Bastu Shastra – ସାବଧାନ ! ଚାବିକାଠିକୁ ଭୁଲରେ ମଧ୍ୟ ଏହି ଜାଗାରେ ରଖନ୍ତୁ ନାହିଁ, ନଚେତ ହୋଇପାରେ ଘୋର ଅନର୍ଥ

ବନ୍ଧୁଗଣ ସାଧାରଣତଃ ଘରର ମହିଳାମାନଙ୍କ ହାତରେ ଘରର ଚାବିକାଠି ରହିଥାଏ l ଘରର ପୁରୁଷ କିମ୍ଵା ମହିଳା ଯିଏବି ରୋଜଗାର କରନ୍ତୁ ନ କାହିଁକି କିନ୍ତୁ ଘରର ସବୁ ଦାୟିତ୍ୱ ମହିଳାମାନଙ୍କ ହାତରେ ହିଁ ରହିଥାଏ ଓ ଚାବି କୁ ସମ୍ଭାଳି ରଖିଥାନ୍ତି l କିନ୍ତ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଚାବିକାଠିକୁ ରଖିବାରେ ମଧ୍ୟ ବିଶେଷ ସ୍ଥାନ ଓ ନିୟମ ଅଛି l ଏହାକୁ ଆପଣେଇଲେ ଘରର ଅଯଥା ଖର୍ଚ୍ଚ ହୋଇନଥାଏ l

ଯଦି ଭୂଲ ସ୍ଥାନ ବା ଦିଗରେ ଚାବିକାଠି ରଖାଯାଏ ତେବେ ଆପଣଙ୍କ ଟଙ୍କା ପଇସା ମାମଲାରେ ପଛରେ ପଡିଯାଇପାରନ୍ତି ଏବଂ ଗୃହରେ ଅଭାବଅନାଟନ ସବୁବେଳେ ଲାଗିରହେ lତେବେ ଚାବିକୁ କେଉଁଠି ରଖିଲେ ଶୁଭ ଓ କେଉଁଠି ରଖିଲେ ଅଶୁଭ ହୋଇଥାଏ ଓ ଏହାକୁ ରଖିବାର ସଠିକ ସ୍ଥାନ କେଉଁଠି ଚାଲନ୍ତୁ ଜାଣିବା ଓ ଏହାକୁ ପ୍ରୟୋଗ କରିବା l

1-ପ୍ରଥମତଃ ଏହା ମହିଳାମାନଙ୍କ ଅଣ୍ଟାରେ ରଖିଲେ ବହୁତ ଶୁଭ ହୋଇଥାଏ ଏବଂ ପ୍ରାଚୀନ କାଳ ର ମହିଳା ମାନେ ତାଙ୍କ ଅଣ୍ଟା ରେ ରଖୁଥିଲେ l ଏହାକୁ ମଧ୍ୟ ଶୁଭ ବୋଲି ଧରାଯାଏ ଏବଂ ଯେଉଁମାନେ ନିଜର ଅଣ୍ଟାରେ ଚାବିକାଠି ରଖିଥାନ୍ତି ସେମାନଙ୍କୁ ଲକ୍ଷ୍ମୀ ସଦାସର୍ବଦା ପ୍ରସନ୍ନ ହୋଇଥାନ୍ତି ଓ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି l

2- ଦ୍ୱିତୀୟରେ ତକିଆତଳେ ଚାବିକାଠି ରଖନ୍ତୁନାହିଁ l ପ୍ରାୟତଃ କିଛିଲୋକ ଶୋଇବl ସମୟରେ ନିଜ ଘରର ଚାବିକାଠି ତକିଆତଳେ ରଖିଥାନ୍ତି କିନ୍ତୁ ଏହା ବହୁତ ଅଶୁଭ ହୋଇଥାଏ l ଏହାଦ୍ୱାରା ଟଙ୍କା ପଇସାରେ ସ୍ଥିରତା ଦେଖାଯାଇନାଥାଏ ଏବଂ ପଇସା କୌଣସି ନା କୌଣସି ବାଟରେ ବହୁତ ଖର୍ଚ୍ଚ ହେବ l ତେଣୁ ଭୁଲରେ ବି ତକିଆତଳେ ଚାବିକୁ ରଖିବେ ନାହିଁ l

3-ତୃତୀୟରେ ସମସ୍ତଙ୍କ ନଜର ପଡୁଥିବl ସ୍ଥାନରେ ରଖନ୍ତୁ ନାହିଁ l କାରଣ ଏମିତି ହେବା ଦ୍ୱାରl ଆପଣଙ୍କ ଟଙ୍କା ପଇସା ଚୋରି ହେବାର ବା ହଜିଯିବାର ସମ୍ଭାବନା ବହୁତ l ତେଣୁ ସବୁବେଳେ ଅନ୍ୟମାନଙ୍କ ନଜର ରୁ ଦୂରରେ ରଖନ୍ତୁ l ଏବଂ ବାର୍ଥରୁମ ର କାନ୍ଥ ରେ କେବେ ଚାବି କୁ ଟାଙ୍ଗନ୍ତୁ ନାହିଁ l କାରଣ ଏମିତି କରିବା ଦ୍ୱାରl ଚନ୍ଦ୍ରମାଙ୍କର ଅଶୁଭ ଦୃଷ୍ଟି ଆପଣଙ୍କ ପରିବାର ଉପରେ ପଡିଥାଏ l ଓ ଏହା ବହୁତ ଖରାପ ପ୍ରଭାବ ଆମ ପରିବାର ଉପରେ ପକାଇବା ସହ ଆମ ଦେନଦିନ ଜୀବନରେ ଖରାପ ଦୃଷ୍ଟି ଆଣିଥାଏ l

ତେବେ ଜାଣିରଖନ୍ତୁ ଶୋଇବା ଗୃହର ଉତ୍ତର ଦିଗର କାନ୍ଥରେ ଟାଙ୍ଗିବା ଦ୍ୱାରା ଶୁଭ ହୋଇଥାଏ l ଘର ଓ ସିନ୍ଧୁକର ଚାବି ଟାଙ୍ଗିବାର ଏହି ଦିଗ ସଠିକ ହୋଇଥାଏ l ଏହାଦ୍ୱାରା ମାତା ଲକ୍ଷ୍ମୀ ତାଙ୍କର ବିଶେଷ କୃପା ଆପଣଙ୍କ ଉପରେ ପଡିଥାଏ l ଏବଂ ଘରର ସମସ୍ତ ବାସ୍ତୁଦୋଷ ଦୂର ହୋଇଯାଏ ଓ ଘରେ କେବେବି ଟଙ୍କା ପଇସାର ଅଭାବ ରହିବ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।