ସଜନା ଶାଗ ( Moringa ) – ଖାଉଛନ୍ତିକି ଭୟଙ୍କର କଥା ଜାଣନ୍ତୁ

ପ୍ରାୟତଃ ସଜନା ଶାଗ କୁ ବହୁତ ଜାଗାରେ ବହୁତ ନାମରେ ଜଣାଯାଏ। ଏହାର ବ୍ୟବହାର ତରକାରୀ ପ୍ରସ୍ତୁତ କରିବାରେ କରାଯାଏ। ଏହାର ଭଜା ବହୁତ ସ୍ୱାଦିଷ୍ଠ ଅଟେ। ଏହାର ଫଳ ଓ ପତ୍ର ରେ ଚମତ୍କାରିତା ଆୟୁର୍ବେଦିକ ଫାଇଦା ଲୁଚି ରହିଛି। ଆଜି ଆମେ ସଜନା ପତ୍ର ର ଫାଇଦା ବିଷୟରେ ଆଲୋଚନା କରିବା।

ସଜନା ପତ୍ର ର ଫାଇଦା –

 

ଏମିତି ମାନାଯାଏ କି, ୧୦୦ ଗ୍ରାମ ସଜନା ପତ୍ର ରେ ପାଞ୍ଚ ଗ୍ଲାସ୍ କ୍ଷୀର ସମାନ କ୍ୟାଲସିୟମ ରହିଥାଏ। ସାଥୀରେ ଏକ ଲେମ୍ବୁ ତୁଳନାରେ ଏଥିରେ ପାଞ୍ଚ ଗୁଣା ଅଧିକ ଭିଟାମିନ ସି ମିଳିଥାଏ। ଏହାର ପତ୍ର ରେ କ୍ୟାଲସିୟମ ଓ ଭିଟାମିନ ସହିତ ପ୍ରୋଟିନ, ପଟାସିୟମ ,ଆଇରନ୍, ମାଗ୍ନେସିୟମ୍ ଏବଂ ଭିଟାମିନ ବି କମ୍ପ୍ଲେକ୍ସ୍ ଭରପୂର ମାତ୍ରାରେ ରହିଥାଏ।

ସଜନା ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ କେଉଁ ପ୍ରକାର ଲାଭ ଦାୟକ ଅଟେ-

ହଇଜା, ଝାଡ଼ଆବାନ୍ତି ,ଜଣ୍ଡିସ ଭଳି ରୋଗୀ ମାନଙ୍କ ପାଇଁ ସଜନା ପତ୍ର ର ରସ ପିଇବା ବହୁତ ଲାଭକାରୀ ହୋଇଥାଏ। ବହୁତ ଅଧିକ ଥଣ୍ଡା ହୋଇ ଯାଇଥିଲେ ଏହାର ପତ୍ର ଓ ଫଳକୁ ପାଣି ରେ ଫୁଟାଇ ଏହାର ବାମ୍ଫ ନେବା ଦ୍ୱାରା ଆପଣଙ୍କର ବନ୍ଦ ହୋଇ ଯାଇଥିବା ନାକ ଖୋଲିଥାଏ। ସାଥୀରେ ଶରୀରର ବ୍ୟଥା ବି କମ୍ ହୋଇଥାଏ। ଏହାକୁ ନିୟମିତ ଭାବେ ଖାଇବା ଦ୍ଵାରା ଏନିମିଆ ବା ରକ୍ତ ର ଅଭାବ ଦୂର ହୋଇଥାଏ।

ଏହା ପିଲାଙ୍କ ମଧ୍ୟରେ କୁପୋଷଣ କୁ ଦୂର କରିଥାଏ ଏବଂ ଭଲ ପୋଷକ ତତ୍ତ୍ୱ ଦେଇଥାଏ। ଏହାର ସେବନ ଦ୍ବାରା ଗର୍ଭବତୀ ମହିଳା ଏବଂ ସ୍ତନ ପାନ କରାଉଥିବା ମା ମାନଙ୍କର ସ୍ୱାସ୍ଥ୍ୟ ଠିକ୍ ରହିଥାଏ। ଏହା ସମଗ୍ର ସ୍ୱାସ୍ଥ୍ୟ ର ସୁଧାର କରିଥାଏ। ତଥା ପୋଷଣ ଏବଂ ଉର୍ଯା ଦେଇଥାଏ। ଏହା ପ୍ରୋଟିନ ଓ ଭିଟାମିନ ରେ ଭରପୁର ଅଟେ।

ଏହାକୁ କଷ୍ଟ କାଠିନ୍ୟ କୁ ଦୂର କରିବାରେ କିମକାମ କରିଥାଏ। ଏଥିରେ ଫାଇବର ଭରପୁର ମାତ୍ରାରେ ମିଳିଥାଏ। ଯାହା ଆମ ପାଚନ ତନ୍ତ୍ର କୁ ଠିକ୍ ରଖିଥାଏ। ଏହାଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ଉଚ୍ଚ କ୍ୟାଲସିୟମ ମାତ୍ରା ହେବା କାରଣରୁ ଏହା ହାରକୁ ମଧ୍ୟ ମଜବୁତ୍ କରିଥାଏ।

ଏହା ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ବହୁତ ଲାଭଦାୟକ ଅଟେ। ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ର କ୍ଷମତାକୁ ବଢ଼ାଇଥାଏ ଏବଂ ଆଖି ଏବଂ ମସ୍ତିଷ୍କ କୁ ପୋଷଣ ପ୍ରଦାନ କରିଥାଏ। ଏହା ସହଜରେ ମିଳିଥାଏ ଏବଂ ଏହା କୌଣସି ସାଇଡ୍ ଇଫେକ୍ଟ ନଥାଏ।ସଜନା ଶାଗ ଆପଣଙ୍କ ରକ୍ତ ଚାପ ବା ବ୍ଲଡ଼୍ ପ୍ରେସର କୁ ନିୟନ୍ତ୍ରିତ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ।

ସଜନା ଶାଗ ର ବ୍ୟବହାର –

 

ଏଥିପାଇଁ ଆପଣ ସଜନା ପତ୍ର ର ତରକାରୀ ଏବଂ ସାମ୍ବରରେ ପକାଇ ଏହାକୁ ଖାଇ ପାରିବେ। ହଇଜା ପାଇଁ ଏହାକୁ ପାଣିରେ ଫୁଟାଇ ପିଇ ପାରିବେ। ଆପଣ ଏହାର ପାଉଡର ବନେଇକି ମଧ୍ୟ ଖାଇ ପାରିବେ। ଏହି ଗୁଣ୍ଡକୁ ଆପଣ ଭୋଜନ ସହିତ ଗୋଟିଏ ଦାନାରେ ତିନି ଥର ସେବନ କରିବା ଦ୍ୱାରା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ରେ ସୁଧାର ଆସିଥାଏ ଏବଂ କୁପୋଷଣ ମଧ୍ୟ ଦୂର ହୋଇଥାଏ। ଏହାକୁ ତରକାରୀ ବା ଖାଦ୍ୟ ରେ ମିଶାଇ ଖାଇ ପାରିବେ।