Vastu Tips | Lordshanidev—ଶନିବାର ଦିନ ନିଶ୍ଚୟ କରନ୍ତୁ ଏହି ( ୩ଟି କାମ ) ସମସ୍ତ ସମସ୍ୟା ଦୂର ହେବ |

ଆମର ଏହି ବ୍ୟସ୍ତ ବହୁଳ ଜୀବନରେ ଦୁଃଖ ଏବଂ ଅସୁବିଧା ସର୍ବଦା ଲାଗି ରହିଥାଏ ଏମିତି ଏକ ପରିସ୍ଥିତିରେ ସମସ୍ତଙ୍କର ପ୍ରୟାସ ଏହା ଥାଏ କି ଏହି ଦୁଃଖ ଏବଂ କଷ୍ଟକୁ ଯେତେ ଶୀଘ୍ର ହେବ ଏଡେଇ ଦେବା । ମାତ୍ର କେତେକ ସମୟରେ ଏହା ସହଜ ହୋଇନଥାଏ ଏଥିପାଇଁ ଅନେକ ପ୍ରକାରର କାର୍ଯ୍ୟ କରିବାକୁ ପଡିଥାଏ । ଏହି ଦୁଃଖ ସହିତ ଯଦି ଆପଣଙ୍କର ଶନିଦଶା ଖରାପ ଚାଲିଥାଏ ତେବେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗି ରହିଥାଏ । ଏହି ପରିସ୍ଥିତିର ସମାଧାନ କରିବା ପାଇଁ କେବଳ ଗୋଟିଏ ମାତ୍ର ହିଁ ରାସ୍ତା ଅଛି ତାହା ହେଉଛି ଶନିଦେବଙ୍କର କୃପା ।

ଶନିଦେବ ହେଉଛନ୍ତି ଏପରି ଏକ ଭଗବାନ ଯିଏ କି ଲୋକଙ୍କର ଦୁଃଖ କଷ୍ଟ ଦୂର କରିବା ପାଇଁ ପରିଚିତ ଅଟନ୍ତି ।ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ତାଙ୍କର ନାମ ଧରି ଏହି ତିନୋଟି କାର୍ଯ୍ୟ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି କାମ ।

1–ସୋରିଷ ତେଲ ଦାନ କରିବା

ଶନିଦେବଙ୍କର ପୂଜାରେ ସୋରିଷ ତେଲ ବ୍ୟବହାର କରାଯାଇଥାଏ । ଏହି ତେଲ ଶନିଙ୍କର ଅତି ପ୍ରିୟ ହୋଇଥାଏ , ତେବେ ଯଦି ଆପଣ ଏହି ଶନିବାର ଦିନ ସୋରିଷ ତେଲ ଦାନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ । ଏହି ଦାନ ଆପଣ କାହାକୁ ମଧ୍ୟ କରିପାରବେ ଯେମିତିକି କୌଣସି ବ୍ରାହ୍ମଣ , ଗରିବ , ଏହା ସହ କୌଣସି ମନ୍ଦିରରେ ମଧ୍ୟ ଦେଇପାରିବେ । ମାତ୍ର ଯେତେବେଳେ ଏହି ସୋରିଷ ତେଲ ଦାନ କରିବେ ସେହି ସମୟରେ ଶନି ଦେବଙ୍କୁ ସ୍ମରଣ କରିବା ସହିତ କଳା ରଙ୍ଗର ବସ୍ତ୍ର ପରିଧାନ କରିବେ ।

2–କାଉକୁ ଖାଦ୍ୟ ଖାଇବାକୁ ଦିଅନ୍ତୁ

ଶନିବାର ଦିନ କାଉକୁ ଖାଦ୍ୟ ଖୁଆଇବା ବହୁତ ଶୁଭ କାର୍ଯ୍ୟ ବୋଲି କୁହାଯାଇଥାଏ । କାଉ ଶନିଦେବଙ୍କର ବାହନ ମଧ୍ୟ ହୋଇଥାଏ , ଯଦି ଆପଣ ମାନେ କୌଣସି କାଉକୁ ଖୁସି କରିଦିଅନ୍ତି ତେବେ ଆପଣଙ୍କର ଶତ୍ରୁ ଆପଣଙ୍କର କିଛି ଅନିଷ୍ଟ କରିପାରିବେ ନାହିଁ । ଏହା ସହିତ ଆପଣଙ୍କର ଜୀବନର ସମସ୍ତ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ । ଯେଉଁଥିପାଇଁ ଆପଣ ମାନେ କାଉକୁ ଚାଉଳ ଖାଇବାକୁ ଦିଅନ୍ତୁ ଏହା ସହ ଅନ୍ୟ କୌଣସି ଖାଦ୍ୟ ମଧ୍ୟ ଖାଇବାକୁ ଦେଇପାରନ୍ତି । ଏହା ପରେ ଆପଣ ମାନେ ଶନିଦେବଙ୍କର ଦର୍ଶନ ଥରେ ନିଶ୍ଚିତ ରୂପରେ କରନ୍ତୁ ।

3–ସୁହା କିଣିବା ବା ବିକିବା

ଶନିବାର ଦିନ ଲୁହା ନିର୍ମିତ ବସ୍ତୁ କିଣିବା ବା ବିକ୍ରି କରିବା ଦ୍ୱାରା ଖରାପ ସମୟ ଦୂର ହୋଇଥାଏ । ଏପରି କୁହାଯାଏ କି ଶନିବାର ଦିନ ଆପଣ ନିଜ ଘରକୁ ନୂତନ ଲୁହା ବସ୍ତୁ ଆଣିବା ଉଚିତ ହୋଇଥାଏ । ଏହା ପରିବର୍ତ୍ତେ ଘରର ପୁରୁଣା ଲୁହା ବସ୍ତୁ ବିକ୍ରି କରିବା ଉଚିତ ହୋଇଥାଏ । ଏହା ଦ୍ୱାରା ଆପଣଙ୍କର ଘରର ନକରାତ୍ମକ ଉର୍ଜ୍ଜା ଚଲିଯାଇଥାଏ , ଏହି ସୟରେ ଆପଣ ମାନେ ଶନିଦେବଙ୍କର ନାମ ନିଶ୍ଚିତ ରୂପରେ ଉଚ୍ଚାରଣ କରନ୍ତୁ । ଯାହା ଦ୍ୱାରା ଏହାର ଫଳ ଦୁଇଗୁଣା ହୋଇଯାଇଥାଏ ।

ଆପଣ ମାନେ ଏହି ତିନୋଟି କାମ ଶନିବାର ଦିନ ନିଶ୍ଚିତ ରୂପରେ କରନ୍ତୁ , ଯାହା ଦ୍ୱାରା ଆପଣଙ୍କୁ ଏହାର ଶୁଭ ଫଳ ନିଶ୍ଚିତ ରୂପରେ ପ୍ରାପ୍ତ ହେବ ।