ସାମ୍ନାକୁ ଆସିଲା Ms Dhoni ଙ୍କ ମାଟ୍ରିକ ରେଜଲ୍ଟ, ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ…
ଆମ ଦେଶର ସର୍ବ ଶ୍ରେଷ୍ଠ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କୁ ବେସ ଭଲ ଭାବରେ ଜାଣିଥିବେ ।ମହେନ୍ଦ୍ର ସିଂହ ଧୋନି ୧୯୮୧ ମସିହା ଜୁଲାଇ୭ ତାରିଖରେ ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପାନ ସିଂହ ଓ ମାତାଙ୍କ ନାମ ଦେବକୀ ଦେବୀ । ତାଙ୍କର ପୈତୃକ ଘର ଉତ୍ତରାଖଣ୍ଡ ରାଜ୍ୟର ଆଲମୋରା ଜିଲ୍ଲା ଅନ୍ତର୍ଗତ ଲାମଗଡ଼ ବ୍ଲକ୍ର ଭାଲି ଗ୍ରାମରେ ।
ମହେନ୍ଦ୍ର ସିଂହ ଧୋନି ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ କ୍ରିକେଟ ଖେଳାଳୀ ଓ ଅଧିନାୟକ । ସେ ୨୦୦୭ରେ ଟି୨୦ ବିଶ୍ୱକପ ଓ ୨୦୧୧ରେ ଦିନିକିଆ ବିଶ୍ୱକପ ରେ ଭାରତ ର ନେତୃତ୍ତ୍ୱ ନେଇ ଥିଲେ ଓ ତାଙ୍କ ଦଳଏ ଦୁଇ ଖେଳରେ ବିଜୟୀ ହୋଇଥିଲେ ।
ମହେନ୍ଦ୍ର ଅନେକ ଥର ନିଜ ଜବରଦସ୍ତ ଖେଳ ପଦର୍ଶନ କରି ଭାରତକୁ ଜିତାଇ ଛନ୍ତି । ତାଙ୍କର ଉପସ୍ଥିତିରେ ଭାରତ ୱାଲ୍ଡ କପ୍ ମଧ୍ୟ ଜିତିଛି । ବର୍ତ୍ତମାନ ଧୋନୀଙ୍କ ମାଟ୍ରିକ ରେଜଲ୍ଟ ସାମ୍ନାକୁ ଆସିଛି ଆଉ ଆଜି ଆପଣ ମାନେ ଏହି ଖବର ବିଷୟରେ ଦେଖନ୍ତୁ । ତାହେଲେ ଆପଣ ମାନେ ଡେରି ନକରି ଦେଖନ୍ତୁ ଏହି ଖବର ବିଷୟରେ ।
ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି 41 ବର୍ଷରେ ପଦାର୍ପଣ କରିଛନ୍ତି । ସେ ନିଜ ପରିବାର ସହ ଆଜି ଲଣ୍ଡନରେ ନିଜ ଜନ୍ମ ଦିନ ପାଳନ କରିଛନ୍ତି । ସେ ବିଶ୍ଵର ସବୁଠାରି ସଫଳ ଅଧିନାୟକ ହୋଇଥିଲେ ମଧ୍ୟ ସେପାଠ ପଢାରେ ସେତେ ଅଧିକ ଭଲ ନଥିଲେ । ଝାଡ଼ଖଣ୍ଡର ରାଞ୍ଚିରେ ଜନ୍ମ ଗ୍ରହଣ କରିଥିବା ମହେନ୍ଦ୍ର ସିଂହ ଧୋନୀ ଡିଏଭି ସ୍କୁଲରୁ ତାଙ୍କ ପାଠ ପଢା ସମାପ୍ତ କରିଥିଲେ ।
ପାଠ ପଢ଼ିବା ସମୟରେ ଧୋନିଙ୍କର ବ୍ୟାଡମିଣ୍ଟନ ଓ ଫୁଟବଲ ଭଳି ଖେଳରେ ରୁଚି ଥିଲା । ଏହି ଖେଳ ଦ୍ୱୟରେ ସେ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଧୋନି ତାଙ୍କର ଫୁଟବଲ୍ ଦଳର ଗୋଲ ରକ୍ଷକ ଥିଲେ ଓ ଏକଦା ତାଙ୍କର ପ୍ରଶିକ୍ଷକଙ୍କ କଥାରେ ସ୍ଥାନୀୟ କ୍ରିକେଟ୍ ଦଳ ପାଇଁ କ୍ରିକେଟ୍ ଖେଳିବାକୁ ଯାଇଥିଲେ ।
ତେବେ ସେଦିନର ସେହି କ୍ରିକେଟ୍ ମ୍ୟାଚରେ ଧୋନିଙ୍କୁ ବ୍ୟାଟିଂ କି ବୋଲିଂ କରିବାର ସୁଯୋଗ ମିଳି ନଥିଲା । ହେଲେ ନିଜର ଉଚ୍ଚସ୍ତରୀୟ କିପିଙ୍ଗ୍ଦ୍ୱାରା ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏହାପରେ ସେ କମାଣ୍ଡୋ କ୍ରିକେଟ୍ କ୍ଲବର ନିୟମିତ କିପର୍ ଭାବେ କାର୍ଯ୍ୟ ତୁଲାଇବାକୁ ଆରମ୍ଭକଲେ ସେହି କ୍ରିକେଟ୍ କ୍ଲବଟି ୧୯୯୫ ରୁ୧୯୯୮ ପର୍ଯ୍ୟନ୍ତ ରାଞ୍ଚିରେ ଅବସ୍ଥିତ ଥିଲା ।
ସେ ଅଧୟନରେ ଏତେ ଭଲ ନଥିଲେ ଏବଂ ଦଶମ ଶ୍ରେଣୀରେ 66 ପ୍ରତିଶତ ଓ ଦ୍ଵାଦଶ ଶ୍ରେଣୀରେ 56 ପ୍ରତିଶତ ମାର୍କ ରଖିଥିଲେ । ମହେନ୍ଦ୍ର ନିଜ ଜୀବନରେ ଅନେକ କଷ୍ଟ ଓ ସଙ୍ଗର୍ଷ କରି ଏତେ ବଡ ସଫଳତା ହାସଲ କରିଥିଲେ । ୨୦୦୪ ମସିହା ଡିସେମ୍ବରରେ ବାଂଲାଦେଶ ବିରୁଦ୍ଧରେ ଧୋନି ନିଜର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ । ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ଧୋନି ଭାରତୀୟ ଦଳର ନିୟମିତ ୱିକେଟ୍ କିପର ତଥା ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୂପେ ପରିଚିତ ଥିଲେ ।
ସେ ନିଜର ପ୍ରଥମ ଶତକ ପାକିସ୍ତାନ ବିରୁଦ୍ଧରେ କରିଥିଲେ । ଯେଉଁଥିରେ ସେ ୧୪୮ ରନ୍ କରି ଆଉଟ୍ ହୋଇଥିଲେ । ୨୦୦୭ ମସିହାରେ ହୋଇଥିବା ପ୍ରତମଟି୨୦ ବିଶ୍ୱକପରେ ଅଧିନାୟକ ଭାବେ ଧୋନିଙ୍କ ନାମକୁ ସୁପାରିସ୍ କରିଥିଲେ ବ୍ୟାଟିଂ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ସେବେଠାରୁ ଆରମ୍ଭ ହୋଇଥିଲା ଧୋନୀଙ୍କର କ୍ରିକେଟ ଜୀବନ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।