ଦେଖନ୍ତୁ ଭିଡ଼ିଓ । ସାମ୍ନାକୁ ଆସିଲା LIVE ଭିଡ଼ିଓ, ଅଭିନେତା ଅମ୍ଳାନ ସ୍ତ୍ରୀ ଙ୍କୁ କେମିତି ରକ୍ଷା କରିଥିଲେ ପୋଲିସ ଏବଂ ସ୍ଥାନୀୟ ଲୋକେ, ଶେଷରେ ମିହିର ଦାସ କହିଲେ……

ଦୁଇଦିନ ତଳେ ମହାନଦୀ ପୋଲରୁ ପଡି ଯାଇଥିବା ଓଲିଉଡ ଅଭିନେତା ଅମ୍ଲାନଙ୍କ ପତ୍ନୀଙ୍କ ଖବର କୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି।ସେ କେ ପରିସ୍ଥିତିରେ ଏମିତି ପଦକ୍ଷେପ ନେଲେ ନା ଏହା ଅଚାନକ ଭାବରେ ଘଟିଛି ତାହା ଏବେ ସବୁଠାରୁ ବଡ ବିଷୟ। ବିଭିନ୍ନ ଗଣମାଧ୍ୟମ ପାଖରୁ ଅାରମ୍ଭ କରି ସୋସିଆଲ ମିଡିଆରେ ମଧ୍ୟ ଏହା ଏକ ଚର୍ଚ୍ଚିତ ଖବର ପାଲଟିଥିଲା ।

ତେବେ ରବିବାର ଅପରାହ୍ଣରେ ଓଲିଉଡ ର ଲୋକପ୍ରିୟ ଅଭିନେତା ଅମ୍ଲାନଙ୍କ ପତ୍ନୀ ଙ୍କର ଦୁର୍ଭାଗ୍ୟ ବଶତଃ ଶରୀର ଦୁର୍ବଳ ଥିବାରୁ ସେଠାରେ ଗୋଡ଼ ଖସି ଯିବା ଫଳରେ ସେ ପୋଲକୁ ଗଳି ପଡ଼ିଥିଲେ।

ଏହାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିି ଥିଲା।ତେବେ ପୋଲ ଭିତରକୁ ଭୂମିକା ପଡ଼ିଯିବା ଫଳରେ ସ୍ଥାନୀୟ ଲୋକ ଏବଂ ପୋଲିସ୍ ର ସହାୟତା ରେ ତାଙ୍କୁ ଉଦ୍ଧାର ମଧ୍ୟ କରା ଯାଇଛି। ସେଠାକାର ସ୍ଥାନୀୟ ଲୋକେ ଏବଂ ସାହସୀ ପୋଲିସ୍ ନିର୍ଭୀକତା ର ସହ ପୋଲ ରୁ ପାଣିକୁ ଲମ୍ଫ ଦେଇ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସଫଳ ହୋଇଛନ୍ତି।

ଏହି ସମୟରେ ଅମ୍ଳାନ ପାଣି ଭିତରକୁ ଯିବାପାଇଁ ଚାହୁଁ ଥିବାରୁ ଲୋକେ ତାଙ୍କୁ ବାରଣ କରିଥିଲେ ବୋଲି ଅମ୍ଳାନ କହିଛନ୍ତି।ତେବେ ସୂଚନା ଅନୁସାରେ ସେଠାରେ ମଧୁସୂଦନ ସେତୁ ନିକଟରେ ସ୍ଥାନୀୟ ଲୋକ ଓ ପୋଲିସର ଉଦ୍ୟମରେ ତାଙ୍କୁ ଉଦ୍ଧାର କରା ଯାଇ ଥିଲା ଏବଂ ଉଦ୍ଧାର ପରେ ଅମ୍ଲାନ ଓ ତାଙ୍କ ସ୍ତ୍ରୀ ଡିଡିଏ ଫେଜ୍‌-୨ ଥାନାରେ ଆସି ମଧ୍ୟ ପହଞ୍ଚିଥିଲେ।

ତେବେ ସେ ନଦୀ ପାଣିରେ କେମିତି ବୁଡ଼ିଲେ ତାହା ଏବେ ବି ଅନେକ ଙ୍କ ମନରେ ପ୍ରଶ୍ନ ରହିଛି । କେଉଁ କାରଣ ପାଇଁ ଏହି ଅଘଟଣ ଘଟିଲା ତାହାର ସ୍ପଷ୍ଟୀକରଣ କିନ୍ତୁ ଦେଇଛନ୍ତି ଅମ୍ଳାନ ଏବଂ ତାଙ୍କ ସ୍ତ୍ରୀ ଭୂମିକା।ସେ ପାଣିକୁ ଡେଇଁଥିଲେ ନା ପାଦ ଖସି ଯାଇଥିଲା  ।

ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି ସୋସିଆଲ ମିଡିଆରେ ଅନେକ ଖବର ପ୍ରସାରଣ ହେବା ପରେ ନିଜେ ଆମ୍ଲାନଙ୍କ ସ୍ତ୍ରୀ ଏହାକୁ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ଉପବାସ କାରଣରୁ ତାଙ୍କ ଶରୀର ଦୁର୍ବଳ ଥିଲା ଏବଂ ତାଙ୍କ ମୁଣ୍ଡ ହଠାତ୍ ବୁଲାଇଦେଲା ଏବଂ ସେ ମଧ୍ୟ ହାଇ ହିଲ୍ ପିନ୍ଧିଥିଲେ ଯେଉଁ କାରଣରୁ ତାଙ୍କ ଗୋଡ଼ ଖସି ଗଲା।ଏହା କୌଣସି ପାରିବାରିକ କଲୋହ କାରଣରୁ ଘଟିନାହିଁ।

ଅଯଥାରେ ମୋ ପରିବାର ଏବଂ ସ୍ବାମୀ କୁ ଦୋଷ ଦିଅନ୍ତୁ ନାହିଁ। ପ୍ରଥମତଃ ଏହି ଅବସ୍ଥାରେ ମୋର ଶରୀର ସାମାନ୍ୟ ସୁସ୍ଥ ଥିଲେ ମଧ୍ୟ ମୁଁ ମାନସିକ ସ୍ତରରେ ଅଧିକ ଦୁର୍ବଳ ହୋଇ ଯାଉଛି। ଏହିଭଳି ଗୁଜବ ଖବର ପ୍ରସାରଣ କରି ମୋତେ ଅଧିକ କଷ୍ଟ ଦିଅନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି।ଏଥିରେ କାହାର କିଛି ଦୋଷ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।