ଦେଖନ୍ତୁ ଭିଡିଓ – ସାମାନ୍ୟ ବଚଷାକୁ ନେଇ ମହିଳାଙ୍କୁ ସମସ୍ତଙ୍କ ଆଗରେ ଉଲଗ୍ନ କରି ମାଡ ମାରିଲେ କିଛି ଲୋକ, ଘଟଣା କ’ଣ ଥିଲା ଜାଣିଲେ ଅବାକ୍ ହୋଇଯିବେ…

ଆଜିର ମଣିଷ ଧିରେଧିରେ ନୃଶଂସ ପାଲଟିବାରେ ଲାଗିଛି।ସଭ୍ୟତା ଓ ମାନବିକତା ଭୁଲି ଅସଭ୍ୟତା ର ସବୁ ସୀମା ଟପି ଯାଉଛି ମଣିଷ। ସାମାନ୍ୟ କଥା କୁ ନେଇ ବେଳେବେଳେ ଲୋକେ ଏମିତି ପ୍ରକାରର କାଣ୍ଡ ଲିଭାଉଛନ୍ତି ଯେ ଆପଣ ତାହା ଦେଖିଲେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ। ଏହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ଯେ ବାସ୍ତବରେ ମଣିଷ କେଉଁ ସ୍ତରକୁ ଯାଉଛି।ତେବେ ଏହି ଭଳି ଏକ ଘଟଣା ନିକଟରେ ଘଟିଛି।ଖୁଦୁରୁକୁଣୀ ଓଷାକୁ ନେଇ ଏଠାରେ ଘଟିଛି ତୁମୂଳକାଣ୍ଡ। ଗାଁ ଦାଣ୍ଡରେ ମହିଳାଙ୍କୁ ପ୍ରବଳ ମାଡ଼ ମାରିଲେ ଆଉ ଜଣେ ମହିଳା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଜଣେ ମହିଳା ହୋଇ ଆଉ ଜଣେ ମହିଳାଙ୍କ ସହିତ କଣ ଏମିତି ବ୍ୟବହାର କରା ଯାଇ ପାରେ।ତେବେ ଏହି ଘଟଣାରେ ଜଣେ ମହିଳା ସମସ୍ତଙ୍କ ସାମନାରେ ଚୁଟି ଝିକି, ଉଲଗ୍ନ କରି ଗୋଇଠା, ବିଧା, ଚାପୁଡ଼ା ମାରି ଚାଲିଛନ୍ତି ଆଉ ଜଣେ ମହିଳାଙ୍କୁ।

ଜଣେ ମହିଳା ହୋଇ ମଧ୍ୟ ସେ ପୂରା ପୁରୁଷ ଭଳି ମାଡ଼ ମାରିଛନ୍ତି ଏବଂ ମହିଳାଙ୍କୁ ଏଭଳି ଭୟଙ୍କର ନିର୍ଯାତନା ଦେଇଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଜଣେ ମହିଳା ହୋଇ ଆଉ ଜଣେ ମହିଳା ଙ୍କ ଏମିତି ବ୍ୟବହାର କୁ ସମସ୍ତେ ସମାଲୋଚନା କରିଛନ୍ତି।ତେବେ ଅଭିଯୁକ୍ତ ମହିଳା ଜଣଙ୍କ ଅନ୍ୟ ମହିଳା ଜଣଙ୍କର ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଘରୁ ଭିଡ଼ି ଆଣି ମନଇଚ୍ଛା ପିଟିଛନ୍ତି ମହିଳା  ଜଣକୁ।

ତେବେ ଏହା ଏକ ଲଜ୍ୟା ଜନକ ଘଟଣା ବୋଲି ଚର୍ଚ୍ଚା ହେବାରେ ଲାଗିଛି।ତେବେ ଭୁବନେଶ୍ୱର ତମାଣ୍ଡୋ ସୁବୁଦ୍ଧିପୁର ସ୍ଥିତ ଲକ୍ଷ୍ମୀ ନଗର ବସ୍ତିରେ ଘଟିଛି ଏଇ ଅଘଟଣ। ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ଦେଖୁଥିବା ଲୋକେ ବି ତାଟକା ହୋଇ ଚାହିଁଥିଲେ । ବେଶ୍ କିଛି ସମୟ ଏହି ଅକଥନୀୟ ନିର୍ଯ୍ୟାତନା  ଚାଲିବା ପରେ ଲୋକେ ଆସି ରକ୍ଷା କଲେ।ପୀଡ଼ିତା ଜଣକ ହେଉଛନ୍ତି ରୁନୁବାଳା ମୁଳି। ଖୁଦୁରୁକୁଣୀ ଓଷାକୁ ନେଇ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି । କରୋନା ବ୍ୟାପୁଥିବାରୁ ସେ ଖୁଦୁରୁକୁଣୀ ଓଷା ପାଇଁ ନିଜ ଝିଅକୁ ଛାଡ଼ିଲେ ନାହିଁ ଯାହା ଘଟଣାର କେନ୍ଦ୍ର ବିନ୍ଦୁ।

ଏମିତି କଣ କେହି ନିଜ ଝିଅକୁ କହି ନଥାଏ। ତାଙ୍କର ଭୁଲ୍ କଣ ଏହି ଥିଲା। କାହିଁକି ଏହି ମହିଳା ଜଣଙ୍କ ତାଙ୍କୁ ମାଡ଼ ମାରିଲେ।ତେବେ ସୂଚନା ମୁତାବକ ସାମାନ୍ୟ ଏହି କଥାକୁ ନେଇ ଯୁକ୍ତିତର୍କ ଯୋଗୁଁ ଶୈଳ ବେହେରା ନାମ୍ନୀ ଜଣେ ମହିଳା ତାଙ୍କୁ ଆକ୍ରମଣ କରିଥିଲେ ବୋଲି ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ମହିଳା ଜଣକ । ମହିଳାଙ୍କ ଅଭିଯୋଗ ପରେ ତେବେ ଏହାକୂ ନେଇ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଦେଖିବାକୁ ବାକି ରହିଲା।

ସ୍ଥାନୀୟ ଲୋକ ଏହି ଘଟଣାକୁ ଦେଖି ବିସ୍ମୟ ଭାବରେ ରହିଛନ୍ତି ଓ ନିନ୍ଦା ମଧ୍ୟ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।