ଘରେ ଛୋଟ ପିଲାମାନଙ୍କୁ ସ୍ମାର୍ଟ ଫୋନ ବ୍ୟବହାର କରିବାକୁ ଦେଉଛନ୍ତି ?ଯଦି ଦେଉଛନ୍ତି ତେବେ ଦୟାକରି ଏହି ଭିଢିଓ କୁ ଦେଖନ୍ତୁ ଏବଂ ସେୟାର କରି ସମସ୍ତଙ୍କୁ ସତର୍କ କରାନ୍ତୁ…

ଆପଣ ମାନେ ତ ଜାଣିଛନ୍ତି ଆଜିକା ସମୟରେ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନର ବ୍ୟବହାର କରନ୍ତି , ଏପରିକି ପିଲା ମାନେ ଫୋନରେ ଗେମ ନଦେଖିବା ଯାଏ ଖାଇବା ଖାଆନ୍ତି ନାହିଁ । ମାତ୍ର ଆପଣ ମାନେ ଜାଣିଛନ୍ତି କି ସହି ସ୍ମାର୍ଟ ଫୋନ ପିଲା ମାନଙ୍କ ପାଇଁ କେତେ କ୍ଷତିକାରକ ହୋଇଥାଏ ।
ଆଜି ଆମେ ଆପଣ ମାନଙ୍କୁ 10 ଟି ଏପରି ମୁଖ୍ୟ କାରଣ ବିଷୟରେ କହିବୁ ଯାହାକୁ ଆପଣଙ୍କର ପିଲା ମାନେ ସ୍ମାର୍ଟ ଫୋନ ବ୍ୟବହାର କରିବା ଦ୍ୱାରା ହୋଇଥାଏ । ତେବେ ଆସନ୍ତୁ ଜାଣିବା ସ୍ମାର୍ଟ ଫୋନ ଆପଣଙ୍କର ପିଲା ଉପରେ କିପରି ପ୍ରଭାବ ପକାଇଥାଏ ।

1–ପିଲା ମାନେ ଯାହା ଦେଖିଥାନ୍ତି ତାହା ହିଁ ଶିଖିଥାନ୍ତି , ତେଣୁ କେତେକ ସମୟରେ ସେମାନେ କାନ୍ଦିଲେ ଆମେ ମାନେ ତାଙ୍କୁ ଫୋନ ଧରି କରି କାର୍ଟୁନ ଦେଖିଦେଇଥାଉ । ମାତ୍ର ଆପଣ ମାନେ ଧ୍ୟାନ ହେବେ ଏପରି ଦେଖିଲେ ତାର ମସ୍ତିସ୍କ ଉପରେ ପ୍ରଭାବ ପଡେ ଏବଂ ତାର ଦକ୍ଷତାର ବିକାଶ ହୋଇପାରେ ନାହିଁ ।


2– ସ୍ମାର୍ଟ ଫୋନରେ ଗେମର ନିଶା ସେମାନଙ୍କୁ ପାଠ ଠାରୁ ଦୂରେଇ ଦେଇଥାଏ ।

3–ଫୋନ ପାଇଲେ ପିଲା ମାନେ ଖେଳକୁଦ ଉପରେ ଧ୍ୟାନ ଦିଅନ୍ତି ନାହିଁ ଏହା ଦ୍ୱାରା ସେମାନଙ୍କର ଶାରିରୀକ ବିକାଶରେ ବାଧା ସୃଷ୍ଟି ହୋଇଥାଏ ।

4–ଯେଉଁ ପିଲା ମାନେ ସ୍ମାର୍ଟ ଫୋନର ଅଧିକ ବ୍ୟବହାର କରନ୍ତି ସେମାନଙ୍କର ଉଚ୍ଚତା ବୃଦ୍ଧି ଏବଂ ମୋଟା ହେବା 30 ପ୍ରତିଶତ ଅଧିକ ରହିଥାଏ । ଏହା ଦ୍ୱାରା ଅନେକ ରୋଗ ସୃଷ୍ଟି ହୋଇଥାଏ ।

 5–ପିଲାମାନେ ସ୍ମାର୍ଟ ଫୋନର ବ୍ୟବହାର ଏପରି କରନ୍ତି କି ସେମାନେ ଖୋଇବା ସମୟରେ ମଧ୍ୟ ଗେମ ଖେଳିଥାନ୍ତି ତେବେ ଏପରି କରିବା ଦ୍ୱାରା ସେମାନଙ୍କର ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।

6–ସ୍ମାର୍ଟ ଫୋନର ଅଧିକ ବ୍ୟବହାର ଦ୍ୱାରା ସେମାନଙ୍କର ଆଚରଣରେ , ବ୍ୟବହାରରେ ବହୁତ ପରିବର୍ତ୍ତନ ଦେଖା ଦେଇଥାଏ ।

7–ସ୍ମାର୍ଟ ଫୋନର ଅଧିକ ବ୍ୟବହାର କରିବା ଦ୍ୱାରା ସେମାନଙ୍କର ସ୍ମୃତି ଶକ୍ତି ଉପରେ ବହୁତ ପ୍ରଭାବ ପଡିଥାଏ ।

8–ପିଲା ମାନେ ଅଧିକ ସ୍ମାର୍ଟ ଫୋନ ବ୍ୟବହାର କରିବା ଦ୍ୱାରା ପିତା ମାତା ଏବଂ ପରିବାର ଲୋକଙ୍କ ଠାରୁ ଦୂରେଇ ଯାଆନ୍ତି ।

9–ସ୍ମାର୍ଟ ଫୋନର ଅଧିକ ବ୍ୟବହାର ଦ୍ୱାରା ପିଲା ମାନଙ୍କର ଆଖି ଉପରେ ତାହା ବହୁତ ପରିମାଣରେ ଖରାପ ପ୍ରଭାବ ପକାଇଥାଏ ।

10–ଆପଣ ମାନେ ଅଧିକ ସମୟ ମୋବାଇଲ ଧରି ବସିବା ଦ୍ୱାରା ଶରୀର କାନ୍ଧ , ମେରୁଦଣ୍ଡ ଏବଂ ହାତ ଉପରେ ଅଧିକ ପ୍ରଭାବ ପଡିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।