ଆଜିର ଅନୁଚିନ୍ତା + ବିବାହ ସମୟରେ କନ୍ୟାର ଯଦି ଋତୁସ୍ରାବ ହୁଏ ତେବେ ଘର ପ୍ରତି କଣ ସଙ୍କେତ ଆଣେ ଜାଣନ୍ତୁ….ଜାଣି ଖୁସି ହେବେ

ଜୀବନରେ ମଣିଷ ଜନ୍ମ ନେଇ ନେଲେ ଖାଲି ହେବ ନାହିଁ, ତାହା ସହିତ ମଣିଷ ଜୀବନରେ ବହୁତ କିଛି ଶିଖିବା ପାଇଁ ପଡ଼ିଥାଏ। ତେବେ ଆଜି ଜାଣିବା କିଛି ଅନୁଚିନ୍ତା ବିଷୟରେ। ତେବେ ବିବାହ ହେଉଛି ଆଠ ପ୍ରକାରର – ବ୍ରହ୍ମ, ଦୈବ, ଆର୍ଷ, ପ୍ରଜାପ୍ରତୈ, ଆସୁର, ଗାନ୍ଧର୍ବ ,ରାକ୍ଷସ ଓ ପୈଶାଚ। ବ୍ରହ୍ମା, ଦୈବ, ଆର୍ଷ, ପ୍ରଜାପ୍ରତୈ ଏହି ଚାରି ପ୍ରକାର ବିବାହ ଶାସ୍ତ୍ର ଜନିତ ହୋଇଥାଏ। ବର ଠାରୁ ଧନ ନେଇ ତାକୁ କନ୍ୟା ବିବାହ ଦେଲେ ଆସୁର ବିବାହ କୁହାଯାଏ।

ଯଦି ନିଛ ଇଛା ରେ ବର ଓ କନ୍ୟା ବିବାହ କଲେ ତାକୁ ଗାନ୍ଧର୍ବ ବିବାହ କୁହାଯାଏ। କନ୍ୟା ପିତାଠାରୁ କନ୍ୟା କୁ ଛଡ଼ାଇ ଆଣି ବିବାହ କଲେ ତାକୁ ରାକ୍ଷସ ବିବାହ କୁହାଯାଏ।

କପଟ କରି କନ୍ୟା କୁ ଭୁଲାଇ ବିବାହ କଲେ ତାକୁ ପୈଶାଚ ବିବାହ କୁହାଯାଏ। ବରକୁ ନିଜ ଘରକୁ ନିମନ୍ତ୍ରଣ କରି ଆଣି ଯଥାଶକ୍ତି କନ୍ୟା କୁ ଅଳଙ୍କୃତ କରି ବିବାହ ଦେଲେ ତାଙ୍କ ଠାରୁ ଉତ୍ପନ୍ନ ପୁତ୍ର ଉଭୟ କୂଳର ଏକୋଇଶ ପୁରୁଷ ଉଦ୍ଧାର କରେ ।

– ବାତୁଳ, ପତିତ, କୁଷ୍ଠରୋଗୀ ,ନପୁଂସକ, ନିଜଗୋତ୍ର ରେ ଜାତ ,ଅନ୍ଧ, ବଧିର ଓ ଅପ୍ପସ୍କାର ରୋଗୀକୁ କନ୍ୟା ଦେବା ଅନୁଚିତ।

– ବରର କୂଳ, ସ୍ୱଭାବ, ବୟସ, ରୂପ, ବିଦ୍ୟା, ଧନ ଓ ପିତ୍ରାଦିର ସହାୟତା ଗୁଣ ପ୍ରଦାନ କରି କନ୍ୟା ଦାନ କରିବା ଉଚିତ୍।

– ଯେଉଁ ପୁରୁଷର ଗ୍ରୀବା ଓ ଗୃହ ସୁଦୃଢ଼ ହୋଇଥାଏ ,ଶୁକ୍ର ଗାଢ଼ ହୋଇଥିବ ମୃତ୍ର ଶବ୍ଦ ଓ ପେଣଯୁକ୍ତ ହୋଇଥିବ ତାକୁ ଉତ୍ତମ ଲକ୍ଷଣଯୁକ୍ତ ପୁରୁଷ ହୋଇଥାଏ।

– ବର ମାତାର ନାମ ସହିତ କନ୍ୟାର ନାମ ସମାନ ହେଲେ ତେବେ ବିବାହ ଦେବା ଅନୁଚିତ୍ ଏହା ଦୋଷାବହ ହୋଇଥାଏ।

– ଯେଉଁ କନ୍ୟା ଲଜ୍ଜା ହୀନ, ସ୍ୱଭାବ ଉଗ୍ର ,ଦାନ୍ତ ଅସୁନ୍ଦର ,ଆଖି ଫିଙ୍ଗଳ ବର୍ଣ୍ଣ ,ସର୍ବାଙ୍ଗ ଲୋମଯୁକ୍ତ ଓ କଟି ସ୍ଥୂଳ ଏପରି କନ୍ୟା ବିବାହ ଯୋଗ୍ୟ ନୁହେଁ।

– ଯେଉଁ କନ୍ୟା ଶ୍ୟାମା, ଯାହାର କେଶ ଉତ୍ତମ, ଦେହ ଅଳ୍ପ ଲୋମଯୁକ୍ତ, ଭୁଲତା ସୁନ୍ଦର, ଚରିତ୍ର ଉକୃଷ୍ଣ ,ଗମନ ମନୋହର, ଦାନ୍ତ ସୁନ୍ଦର, କଟି ତମ୍ବରୁ ତୂଲ୍ୟ ଏମାନେ ବିବାହ ଯୋଗ୍ୟ ଅଟନ୍ତି।

– ସମାନ ପ୍ରକାର ଜାତ କନ୍ୟା ,ଶିଷ୍ୟର ସନ୍ତତି ,ଗୁରୁର ସନ୍ନତି ଏମାନଙ୍କ ସହ ବିବାହ ନିଷିଦ୍ଧ ଅଟେ।

– ବଡ଼ ଭାଇ ବିବାହ ହୋଇ ନଥିଲେ ସାନ ଭାଇ କେବେବି ବିବାହ କରନ୍ତୁ ନାହିଁ। ନହେଲେ ସେମାନଙ୍କୁ ପତିତ କରାଇଥାଏ।

– ବଡ଼ଭାଇ ଯଦି ବିଦେଶରେ ଥାନ୍ତି ,ଅତିରୋଗୀ, ଶାରୀରିକ ଅକ୍ଷମ କିମ୍ବା ଚୋର ହୋଇଥାଏ ,ତେବେ ସାନ ଭାଇ ବିବାହ କରି ପାରିବେ।

– ବଡ଼ ଭଉଣୀ ଥାଉ ଥାଉ ସାନ ଭଉଣୀ ର ବିବାହ ନିଷେଧ ଅଟେ।

– ଏକା ବର୍ଷ ରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀ ବିବାହ କରିବା ଅନୁଚିତ୍, ଛ ମାସ ମଧ୍ୟରେ ବିବାହ କଲେ କନ୍ୟା ତିନି ବର୍ଷ ରେ ବିଧବା ହୁଏ।

ନାରୀ ର ରତୁସ୍ରାବ ହେଲେ କୌଣସି ଅଶୁଭ ସଂଙ୍କେତ ଆସେ  ନାହିଁ ..? କାରଣ ଏହା ଆମମାନଙ୍କ ପାଇଁ ଶୁଭ ମଧ୍ୟ..