ସାବଧାନ ! ରୂପ ବଦଳାଇ ଆସୁଛନ୍ତି IPS ମ୍ୟାଡାମ୍…

ଛଦ୍ମବେଶୀ ଆଇପିଏସ୍ ମ୍ୟାଡାମ୍ ମିଛ ଲୁଟ ର ସୂଚନା ଦେଇ ପୋଲିସ କର୍ମଚାରୀ ମାନଙ୍କୁ କରୁଛନ୍ତି ଟେଷ୍ଟ। କଥାଟି ଶୁଣି ଆପଣଙ୍କୁ ଅଜବ ଲାଗିଥାଇ ପାରେ। କିନ୍ତୁ କଥାଟି ସତ। ମୁହଁରେ ମାସ୍କ ଏବଂ ଆଖି ରେ କଳା ଚଷମା, କଥାବାର୍ତ୍ତା ବି ଅତି ସାଧାରଣ। ସେହି ଆଇପିଏସ୍ ମ୍ୟାଡାମ୍ କୁ ଦେଖିଲେ ଆପଣ ବି ଧୋକା ଖାଇଯିବେ। କେହି ଜାଣି ପାରିବେ ନାହିଁ କି ସେ ଜଣେ ଆଇପିଏସ୍ ଅଫିସର।

କାରଣ ଜଣେ ସାଧାରଣ ମଣିଷ ପରି ରାସ୍ତାରେ କାହିଁକି ଏଣେତେଣେ ବୁଲୁଛନ୍ତି ସମସ୍ତଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଙ୍କି ମାରୁଥିବ। ହେଲେ ପ୍ରକୃତ କାହାଣୀ କିଛି ଅଲଗା ଥିଲା। ମହିଳା ଅଫିସର ଜଣକ ସକାଳ ହେଲେ ବେଶ ବଦଳାଇ ବାହାରି ଯାଆନ୍ତି। ଆଉ ବିଭିନ୍ନ ଥାନା କୁ ଫୋନ୍ କରି ପୋଲିସ୍ କର୍ମୀଙ୍କ କର୍ମ ତତ୍ପରତା ରଖନ୍ତି।

ଯିଏ ତାଙ୍କ ଫୋନ୍ ଶୁଣି ଘଟଣା ସ୍ଥଳରେ ପହଞ୍ଚି ଯାଏ ତାହେଲେ ଭଲ କଥା ନହେଲେ ଏହି ଲେଡି ଅଫିସର ସେମାନଙ୍କ ପାଇଁ ପାଲଟି ଯାଆନ୍ତି ଶନି ଦେବ। ଅର୍ଥାତ୍ ଫୋନ୍ ଶୁଣି ସାଙ୍ଗେ ସାଙ୍ଗେ ଚାକିରି ରୁ ତଡ଼ା ଖାଇବା ଥୟ। ବର୍ତ୍ତମାନ ଏମିତି ଜଣେ ଆଇପିଏସ୍ ଅଫିସର ତଥା ଅରିଆର ଏସପି ଚାରୁ ନିଗମ ଙ୍କ କିଛି ଭିଡିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଆଉ ଭିଡିଓ କୁ ଦେଖିଲେ ଲାଗିବ ଯେ ଫିଲ୍ମ ଷ୍ଟାଇଲ ରେ ଯେପରି ସ୍କ୍ରିପ୍ଟଙ୍ଗ ହୋଇଥିଲା ପୁରା ଦୃଶ୍ୟ। ଗୁରୁବାର ଦିନ କାକର ମୁଖ୍ୟାଳୟ ନିକଟ ପ୍ଲାଷ୍ଟିକ୍ ସିଟି ନିକଟରୁ ସେ ଲୁଟ ହୋଇଥିବା କହି ଥାନା କୁ ଫୋନ କରିଥିଲେ। ଆଉ ବାଇକ ରେ ବସିଥିବା ବେଳେ କେହି ତାଙ୍କ ଟଙ୍କା, ସୁନା ଏବଂ ଗହଣା ଲୁଟି ନେଇଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଆଉ ସେପଟେ ଫୋନ ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପୋଲିସ୍ ଅଧିକାରୀ ଦଳବଳ ଧରି ପହଞ୍ଚି ଯାଆନ୍ତି। ଆଉ ଲୁଟ ଘଟଣା ଯାହାବି ହେଉ ଆଇପିଏସ୍ ନେରାଙ୍କି କିନ୍ତୁ ପୋଲିସ କର୍ମୀଙ୍କ ତତ୍ପରତା ଦେଖି ଖୁସି ହୋଇ ଯାଆନ୍ତି। ଗୋଟିଏ ଫୋନ୍ କଲରେ ଦୌଡ଼ି ଆସିଥିବା ଥାନା ବାବୁ ଙ୍କ ଉପରେ ଖୁସି ହୋଇ ଯାଆନ୍ତି ଆଇପିଏସ୍ ମ୍ୟାଡାମ୍। ହେଲେ ଏହିସବୁ ଭିତରେ ଆଇପିଏସ୍ ମ୍ୟାଡାମ୍ ଙ୍କୁ ଜାଣି ପାରନ୍ତି ନାହିଁ। ଆଉ ପରେ ନିଜ ଆଡ଼ୁ ଚିହ୍ନା ଦେଲାପରେ ଥାନା ଅଧିକାରୀ ଜାଣି ପାରନ୍ତି। ମହିଳା ଜଣକ ଆଉ କେହି ନୁହନ୍ତି ଆଇପିଏସ୍ ମ୍ୟାଡାମ୍।