ସାବାଡ଼ ହୁଅ ଉଦ୍ଧତ ସନ୍ତାନ । ଏଣିକି ବୃଦ୍ଧ ବାପା-ମାଙ୍କ ଦେହରେ ହାତ ଦେଲେ ଭୋଗିବେ ଉଦ୍ଧତ ସନ୍ତାନ

ସୁପ୍ରିମକୋର୍ଟ ଙ୍କ ଐତିହାସିକ ନିଷ୍ପତ୍ତି!ବାପା ମାଆ ଙ୍କୁ ଅଣଦେଖା କରି ଖସି ପାରିବେନି ପୁଅ-ବୋହୂ।ଘରୁ ହେବେ ବେଦଖଲ, ସମ୍ପତ୍ତିରୁ ମିଳିବନି ହକ!ପୂର୍ବରୁ ଦେଇ ଥିବା ଭାଗକୁ ବି ଫେରାଇ ଆଣିବେ ବାପା ମାଆ।ଚଳନ୍ତି ପ୍ରତିମା ହେଉଛନ୍ତି ବାପା ମାଆ।ବାପା ମାଆ ଙ୍କର ସେବା କରିବା ର ଅର୍ଥ ସ୍ୱୟଂ ଭଗବାନ ଙ୍କ ସେବା କରିବା।

ହେଲେ ଏହା ଜାଣି ମଧ୍ୟ କିଛି ସନ୍ତାନ ଏପରି ବି ଅଛନ୍ତି,ଯେଉଁ ମାନେ କି ନିଜ ଜନ୍ମ କଲା ବାପା ମାଆଙ୍କ ସେବା କରିବା ତ ଦୂରର କଥା ବରଂ ତାଙ୍କୁ ଆଡ଼ ଆଖିରେ ବି ଚାହୁଁ ନାହାଁନ୍ତି।ତେବେ ଏପରି ଉଦ୍ଧତ ପିଲା ମାନଙ୍କୁ ବାଟକୁ ଆଣିବା ପାଇଁ ଓ ଅସହାୟ ବୃଦ୍ଧ ବାପା ମାଆ ଙ୍କୁ ସୁରକ୍ଷା ଦେବାରେ ଆମ ଦେଶର ଆଇନ ବ୍ୟବସ୍ଥା ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଧିକାର ବରିଷ୍ଠ ନାଗରିକ ଙ୍କୁ ଦିଆ ଯାଇଛି।

ଯେଉଁ ଥିରେ ଯଦି କୌଣସି ସନ୍ତାନ ନିଜ ବାପା ମାଆଙ୍କୁ ଅଣଦେଖା କରେ ତେବେ ସେ ପୈତୃକ ସମ୍ପତ୍ତିରୁ ବଞ୍ଚିତ ହେବା ସହିତ ବାପା ମାଆ ତାଙ୍କୁ ଘରୁ ମଧ୍ୟ ବେଦଖଲ କରି ପାରିବେ।ଯଦି କୌଣସି ସନ୍ତାନ ନିଜ ପିତା ମାତା ଙ୍କୁ ଦୁର୍ବ୍ୟବହାର କରନ୍ତି କିମ୍ବା ଖାଇବା ପିଇବା ରେ ଅବହେଳା କରନ୍ତି, ବାପା ମାଆଙ୍କ ସହିତ ଚାକର ପରି ବ୍ୟବହାର କରନ୍ତି, ତେବେ ବାପା ମାଆ ଚାହିଁଲେ ଏଭଳି ପୁଅ,ଝିଅ,ଜ୍ବାଇଁ କିମ୍ବା ନାତି-ନାତୁଣୀ ଙ୍କୁ ନିଜ ଘରୁ ବାହାର କରି ପାରିବେ।

ଏପରିକି ସମ୍ପତ୍ତି ରୁ ମଧ୍ୟ ଏମାନଙ୍କୁ ବେଦଖଲ କରି ପାରିବେ।ସେହିପରି ଯଦି ପିଲା ମାନଙ୍କ ନାମ ରେ ପୂର୍ବରୁ ସମ୍ପତ୍ତି କରି ଦେଇଛନ୍ତି ତାହେଲେ ତାକୁ ଫେରାଇ ମଧ୍ୟ ଆଣି ପାରିବେ।ତେବେ ଏହା କେବଳ ସେମାନଙ୍କ ଅର୍ଜିତ ତଥା ପୈତୃକ ସମ୍ପତ୍ତି ଉପରେ ଲାଗୁ ହେଉ ନାହିଁ ବରଂ ବାପା ମାଆଙ୍କ ନାମରେ ଥିବା ଅନ୍ୟାନ୍ୟ ସମ୍ପତ୍ତି ଉପରେ ମଧ୍ୟ ଲାଗୁ ହେଉଛି।

ସେହିପରି ହିନ୍ଦୁ ମ୍ୟାରେଜ ଆକ୍ଟ,୧୯୫୫ ଅନୁଯାୟୀ ପ୍ରଥମ ପତ୍ନୀ ଜୀବିତ ଥାଇ ଯଦି ସ୍ୱାମୀ ଦ୍ୱିତୀୟ ତେବେ ଏହା ଦଣ୍ଡନୀୟ ଅପରାଧ ଅଟେ।କିନ୍ତୁ ପ୍ରଥମ ପତ୍ନୀ ଙ୍କ ମୃତ୍ୟୁ ପରେ ସ୍ବାମୀ ଯଦି ଦ୍ୱିତୀୟ ବିବାହ କରେ ତେବେ ଏହା ଗ୍ରହଣ ଯୋଗ୍ୟ ଅଟେ।

ଏଥି ସହିତ ଦ୍ୱିତୀୟ ପତ୍ନୀ ଙ୍କ ଔରସରୁ ଜାତ ସନ୍ତାନ ମଧ୍ୟ ସମ୍ପତ୍ତି ର ହକଦାର ହେବେ।ଯଦି କୌଣସି ପରିବାର ରେ ଚାରି ଭାଇ ଥାଆନ୍ତି ଏବଂ ଏମାନଙ୍କ ମଧ୍ୟରୁ ଜଣେ ବାପା ମାଆଙ୍କୁ ଫସେଇ,ସେମାନଙ୍କ ଜାଲ ଦସ୍ତଖତ କରି ସମ୍ପତ୍ତି ବାଡ଼ି ସବୁ ନିଜ ନାମରେ କରେଇ ନିଅନ୍ତି,ତାହେଲେ ବାକି ଭାଇ ମାନେ ଚାହିଁଲେ ଏହି ବାବଦରେ କୋର୍ଟ ରେ ଚ୍ୟାଲେଞ୍ଜ କରି ପାରିବେ।

ସେହିପରି ବାପା ମାଆ ବଞ୍ଚିଥିବା ସମୟରେ, ସେମାନେ ଯଦି ନିଜ ସମ୍ପତ୍ତି କୁ ଅନ୍ୟ କାହାରିକୁ ଦାନ କରି ଦିଅନ୍ତି, ତାହେଲେ ଏପରି କ୍ଷେତ୍ରରେ ସନ୍ତାନ ମାନେ ସମ୍ପତ୍ତି ଉପରେ କୌଣସି ହକ୍ ଜମେଇ ପାରିବେ ନାହିଁ।ଏପରିକି ବାପା ମାଆଙ୍କ ମୃତ୍ୟୁ ପରେ ମଧ୍ୟ, ସେମାନେ ସମ୍ପତ୍ତି ଉପରେ ହକ୍ ଜମେଇ ପାରିବେ ନାହିଁ।

ତେବେ ରେଜିଷ୍ଟ୍ରେସନ ଆକ୍ଟ ଅନୁସାରେ,ଅଚଳ ସମ୍ପତ୍ତି ର କବଲା କରିବା ନିହାତି ଜରୁରୀ।ଯଦି ବାପା ଏନେଇ ରେଜିଷ୍ଟ୍ରେସନ କରି ନଥିବେ ତାହେଲେ ଆପଣ କୋର୍ଟରେ ଚ୍ୟାଲେଞ୍ଜ କରି ପାରିବେ।