Dr Mnoj Das – ସବୁଦିନ ରାତିରେ ପୁରୁଷମାନଙ୍କୁ କାହିଁକି ହଳଦୀ ବାଲା କ୍ଷୀର ପିଇବା ନିହାତି ଦରକାର ? ଜାଣନ୍ତୁ ଏହା ପିିିଇବା ଦ୍ୱାରା କେଉଁସବୁ ଫାଇଦା….

ବହୁ ପୁରାତନ କାଳ ରୁ ହଳଦୀ ମିଶ୍ରଣ କ୍ଷୀର ର ଫାଇଦା ସବୁବେଳେ ରହିଛି । ଏହି କ୍ଷୀର ପିଇବା ଦ୍ଵାରା ଆମ ଶରୀର କୁ ଅନେକ ପ୍ରକାର ଫାଇଦା ମିଳି ଥାଏ । ବହୁ ପୁରାତନ କାଳ ରୁ ଏହାକୁ ଏକ ପ୍ରାକୃତିକ ଔଷଧି ରୂପେ ବ୍ୟବହାର କରାଯାଉ ଅଛି । କ୍ଷୀର ରୁ ଆମକୁ ଅନେକ ପୋଷାକ ତତ୍ଵ ମିଳିଥାଏ ଏହା ସହିତ ହଳଦୀ ମିଶାଇ ପିଇବା ଦ୍ଵାରା ହଳଦୀ ରେ ଥିବା ଆଣ୍ଟି ଅକ୍କ୍ଷିଦେଣ୍ଟ ଗୁଣ ଶରୀର କୁ ଅନେକ ରୋଗ ରୁ ମୁକ୍ତି ଦେଇ ଥାଏ।

ତେବେ ଆଜି ଆମେ ଏହି ଲେଖା ମାଧ୍ୟମରେ ଏହି ହଳଦୀ ବାଲା କ୍ଷୀର ପ୍ରତିଦିନ ପିଇବା ଦ୍ଵାରା ପୁରୁଷ ମାନଙ୍କ ଶରୀର କୁ କେଉଁ ସବୁ ଫାଇଦା ମିଳି ଥାଏ ଆଜି ଆମେ ଜାଣିବା । ତେବେ ଆସନ୍ତୁ ଜାଣିବା ;

ସାଧାରଣତଃ ପୁରୁଷ ମାନେ ନିଜର ବଡି ଫିଟନେସ୍ କୁ ନେଇ ଅଧିକ ସତର୍କ ରହି ଥାଆନ୍ତି। ସବୁବେଳେ ନିଜକୁ ଫିଟ୍ ଫାଟ୍ ରଖିବା ପାଇଁ ଭାବୁଥାନ୍ତି । ତେବେ ସେଥି ପାଇଁ ସେମାନେ ଜିମ୍ ମଧ୍ୟ ଯାଇ ଥାଆନ୍ତି ଓ ଅନେକ ପ୍ରକାର ଡାଇଟେ କରି ଥାଆନ୍ତି ଓ ଅନେକ ପ୍ରକାର ର ୱର୍କ ଆଉଟ୍ କରି ଥାଆନ୍ତି । ତେବେ ଯେଉଁ ମାନେ ନିଜ ଶରୀର କୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ଓ ନିଜକୁ ଫିଟ୍ ରଖିବା ପାଇଁ ଚାହୁଁଛନ୍ତି ଆଜି ସେମାନଙ୍କୁ ହଳଦୀ ବାଲା କ୍ଷୀର ର ଉପକାରିତା ବିଷୟ ରେ କହିବା । ତେବେ ଆସନ୍ତୁ ଜାଣିବା ,

୧-ଇମୁନିଟି ପାୱାର ବଢାଇ ଥାଏ , ହଳଦୀ ରେ ଏମିତି ଅନେକ ତତ୍ତ୍ଵ ରହିଥାଏ ଯାହା ଆମ ଏର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଥାଏ । ତେବେ ରାତି ରେ ଶୋଇବା ପୁର୍ବରୁ ଗୋଟିଏ ଗ୍ଲାସ ହଳଦୀ ମିଶାଇ କ୍ଷୀର ପିଇବା ଦ୍ଵାରା ଶରୀର ରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ ।

୨- ଶୁଖିଲା କାଶ ରୁ ଆରାମ ଦିଏ , ହଳଦୀ ଖାଇବା ଦ୍ବାରା କଫ ଭଲ ହୋଇଥାଏ ଓ ଶ୍ଵାସ ନଳୀ ରେ ହେଇଥିବା ସମସ୍ୟା ରୁ ମୁକ୍ତି ମିଳି ଥାଏ ।

୩- ଥଣ୍ଡା କାଶ ରୁ ଆରାମ ଦିଏ , ବହୁ ପୁରାତନ କାଳ ରୁ ଥଣ୍ଡା କାଶ ପାଇଁ ହଳଦୀ କ୍ଷୀର କୁ ଔଷଧ ରୂପେ ବ୍ୟବହାର କରାଯାଏ । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଥଣ୍ଡା କୁ ଭଲ କରିଥାଏ ।

୪- ଓଜନ ହ୍ରାସ କରିଥାଏ , ପ୍ରତିଦିନ କ୍ଷୀର ରେ ଅଳ୍ପ ମାତ୍ରା ରେ ହଳଦୀ ଗୁଣ୍ଡ ମିଶାଇ ସେବନ କରିବା ଦ୍ବାରା ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହାକୁ ପ୍ରତିଦିନ ସେବନ କରିବା ଦ୍ଵାରା ପାଚନ ପ୍ରକ୍ରିୟା ଭଲ ହୋଇ ଥାଏ।

୫- ନିଦ ଗଭୀର ହୁଏ , ପ୍ରତିଦିନ ଶୋଇବା ପୁର୍ବରୁ କ୍ଷୀର ରେ ହଳଦୀ ଗୁଣ୍ଡ ମିଶାଇ ପିଇବା ଦ୍ଵାରା ଏହା ଆରାମ ଦାୟକ ନିଦ ହେବାରେ ସାହାର୍ଯ୍ୟ କରିଥାଏ । ତେଣୁ ଶୋଇବା ର ଠିକ୍ ଅଧ ଘଣ୍ଟା ପୂର୍ବରୁ ହଳଦୀ କ୍ଷୀର ପିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।