Sadhubani – ପୁଜା ଘରେ ରଖନ୍ତୁ ଏହି ୮ ଟି ଜିନିଷ ଘରେ କେବେବି ଧନର ଅଭାବ ରହିବ ନାହିଁ

ହିନ୍ଦୁ ଧର୍ମ ରେ ଦେବୀ ଦେବତା କୁ ବହୁତ୍ ମାନ୍ୟତା ଦିଆ ଯାଏ। ଏମିତି ମନାଯାଇ ଥାଏ ଯେ ସବୁ ଦେବୀ ଦେବତା ଙ୍କ ର ଅଲୌକିକ ଶକ୍ତି ରହିଛି ଓ ଅନେକ ଲୋକ ଏହାକୁ ବିଶ୍ୱାସ ମଧ୍ୟ କରି ଥାଆନ୍ତି।ତେବେ ଲୋକ ମାନେ ଭଗବାନ ଙ୍କୁ ଖୁବ୍ ଭକ୍ତି ମଧ୍ୟ କରି ଥାଆନ୍ତି।ତେଣୁ ପ୍ରତ୍ୟେକ ଲୋକଙ୍କ ଘରେ ଠାକୁର ଘର ବା ପୂଜା ଘର ରହି ଥାଏ।ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ ମହିଳା ମାନେ ଗାଧୋଇ ସାରି ଅଗଣାରେ ଥିବା ତୁଳସୀ ଗଛ ରେ ପାଣି ଦିଅନ୍ତି ଏବଂ ଠାକୁର ଘରେ ଠାକୁରଙ୍କୁ ପୂଜା କରନ୍ତି।

ଏହା ପରେ ଯାଇ ସେମାନେ ଖାଦ୍ୟ ଗ୍ରହଣ କରନ୍ତି।ମାତ୍ର କଣ ଆପଣ ଜାଣିଛନ୍ତି ଆମ ଘରେ ଠାକୁର ଘର କେଉଁ ଦିଗରେ ହେବା ଉଚିତ? ଏ ଠାକୁର ଘରେ କେଉଁ ସବୁ ଜିନିଷ ରଖିବା ଦ୍ୱାରା ଆମ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ଧନ ମଧ୍ୟ ବୃଦ୍ଧି ପାଇ ଥାଏ? ତେବେ ଆସନ୍ତୁ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଐଶ୍ୱନ୍ୟ କୋଣ ବା ଇଶାଣ କୋଣରେ ଠାକୁର ଘର ରହିବା ଉଚିତ।ଘରର ଏହି କୋଣ ହେଉଛି ଭଗବାନଙ୍କ ସ୍ଥାନ।ତେଣୁ ଏହି କୋଣରେ ଠାକୁର ଘର ହେଲେ ଆପଣଙ୍କ ଘରେ ମାତା ଲଷ୍ମୀଙ୍କ ଶୁଭ ଦୃଷ୍ଟି ରହିବ।ତେବେ ଚାଲନ୍ତୁ ଜାଣିବା ଠାକୁର ଘରେ କେଉଁ ସବୁ ଜିନିଷ ରଖିବା ଉଚିତ।

୧:- ପଞ୍ଚାମୃତ।

କ୍ଷୀର,ମହୁ,ଘିଅ, ଦହି ଏବଂ ମିଶ୍ରି ର ମିଶ୍ରଣରେ ପଞ୍ଚାମୃତ ପ୍ରସ୍ତୁତ ହୋଇ ଥାଏ।ଠାକୁର ଘରେ ପଞ୍ଚାମୃତ ରଖିଲେ ପରିବାରର ସମସ୍ତଙ୍କ ଦେହ ସୁସ୍ଥ ରହିବ।

୨:- ଚନ୍ଦନ।

ଶାନ୍ତି ଓ ସିତଳତା ର ପ୍ରତୀକ ହେଉଛି ଚନ୍ଦନ।ଠାକୁର ଘରେ ଚନ୍ଦନ ରଖିଲେ ଓ ପ୍ରତ୍ୟେକ ଦିନ ଚନ୍ଦନ ଟୋପା ଲଗାଇଲେ ଘରେ ଶାନ୍ତି ପରିବେଶ ସୃଷ୍ଟି ହୁଏ ଏବଂ ଚନ୍ଦନ ଆମ ମନରେ ସକାରାତ୍ମକ ଭାବନା ସୃଷ୍ଟି କରି ଥାଏ।

୩:- ଅରୁଆ ଚାଉଳ।

ଗୋଟା ଅରୁଆ ଚାଉଳ ଭଗବାନ ଙ୍କୁ ଅର୍ପଣ କରିବା ଦ୍ୱାରା ଘରେ ସବୁବେଳେ ଶୁଭ ହୋଇ ଥାଏ।

୪:- ଫୁଲ।

ସୁନ୍ଦରତା ଓ ସ୍ଵଛତା ର ପ୍ରତୀକ ହେଉଛି ଫୁଲ।ତେଣୁ ଠାକୁର ଘରେ ଫୁଲ ରହିବା ଦ୍ୱାରା ଆମ ମନ ସ୍ୱଚ୍ଛ ଓ ସୁନ୍ଦର ହୋଇ ଥାଏ।ଏହା ସହିତ ଆମର ସମ୍ପୂର୍ଣ୍ଣ ଦିନ ଖୁସିରେ ବିତି ଥାଏ।

୫:- ମିଠା।

ଭଗବାନଙ୍କୁ ମିଠା ଅର୍ପଣ କଲେ ଆମ ଘରେ ଓ ଆମ ଜୀବନରେ ସବୁବେଳେ ମଧୁରତା ଲାଗି ରହି ଥାଏ।ଜୀବନରେ ସବୁବେଳେ ଖୁସି ଲାଗି ରହି ଥାଏ।

୬:- ଦୀପ।

ଠାକୁର ଘରେ ଦୀପ ଜାଳିବାର ଅର୍ଥ ଆମ ଜୀବନରେ ଥିବା ଅନ୍ଧକାରକୁ ଦୂର କରି ଆଲୋକିତ କରିବା।

୭:- ସିନ୍ଦୂର।

ଠାକୁର ଘରେ ସିନ୍ଦୁର ରଖିବା ଅର୍ଥ ଆମ ବେରଙ୍ଗୀ ଜୀବନକୁ ରଙ୍ଗୀନ କରିବା।

୮:- ଘଣ୍ଟି।

ଘରେ ପ୍ରତ୍ୟେକ ଦିନ ଘଣ୍ଟି ବାଜିବା ଦ୍ୱାରା ଘର ଭିତରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।