ସକାଳୁ ଉଠି କରନ୍ତୁ ଏହି ୩ଟି କାମ ସ୍କିନ ରହିବ ଉଜ୍ଵଳ ଓ ସୁନ୍ଦର – ବାବା ରାମଦେବ

ମଣିଷର ଚେହେରା ବା ତ୍ୱଚା କିପରି ସୁନ୍ଦର, କୋମଳ ଦେଖାଯିବ ଏବଂ ଫ୍ରେଶ ରହିବ ସେଥିପାଇଁ ସମସ୍ତେ ଇଚ୍ଛା କରିଥାନ୍ତି। ପ୍ରାୟତଃ ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି। କିଭଳି ତ୍ୱଚ଼ା ରେ ଚମକ ଆସିବ ଏବଂ ତ୍ଵଚ଼ା ଉଜ୍ଜ୍ୱଳ ଦେଖାଯିବ ଏଥିପ୍ରତି ସେମାନେ ସଚେତନ ରହିଥାନ୍ତି। କିନ୍ତୁ ଏହାପାଇଁ ଆବଶ୍ୟକ ଉପଚାର ସମସ୍ତେ ଠିକ୍ ଭାବରେ ଗ୍ରହଣ କରି ପାରନ୍ତି ନାହିଁ। ନିଜର ସୁନ୍ଦରତା ନିଜର ବ୍ୟକ୍ତିତ୍ବ କୁ ବଢ଼ାଇଥାଏ।

ତେଣୁ ଏଥିପାଇଁ ସମସ୍ତେ ସଚେତନ ରହିବା ସ୍ୱାଭାବିକ।ତେବେ ଆମେ ବହୁତ ସମୟରେ ଏକ ସୁନ୍ଦର ତ୍ୱଚା ପାଇବା ପାଇଁ ଇଚ୍ଛା କରିଥାଉ ଏବଂ ଅନେକ ପ୍ରକାରର ଯତ୍ନ ମଧ୍ୟ ନେଇଥାଉ।

ଅଧିକାଂଶ ସମୟରେ ଏଥିପାଇଁ ଆମେ ବଜାରରେ ଉପଲବ୍ଧ ଅନେକ ପ୍ରକାରର କ୍ରିମ ଏବଂ ଫେସ୍ ପ୍ୟାକ୍ ର ବ୍ୟବହାର ମଧ୍ୟ କରିଥାଉ।ତେବେ ସେଗୁଡ଼ିକ ରାସାୟନିକ ତତ୍ତ୍ଵ ରେ ପ୍ରସ୍ତୁତ ହୋଇଥିବା କାରଣରୁ ଏହା ବେଳେବେଳେ ଆମ ଚେହେରା ରେ ପ୍ରତିକ୍ରିୟା ସ୍ୱରୂପ ଅନେକ ସମସ୍ୟା ସୃଷ୍ଟି କରିଥାଏ।

ତେଣୁ ବହୁତ ଜଣ ଏସବୁରୁ ରକ୍ଷା ପାଇବା ପାଇଁ ଏବଂ ଏକ ସୁନ୍ଦର କମୋଳ ତ୍ୱଚା ପାଇବା ପାଇଁ କିଛି ଘରୋଇ ଉପଚାର କୁ ଆପଣେଇ ଥାଆନ୍ତି, ଯାହାଦ୍ଵାରା ଆପଣଙ୍କ ସ୍କିନ ରହିବ ଫ୍ରେସ୍ ଏବଂ ସତେଜ। ଆସନ୍ତୁ ଜାଣିବା ସେହି ସମ୍ପର୍କରେ କେଉଁ ସବୁ ଛୋଟ ଛୋଟ ଉପାୟ ଦ୍ବାରା ଆମେ ନିଜର ସ୍କିନକୁ ସୁନ୍ଦର ଏବଂ ଏଥିରେ ଉଜ୍ଜ୍ୱଳ ବା ଜ୍ୟୋତି ଆଣି ପାରିବା।

୧) ଥଣ୍ଡା ପାଣିରେ ଧୁଅନ୍ତୁ ମୁହଁ- ଆପଣ ଯେତେବେଳେ ସକାଳେ ଉଠୁଛନ୍ତି ସେତେବେଳେ ପ୍ରଥମେ ଥଣ୍ଡା ପାଣିରେ ମୁହଁକୁ ପାଣି ଛାଟି ଭଲ ଭାବରେ ଧୋଇ ଦିଅନ୍ତୁ। ପାଖାପାଖି ୪ ରୁ ୫ ମିନିଟ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୁଅନ୍ତୁ।

୨) ପାଣି କିମ୍ବା ଜୁସ୍ ର ସେବନ- ଆପଣ ଥଣ୍ଡା ପାଣିରେ ମୁହଁ ଧୋଇ ସାରିବା ପରେ ତାପରେ ଖାଲି ପେଟରେ ୧/୨ ଗ୍ଲାସ୍ ପାଣି ପିଇ ଦିଅନ୍ତୁ। ଏହା ଲେମ୍ବୁ, ଜିରା କିମ୍ବା ମହୁ ମିଶିଥିବା ଉଷୁମ ପାଣି ହେଲେ ହେବ।ଏହା ଭିତରୁ ଆପଣଙ୍କୁ ଯେଉଁ ପାଣି ଭଲ ଲାଗୁଛି ଦିଅନ୍ତୁ। ଯେମିତି ଶରୀର ସକାଳେ ଡି ହାଇଡ୍ରେଟ ହେବ ନାହିଁ ଯାହା ଫଳରେ ତ୍ୱଚା ରେ ଚମକ ଆସିବ। ଆପଣ ଚାହିଁଲେ ଯୁସ ମଧ୍ୟ ନେଇ ପାରିବେ।

୩) ଲଗାନ୍ତୁ ନାହିଁ କ୍ରିମ କିମ୍ବା ମସ୍ଚରାଇଜର- ସକାଳେ ଉଠି ମୁହଁ ଧୋଇ ସାରିବା ପରେ ଆପଣ ୨ ଘଣ୍ଟା ପର୍ଯ୍ୟନ୍ତ ତ୍ଵଚାରେ କୌଣସି ପ୍ରକାର କ୍ରିମ କିମ୍ବା ମସ୍ଚରାଇଜର ଲଗାନ୍ତୁ ନାହିଁ। ତ୍ଵଚାକୁ ସେମିତି ଖାଲି ୨ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏମିତି କଲେ ଆପଣଙ୍କ ସ୍କିନରେ ଏକ ଭିନ୍ନ ପ୍ରକାରର ଗ୍ଲୋ ଆସିବ କିଛିଦିନ ପରେ ଏବଂ ଆପଣ ଏକ ସୁନ୍ଦର ଚେହେରା ପାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।