ସତ ହେଲା ମାଳିକା ବଚନ… ମନ୍ଦିର ମୁଣ୍ଡରେ ଖେଳୁଛି ମୀନ… ଦେଖନ୍ତୁ Video ଆଶ୍କର୍ଯ୍ୟ ଘଟଣା

ଗତ କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ଓଡିଶାର ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖା ଦେଇଛି।ବନ୍ୟା ପାଣି ଆସିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଲୋକେ ଜଳ ବନ୍ଦୀ ହୋଇ ରହିଛନ୍ତି । ଆଉ କିଛି ସ୍ଥାନରେ ନଦୀ ଜଳସ୍ତର ବଢୁଥିବାରୁ ବିଭିନ୍ନ ଗାଁ ଗୁଡିକରେ ଜଳ ପଶି ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି ଜୀବନ।

ଚାରିଆଡ଼େ ଜଳମଗ୍ନ ହୋଇ ରହିଛି।।ଗାଁ ଗଣ୍ଡା ସବୁ ପାଣି ଘେର ଭିତରେ ରହିଛି ।ତେବେ ମହାନଦୀର ସୃଷ୍ଟି ହେଇଥିବା ବନ୍ୟା ଯୋଗୁଁ ଅନେକ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ଉପୁଜିଛି ଯେଉଁ କାରଣରୁ ଲୋକେ ନାହିଁ ନଥିଲା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଧୀରେ ଧୀରେ ପରିସ୍ଥିତି ଅଧିକ ସଙ୍କଟାପନ୍ନ ହେବାରେ ଲାଗିଛି।

ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରା ଯାଉଥିବାରୁ ବଢ଼ିବାରେ ଲାଗିଛି ମହାନଦୀ ଜଳସ୍ତର। ତେବେ ଏହି ସମୟରେ ସୋସିଆଲ ମିଡିଆରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକଙ୍କ ମନରେ ଛନକା ପଶି ଯାଇଛି।ମହାନଦୀରେ ବନ୍ୟା କାରଣରୁ ଭୟଭୀତ ହୋଇ ପଡିଛନ୍ତି ତଳିଆ ଅଞ୍ଚଳରେ ଲୋକେ।

ତେବେ ବନ୍ୟାଜଳ ଆସିବା ଦ୍ବାରା ବନିକା ସହରବାସୀ ଅଧିକ ଭୟଭୀତ ହୋଇ ପଡିଛନ୍ତି। ବନିକା ସହର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି ଖୁବ୍ ବଢ଼ି ଯାଇଛି। ରବିବାର ହୀରାକୁଦ ଜଳଭଣ୍ଡାରୁ ଜଳ ନିଷ୍କାସିତ ହେବା ପରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି।

ତେବେ ମହାନଦୀ ନଦୀର ବନ୍ୟାଜଳ କଟକ ଜିଲ୍ଲା ବଡମ୍ବାର ଐତିହାସିକ ଭଟ୍ଟାରିକା ମନ୍ଦିରର ଅଧିକାଂଶ ଅଂଚଳ ବୁଡ଼ି ଯାଇଛି ।ଆଉ ମା’ଙ୍କୁ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତରିତ କରି ପୂଜାର୍ଚ୍ଚନା କରାଯାଉଛି।ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଦେଖା ଯାଇଛି କି ମନ୍ଦିର ମୁଣ୍ଡି ମଧ୍ୟ ବୁଡି ଯାଇଛି, ଆଉ ଯାହା ଦେଖି ମନ୍ଦିର ମୁଣ୍ଡରେ ମୀନ ଖେଳୁଛି ବୋଲି କୁହା ଯାଉଛି।

ନଦୀରେ ବଢ଼ି ପାଣି ଆସି ଲୋକେ ତ ନାହିଁ ନଥିଲା ଅସୁବିଧାର ସାମ୍ନା କରୁଛନ୍ତି ରହିବା ଠାରୁ ଖାଇବା ପିଇବାରେ ସବୁ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ତେବେ ଏହି ଦୃଶ୍ୟକୁ ଦେଖି ଆପଣ ଜାଣି ପାରିବେ ଯେ ବନ୍ୟାର ସ୍ଥିତି କେତେ ଭୟାନକ। ତେବେ କେବଳ ଏଥର ନୁହେଁ ମହାନଦୀରେ ବାରମ୍ବାର ଏପରି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି।

ମହାନଦୀ ଉପରମୁଣ୍ଡରେ ବର୍ଷା ହେଲେ ପ୍ରତିଥର ତଳମୁଣ୍ଡରେ ଥିବା ଜିଲ୍ଲାବାସୀଙ୍କୁ ବନ୍ୟା କଷ୍ଟ ଭୋଗିବାକୁ ପଡୁଛି। ଏଥର ମଧ୍ୟ ସେହି ସମାନ ପରିସ୍ଥିତି ଦେଖିବାକୁ ମିଳୁଛି। ଏଥର ପାଣି କମ୍ ଆସିଥିଲେ ମଧ୍ୟ ସ୍ଥିତି ଖୁବ୍ ବିଗିଡି ଯାଇଛି। ଯାହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ତଳିଆ ଅଞ୍ଚଳବାସୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।