଏଥିପାଇଁ ସରକାର୍ ଗାଇଡ ଲାଇନ୍ ମଧ୍ୟ ଜାରି କରିଛନ୍ତି।
ତେବେ ସ୍କୁଲ ଖୋଲିବା ପାଇଁ ହୋଇଥିବା ନୂତନ ନିୟମ ଆଧାରରେ ଆସାମ ସରକାର୍ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ବଢାଇବା ସହିତ ଶିକ୍ଷା କୁ ଅଗ୍ରାଧିକାର ଦେବା ପାଇଁ ସରକାର ଙ୍କ ନୂଆ ଅଭିନବ ଯୋଜନା ସଦୃଶ ଏବେ ସ୍କୁଲ୍ ଗଲେ ପ୍ରତିଦିନ ମିଳିବ ୧୦୦ ଟଙ୍କା ଲେଖାଏଁ ମିଳିବ ବୋଲି ଘୋଷଣା କରା ଯାଇଛି।
ଆଉ ଏଭଳି ଘୋଷଣା କରିଛନ୍ତି ଆସାମର ଶିକ୍ଷାମନ୍ତ୍ରୀ ହିମାନ୍ତ ବିସ୍ୱ ଶର୍ମା। ଏଭଳି ଘୋଷଣା କରି ଶିକ୍ଷାପ୍ରତି ଛାତ୍ର ଛାତ୍ରୀ ମାନଙ୍କର ଉତ୍ସାହ ବଢାଇବାକୁ ପ୍ରୟାସ କରିଛନ୍ତି। ପ୍ରତିଦିନ ଶହେ ଟଙ୍କା ଲେଖାଏଁ ସରକାର ପ୍ରଦାନ କରିବା ଦ୍ବାରା ପିଲାମାନେ ସ୍କୁଲକୁ ନିୟମିତ ଭାବରେ ଆସିବେ।
ତେବେ ଆପଣଙ୍କୁ ଜଣାଇ ଦେଉଛୁ କି ଆସାମ ରେ ଏହା ପୂର୍ବରୁ ମଧ୍ୟ ଯେଉଁମାନେ ପ୍ରଥମ ଡିଭିଜନ ରେ ପାସ କରୁଥିଲେ ସେମାନଙ୍କୁ ସରକାରଙ୍କ ତରଫରୁ ସ୍କୁଟି ଉପହାର ସ୍ବରୂପଦିଆ ଯାଉଥିଲା। ଏହି କ୍ରମରେ ଗତବର୍ଷ ୯୪୮ ଜଣ ଛାତ୍ରୀଙ୍କୁ ସ୍କୁଟି ପ୍ରଦାନ କରା ଯାଇଛି। କେବଳ ଏତିକି ନୁହେଁ ଏହା ସହିତ ଯୁକ୍ତ ତିନି ଓ ମାଷ୍ଟର ଡିଗ୍ରୀ କରୁଥିବା ପ୍ରତ୍ୟେକ ଛାତ୍ରୀଙ୍କୁ ମଧ୍ୟ ଶିକ୍ଷା ସହାୟତା ଯୋଗାଇ ଦିଆଯିବାର ଘୋଷଣା କରିଛନ୍ତି ଆସାମ ସରକାର୍।
ସୂଚନା ଅନୁସାରେ ସମସ୍ତ ଛାତ୍ରୀଙ୍କୁ ୧୫ ଶହ ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ମାସ ଶେଷ ସୁଦ୍ଧା ପଠାଇ ଦିଆଯିବ ବୋଲି କୁହାଯାଇଛି।ତେବେ ସରକାରଙ୍କ ଏହି ଘୋଷଣା କୁ ନେଇ ବିରୋଧୀ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି।
ବିରୋଧୀ ଦଳଙ୍କ କହିବା ଅନୁସାରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ଏକ ଘୋଷଣା କରିଛନ୍ତି।ଏହା ଏକ ନିର୍ବାଚନୀ ଲୋଭ ବୋଲି ବିରୋଧୀ ମାନେ କହୁଛନ୍ତି। ଅପରପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି ମହାମାରୀ କରୋନା ପାଇଁ ଏହି ଘୋଷଣା କୁ ସ୍ଥଗିତ ରଖା ଯାଇଥିଲା।
କିନ୍ତୁ ଏହା ବହୁ ଆଗରୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିଲା।ତେବେ ଏହି ଘୋଷଣା ଦ୍ବାରା ପିଲା ମାନଙ୍କୁ ସ୍କୁଲ ପାଠ୍ୟକ୍ରମ ପ୍ରତି ପୂର୍ବ ଭଳି କେତେମାତ୍ରରେ ଆକର୍ଷିତ କରା ଯାଇ ପାରୁଛି ତାହା ପରେ ଜଣା ପଡ଼ିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।