ସାବଧାନ ! ମୋବାଇଲ ସ୍କ୍ରିନ ଏବଂ କାଗଜ ଟଙ୍କାରେ‌ ୨୮ ଦିନ ରହି ପାରୁଛି କରୋନା ଭୂତାଣୁ, କରନ୍ତୁ ଏହି ଛୋଟିଆ ଉପାୟ……

ଏବେ ସମଗ୍ର ବିଶ୍ଵ ସହିତ ଆମ ଦେଶରେ ମଧ୍ୟ କରନା ଭାଇରସ ର ସଂକ୍ରମଣ ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି।ଏହି ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତର ପାଖରୁ ଆରମ୍ଭ କରି ବୈଜ୍ଞାନିକ, ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତେ ଚେଷ୍ଟିତ ଏବଂ ପ୍ରସ୍ତୁତ ରହିଛନ୍ତି।ସେମାନେ ଏହାର ପ୍ରତିଷେଧକ ବା ଭ୍ୟାକ୍ସିନ୍ ପ୍ରସ୍ତୁତି ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।ବିଶ୍ଵର ସମସ୍ତ ଦେଶ ଏବେ କୋରନା ମହାମାରୀ ସହିତ ଲଢେ଼ଇ କରୁଛନ୍ତି ।

କରୋନା ଭୂତାଣୁ କୌଣସି ସ୍ଥାନରେ ମଧ୍ୟ ରହିପାରେ । ତେଣୁ ଆମକୁ ସବୁବେଳେ ସଚେତନତା ର ସହିତ ରହିବାକୁ ପଡ଼ିବ ଯାହା ଏକ ମାତ୍ର ବିକଳ୍ପ ଏବଂ ଏହି ସଂକ୍ରମଣ କୁ ରୋକିବାର ମାଧ୍ୟମ ଅଟେ।

ସାମାଜିକ ଓ ଶାରିରୀକ ଦୂରତା ସହିତ ଏହି ମାରାତ୍ମକ ଭୂତାଣୁ କବଳରୁ ବଞ୍ଚିବାକୁ ହେଲେ ସରକାରଙ୍କ ପଦକ୍ଷେପ ଏବଂ ଜାରି ହୋଇଥିବା ଗାଇଡଲାଇନ୍ସ ସବୁକୁ ମାନିବାକୁ ପଡ଼ିବ ।ତେବେ ନିକଟରେ କରୋନା ଭୂତାଣୁର ସକ୍ରିୟତାକୁ ନେଇ ଗବେଷକ ମାନେ ଏକ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ଦେଇଛନ୍ତି। ଯାହା ସମସ୍ତଙ୍କୁ ଚକିତ କରୁଛି। କାରଣ ଏହା ଏମିତି ତଥ୍ୟ ଯାହା କୁ ଶୁଣିଲେ ଯିଏ ହେଉ ନା କାହିଁକି ଭୟଭୀତ ହୋଇଯିବ ।

ତେବେ ଅଷ୍ଟ୍ରେଲିୟାଇ ଏଜେନ୍ସି ସିଏସଆଇଆରଓ ର ଗବେଷକ ମାନେ ଗବେଷଣା ପରେ କହିଛନ୍ତି ଯେ କିଛି ଜିନିଷରେ କରନା ର ସକ୍ରିୟତା ରହିବା ସମୟ ବହୁତ୍ ଅଧିକ। ଯଥା ଷ୍ଟେନଲେସ ଷ୍ଟିଲ, ଫୋନ ସ୍କ୍ରିନ, କାଚ, ପ୍ଲାଷ୍ଟିକ ଏବଂ ବ୍ୟାଙ୍କ ନୋଟରେ କରୋନା ଭୂତାଣୁ ୨୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ।

ତେଣୁ ଏଭଳି ପରିସ୍ଥିତିରେ ଏହି ସମୟ ମଧ୍ୟରେ ଯଦି କେହି ବ୍ୟକ୍ତି ଏସବୁ ଜିନିଷର ସଂସ୍ପର୍ଶରେ ଆସନ୍ତି ତେବେ କରୋନା ସଂକ୍ରମିତ ହୋଇ ପାରନ୍ତି। ଏହା ପୂର୍ବରୁ କରୋନା ଭୂତାଣୁ ମୋବାଇଲ ସ୍କ୍ରିନ ଏବଂ ବ୍ୟାଙ୍କ ନୋଟ ଆଦିରେ ପ୍ରାୟ ୩ରୁ ୭ ଦିନ ସକ୍ରିୟ ରହୁଥିବା ଗବେଷକମାନେ କହିଥିଲେ।

କିନ୍ତୁ ଆପଣ ଜାଣି ରଖନ୍ତୁ ଯେ ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି କି ଥଣ୍ଡା ସ୍ଥାନ ବ୍ୟତୀତ ଅଧିକ ତାପମାତ୍ରା ଥିବା ସ୍ଥାନରେ ଏହି ଭୂତାଣୁ ର ସକ୍ରିୟ ରହିବା ସମୟ କମ ହୋଇଥାଏ।

ତେବେ ସୂଚନା ଅନୁସାରେ ୨୦ ଡିଗ୍ରୀ ସେଲସିୟସରେ ଏହା ୨୮ ଦିନ ସକ୍ରିୟ ରହୁଥିବା ବେଳେ ୩୦ ଡିଗ୍ରୀ ତାପମାତ୍ରାରେ ଏହା ୭ ଦିନ ଓ ୪୦ ଡିଗ୍ରିରେ ଏହା ୨୪ ଘଣ୍ଟା ଯାଏଁ ସକ୍ରିୟ ରହିଥାଏ।

ଏହି ସମୟ ପରେ ଭୂତାଣୁ ର ମୃତ୍ୟୁ ଘଟିଥାଏ। ତେବେ ଧ୍ୟାନ ଦିଅନ୍ତୁ ଆପଣ ଏସବୁ ପ୍ରତି କେତେ ସଚେତନ ରହିଛନ୍ତି। ଏଥିପାଇଁ ଆପଣଙ୍କୁ ସାମାଜିକ ଦୂରତା ବଜାୟ ରଖନ୍ତୁ, ମାସ୍କ ପିନ୍ଧନ୍ତୁ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ।

ନିଜକୁ ସୁରକ୍ଷିତ ରଖନ୍ତୁ ଏବଂ ଅନ୍ୟ ମାନଙ୍କୁ ସଚେତନ କରାନ୍ତୁ। ଯାହା ଫଳରେ ଆପଣ ଏଭଳି ପରିସ୍ଥିତି ରୁ ରକ୍ଷା ପାଇ ପାରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।