ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ଟ୍ଵିଷ୍ଟ।ସୋସିଆଲ ମିଡ଼ିଆରେ ଲାଇଭ ଆସି ପ୍ରକୃତ ସମସ୍ତ ଗୁମର ଖୋଲିଲେ ଆଦିତ୍ୟଙ୍କ ମା’
ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲା ରେ ହୋଇଛି ଏକ ବଡ଼ ଖୁଲାସା।ଅଦିତ୍ୟଙ୍କ ମାଆ ନିଜେ ସୋସିଆଲ ମିଡ଼ିଆରେ ଲାଇଭ ଆସି ଦେଲେ ପୁଅ ହତ୍ୟା ଷଡ଼ଯନ୍ତ୍ର ର ସମ୍ପୂର୍ଣ୍ଣ ତଥ୍ୟ।ଆଦିତ୍ୟଙ୍କ ହତ୍ୟା ମାମଲାର ତଦନ୍ତ ରେ ଅବହେଳା ହେଉ ଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।
ତେବେ ଆଦିତ୍ୟ ଦାସ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଅଛି ଏନେଇ ରହସ୍ୟ ଉପରୁ ଆଜି ଯାଏ ପରଦା ଉଠାଇ ପାରିଲା ନାହିଁ ପୋଲିସ୍। ତେବେ ମାନବ ପ୍ରେମୀ ଆଦିତ୍ୟ ଦାସ ଜଣେ ବହୁତ୍ ଭଲ ମଣିଷ ହେବା ସହିତ ଜଣେ ଭଲ ସମାଜ ସେବୀ ମଧ୍ୟ ଥିଲେ ।ସେ ରାଜ୍ୟ ପାଇଁ ବହୁତ୍ କିଛି କରିଛନ୍ତି । ଆଦିତ୍ୟ ଦାସ ଜଣେ ବହୁତ୍ ଭଲ ମଣିଷ ହେବା ସହିତ ଜଣେ ଭଲ ସମାଜ ସେବୀ ମଧ୍ୟ ଥିଲେ ।
ବୌଦ୍ଧ ଜିଲ୍ଲା ର ଏକ ଛୋଟ ଗ୍ରାମ ରୁ ଆସି ସେ ବହୁତ୍ କିଛି ବଡ଼ କାମ କରିଛନ୍ତି । ଯାହା ନେତା ରାଜନେତା ମଧ୍ୟ କରି ପାରି ନାହାଁନ୍ତି । ସେ ଏତେ ଛୋଟ ଗ୍ରାମ ରୁ ଆସି ଏକ ବୃଦ୍ଧଶ୍ରମ ମଧ୍ୟ ଭୁବନେଶ୍ୱର ରେ କରିଥିଲେ ।
ଘରେ ଘରେ କଳି ର କାରଣ , ସମାଜ ରେ ଭ୍ରଷ୍ଟାଚାର ର କାରଣ , ଦୁଷ୍କର୍ମ ର କାରଣ ଓ ମୂଳ ମଞ୍ଜି ମଦ କୁ ବିରୋଧ କରୁଥିଲେ । ଏତେ ଭଲ ମଣିଷ ହେବା ସତ୍ୱେ ମଧ୍ୟ ତାଙ୍କ ମୃତ୍ୟୁ ମାମଲା ଉପରୁ ପରଦା ଉଠି ପାରିଲା ନାହିଁ ।ତେବେ ଆଦିତ୍ୟ ଦାସ ଙ୍କୁ ନେଇ ଅନେକ ଭିଡିଓ ସବୁବେଳେ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥାଏ ଏବେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆଦିତ୍ୟ ଦାସ ଙ୍କ ମା ଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ତେବେ ଶୁଣିବାକୁ ମିଳି ଥିଲା କି ଆଦିତ୍ୟ ଙ୍କର ବାପା ଓ ମା ଙ୍କୁ ଡରେଇ ଧମକେଇ କି ରଖା ଯାଇଛି,କିନ୍ତୁ ଏହା ସମ୍ପୂର୍ଣ ମିଛ କଥା ବୋଲି ତାଙ୍କ ମା ଏକ ଭିଡିଓ ମାଧ୍ୟମ ରେ କହିଛନ୍ତି ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ଆଦିତ୍ୟ ଙ୍କ ମୃତ୍ୟୁ ମାମଲା ରେ ୪ ଜଣ ସାକ୍ଷୀ ଧରା ପଡ଼ିଥିଲେ।ତେଣୁ ତାଙ୍କ ମା ଏହି ଭିଡିଓ ମାଧ୍ୟମ ରେ ସେହି ୪ ଜଣା ସାକ୍ଷୀ ଙ୍କର ପଲିଗ୍ରାଫି ଟେଷ୍ଟ ହେଉ ବୋଲି କହିଛନ୍ତି ଯାହା ଫଳରେ ସମସ୍ତ ତଥ୍ୟ ଜଣା ପଡ଼ିବ । ନିଜ ପୁଅ କୁ ନ୍ୟାୟ ଦେବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ତେବେ ସମସ୍ତେ ହାତ ଧରି ଆଗେଇ ଆସିଲେ ତାଙ୍କ ପୁଅ ନ୍ୟାୟ ପାଇ ପାରିବ ବୋଲି ସେ ଆଶା ରଖିଛନ୍ତି। ଏକ ଭିଡିଓ ମାଧ୍ୟମ ରେ ସେ ନିଜର ଏହି ମନ୍ତବ୍ୟ ରଖିଛନ୍ତି ।
ତେବେ ଜୁଲାଇ ୧୬ ରେ ଆଦିତ୍ୟ ଙ୍କର ମୁର୍ତ୍ୟୁ ପରେ ପୋଲିସ ନିଜ କାମ ରେ ଅନେକ ଭୁଲ କରି ଥିଲା ଯାହା ଫଳରେ ଆଜି ତାଙ୍କ ମୃତ୍ୟୁ ଏକ ସସ୍ପେନ୍ସ ହୋଇ ରହି ଯାଇଛି।ତେଣୁ ତାଙ୍କ ମାଆ ସମସ୍ତ ସମାଜସେବୀ ଙ୍କ ସହାୟତା ଲୋଡିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।