ସବ୍ୟ – ଅର୍ଚିତାଙ୍କ ରାଜସ୍ଥାନ ରେ ବାହାଘରକୁ ନେଇ ଏମିତି କହିଲେ ଓଡ଼ିଆ ସୁପରଷ୍ଟାର ବାବୁଶାନ, ସେମାନଙ୍କର ପୂର୍ବରୁ….

ଆପଣ ମାନେ ଜାଣିଛନ୍ତି ନିକଟରେ ଦୁଇ ସୁପରହିଟ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସବୁଦିନ ପାଇଁ ପରସ୍ପରର ଜୀବନସାଥୀ ପାଲଟି ଛନ୍ତି ଓଲିଉଡ୍‌ର ଅନ୍ୟତମ ରୋମାଣ୍ଟିକ ଏବଂ ଲୋକପ୍ରିୟ ଯୋଡ଼ି ସର୍ବ-ଅର୍ଚ୍ଚିତା। ରବିବାର ସୋସିଆଲ ମିଡିଆରେ ଉଭୟ ବିବାହ କରିବାକୁ ଯାଉଥିବା ନେଇ ପ୍ରଶଂସକଙ୍କୁ ଜଣାଇ ଥିଲେ ଏବଂ ଏହା ପରଠାରୁ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା।

ଗତ ସୋମବାର ଦିନ ରାଜସ୍ଥାନରେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।ଆଉ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ ବରବଧୂ ବେଶରେ ସବ୍ୟର୍ଚ୍ଚିତାଙ୍କ ଫଟୋ ସମ୍ମୁଖକୁ ଆସିଛି।

ସୂଚନା ଅନୁସାରେ ରାଜସ୍ଥାନର ଉଦୟପୁରରେ ଏକ ବିଳାସ ପୂର୍ଣ୍ଣ ପାଲାସ ରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଚର୍ଚ୍ଚିତ ଲୋକପ୍ରିୟ ଯୋଡ଼ିଙ୍କ ର।ଏହା ପରେ ଓଡ଼ିଆ ସିନେମା ଜଗତରେ ଏକ ଭିନ୍ନ ଚିତ୍ର ଏବଂ ଖୁସି ଦେଖିବାକୁ ମିଳିଛି। ଅନେକ କଳାକାର ଏହି ଦୁଇ ଚର୍ଚ୍ଚିତ ଚେହେରା ଙ୍କ ବିବାହ ରେ ଖୁସି ବ୍ୟକ୍ତ କରିଛନ୍ତି। ସେମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସମସ୍ତେ ତାଙ୍କୁ ଆଶିର୍ବାଦ କରିଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଓଲିଉଡ ସୁପରଷ୍ଟାର ବାବୁଶାନ୍ ମହାନ୍ତି ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ଯେ ସାଇ ବାବା ଏହି ଦୁଇ ଯୋଡ଼ିଙ୍କୁ ଆଶିର୍ବାଦ କରନ୍ତୁ। ସେମାନଙ୍କ ବୈବାହିକ ଜୀବନ ଖୁସି ଏବଂ ଆନନ୍ଦମୟ ହୋଇ ଉଠୁ।

ଏହାଛଡା ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଦୁଇ ଯୋଡି ସବୁ ବେଳେ ସଲାମତ ରହୁ। ସେମାନେ ଏକ ସୁନ୍ଦର୍ ଭବିଷ୍ୟତ ଗଢ଼ନ୍ତୁ। ଏଥିପାଇଁ ସାଇବାବା ସେମାନଙ୍କୁ ଆଶିର୍ବାଦ କରନ୍ତୁ।ସେ ଆହୁରି ମଧ୍ୟ କହିଛନ୍ତି ଓଲିଉଡ ର ଏହି ରୋମାଣ୍ଟିକ ଯୋଡିଙ୍କୁ ସେ ବହୁତ୍ ପଶନ୍ଦ କରନ୍ତି। ତାଙ୍କୁ ସେ ବହୁତ ଭଲ ପାଆନ୍ତି। ସବ୍ୟ ଅର୍ଚ୍ଚିତା ଙ୍କ ଯୋଡ଼ି ଏବଂ ସେମାନଙ୍କ ଫିଲ୍ମ୍ ତାଙ୍କୁ ବହୁତ ଭଲ ଲାଗେ ବୋଲି ସେ କହିଛନ୍ତି।ଏହି ଦୁଇ ଯୋଡିଙ୍କ ବିବାହରେ ଅନ୍ୟ ମାନଙ୍କ ଭଳି ସେ ବହୁତ୍ ଖୁସି ମଧ୍ୟ ଅଛନ୍ତି। ସେମାନଙ୍କ ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସେମାନଙ୍କ ମଙ୍ଗଳ ପାଇଁଁ। ଆପଣ ଜାଣିଥିବେ ସୁପରଷ୍ଟାର ବାବୁଶାନ୍ ମହାନ୍ତି ସାଇବାବା ଙ୍କୁ ବହୁତ୍ ଭକ୍ତି କରନ୍ତି।

ସେଥିପାଇଁ ସେ ସାଇବାବା ଙ୍କ ପାଖରେ ଏହି ଯୋଡ଼ିଙ୍କ ପାଇଁ ଆଶୀର୍ବାଦ କାମନା କରିବା ସହିତ ସେମାନଙ୍କୁ ବାହାଘରର ଶୁଭ କାମନା ଜଣାଇଛନ୍ତି।ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ବିବାହ ପରେ ସେମାନଙ୍କ ପରିବାର ର ବାହାଘରରେ ଉପସ୍ଥିତି ଓ ଯୋଗଦାନ ଦେଖିବାକୁ ମିଳିଛି। ଦୁଇ ପରିବାର ର ଅନେକ ସଦସ୍ୟ ମାନଙ୍କ ସହିତ ସେମାନଙ୍କ ଶୁଭେଚ୍ଛୁ ଏବଂ ଆତ୍ମୀୟ ସ୍ୱଜନ ଙ୍କୁ ଦେଖିବାକୁ ମିଳିଛି ସେମାନଙ୍କ ବିବାହ ରେ। ସମସ୍ତେ ଏହି ନୂଆ ଯୋଡ଼ିଙ୍କୁ ଆଶିର୍ବାଦ ଓ ଶୁଭ କାମନା ଜଣାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।