ଦେଖନ୍ତୁ ଭିଡ଼ିଓ । ସବ୍ୟସାଚୀ କରିଲେ ବଡ ଖୁଲାସା – ଦେଖନ୍ତୁ ଅର୍ଚ୍ଚିତାଙ୍କୁ କେବେ ବିବାହ କରିବା ପାଇଁ ଯାଉଛନ୍ତି ସବ୍ୟସାଚୀ…
ଓଡ଼ିଶାର ଏବେ ଜଣେ ଜଣାଶୁଣା ପରିଚିତ ଚେହେରା ପାଲଟି ଯାଇଛନ୍ତି ସବ୍ୟସାଚୀ ମହାନ୍ତି। ରିଲ୍ ଲାଇଫ ଭଳି ରିଏଲ୍ ଲାଇଫ ରେ ମଧ୍ୟ ସେ ଲୋକମାନଙ୍କ ପାଇଁ ସାଜିଛନ୍ତି ହିରୋ। ତାଙ୍କ ପାଇଁ ଓଡ଼ିଶା ବାସୀ ଆଜି ଗର୍ବ ମଧ୍ୟ ଅନୁଭବ କରୁଛନ୍ତି। ମହାମାରୀ ସମୟରେ ସବୁ ବର୍ଗର ବ୍ୟକ୍ତି ବିଶେଷ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।
ଆଉ ଏହି ତାଲିକାରେ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ସାମିଲ ମଧ୍ୟ ହୋଇଛନ୍ତି। ଏହି ମହାବିପତ୍ତି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ସହାୟତା ପ୍ରଦାନ କରିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।
ତାଙ୍କର ଏଭଳି ପଦକ୍ଷେପ ପାଇଁ ଅନେକ ଅସହାୟ ଲୋକ ଆଜି ସହାୟତା ପାଇ ତାଙ୍କୁ ଅନେକ ଆଶିର୍ବାଦ ଏବଂ ଅନେକ ଭଲପାଇବା ମଧ୍ୟ ଦେଉଛନ୍ତି।ଲକଡାଉନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ଲୋକମାନେ ସାହାଯ୍ୟ ଚାହୁଁଥିବା ବେଳେ ସେମାନଙ୍କ ପାଖରେ ଦେବଦୂତ ସାଜି ପହଞ୍ଚୁଥିଲେ ଏହି ଓଲିଉଡ ଷ୍ଟାର ଜଣଙ୍କ।
ଏଥିପାଇଁ ସେ ନିଜ ଘରେ ଏକ ଛୋଟ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲିଥିଲେ। ତେବେ ଗ୍ଲେମର୍ ଲେନ୍ ନାମକ ଏକ ଶୋ କୁ ଆସି ସବ୍ୟସାଚୀ ତାଙ୍କର କିଛି ଅନୁଭୂତି କୁ ସେୟାର କରିଛନ୍ତି। ଏହି ସାହାଯ୍ୟରେ ସେ ଅସହାୟଙ୍କୁ ସାହାଯ୍ୟ କରି ପାରୁଥିଲେ ଆଉ ଏବେ ମଧ୍ୟ ତାହା ବଜାୟ ରହିଛି। ସବ୍ୟସାଚୀଙ୍କର ଏହି ଚେଷ୍ଟାରେ ଓଡ଼ିଶା ପୋଲିସ, ପ୍ରଶାସନିକ ଅଧିକାରୀ ଓ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ବେଶ ସହଯୋଗ କରୁଥିଲେ ବୋଲି ସେ କହିଛନ୍ତି।
ଏହା ସହିତ ଅଭିନୟ କୁ ନେଇ ସେ କହିଛନ୍ତି ଯେ ଏକ ଭଲ ଆର୍ଟ ସିନେମା ରେ ଅଭିନୟ କରିବାକୁ ତାଙ୍କର ବହୁତ୍ ଇଚ୍ଛା। ଯଦି ସୁଯୋଗ ମିଳେ ତେବେ ସେ ଏହାକୁ ଆଗ୍ରହର ସହିତ କରିବେ। ଅର୍ଚିତା ଏବଂ ତାଙ୍କ ଯୋଡିକୁ ନେଇ ମଧ୍ୟ ସେ କହିଛନ୍ତି ଯେ ସ୍ୱପ୍ନର ସୌଦାଗର ଥିଲା ତାଙ୍କର ପ୍ରଥମ ସିନେମା।
ଏଥିରେ ତାଙ୍କର ଗୀତ ଗୁଡ଼ିକୁ ଲୋକେ ବହୁତ୍ ପସନ୍ଦ କରିଥିଲେ, ଭଲପାଇବା ଦେଇଥିଲେ। ଏହାକୁ ନେଇ ସେମାନଙ୍କ ଯୋଡ଼ି ପ୍ରତି ଦର୍ଶକଙ୍କ ମନ ଭିତରେ ଏକ ଭାବନା ସୃଷ୍ଟି ହୋଇଥିଲା। ସେହିସବୁ ଗୀତ ଦର୍ଶକଙ୍କ ମନରେ ନାଚି ଉଠୁଥିଲା। ସେବେ ଠାରୁ ଦର୍ଶକ ସେମାନଙ୍କ ଯୋଡିକୁ ପସନ୍ଦ କରି ଆସୁଛନ୍ତି।
ତେବେ ଗୀତ ହିଁ ଯୋଡିକୁ ହିଟ୍ କରେ ବୋଲି ତାଙ୍କର ମତ। ତେବେ ଅର୍ଚ୍ଚିତା ଏବଂ ତାଙ୍କ ସମ୍ପର୍କ କୁ ନେଇ ମଧ୍ୟ ଲୋକଙ୍କ ମତାମତ ଏବଂ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ତାଙ୍କର ପ୍ରଶଂସକ ମାନେ ତାଙ୍କୁ ବହୁତ୍ କଥା ପଚାରନ୍ତି ଏବଂ ମତାମତ ଦିଅନ୍ତି ଅର୍ଚ୍ଚିତାଙ୍କ ସହ ରିଲେସନଶିପ କୁ ନେଇ। ଏହାକୁ ନେଇ ସେ ରାଗି ନଥାନ୍ତି ବରଂ ଖୁସି ହୁଅନ୍ତି କାରଣ ଏହା କଳାକାର ଜୀବନର ଗୋଟିଏ ଅଂଶ ଯେ ପ୍ରଶଂସକ ମାନଙ୍କ ମତ କୁ ପରିବାରର ସଦସ୍ୟ ଭାବରେ ଗ୍ରହଣ କରିବା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।