ସ୍ଵାମୀଙ୍କୁ ଅପମାନ କଲେ କେଉଁ ପାପ ହୁଏ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ମାତ୍ର ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…

କୁନି ମୁହଁରେ ଜଗନ୍ନାଥ ଓ କୃଷ୍ଣଙ୍କ ବାଣୀ । ଅତି କମ୍‌ ବୟସରୁ କରୁଛନ୍ତି ଆଧ୍ୟାତ୍ମିକ ଚର୍ଚ୍ଚା । ହାରମିନିୟମ ଓ ତାବଲାର ତାଳେ ତାଳେ ଗାଇ ଯାଉଛନ୍ତି ଅନେକ ବାଣୀ । ପିଲାଟି ବେଳୁ ତାଙ୍କ ଭିତରେ ଏହି ପ୍ରତିଭା ପ୍ରସ୍ଫୁଟିତ ହୋଇଛି । ଯେଉଁ ବୟସରେ ପିଲାମାନେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ଗେମ୍‌ରେ ବୁଡ଼ି ରହୁଛନ୍ତି ସେଠି କେଶବ ଦାଶ ମୋବାଇଲ ଓ ଇଣ୍ଟରନେଟକୁ ନିଜ ଭବିଷ୍ୟତ ଗଢ଼ିବା ପାଇଁ ବ୍ୟବହାର କରୁଛନ୍ତି । ଇଣ୍ଟରନେଟରୁ ବିଭିନ୍ନ ପ୍ରବଚକଙ୍କ ବାଣୀ ଶୁଣି ସେ ନିଜକୁ ପ୍ରବଚକ ହିସାବରେ ଗଢି ତୋଳିଛନ୍ତି ।

କେନ୍ଦୁଝର ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଚର୍ତୁଥ ଶ୍ରେଣୀର ଛାତ୍ର କେଶବ ଦାସ । ପାଠପଢ଼ା ସାଙ୍ଗକୁ କେଶବ ସଙ୍ଗୀତରେ ମଧ୍ୟ ପାରିଦର୍ଶିତା ହାସଲ କରିଛନ୍ତି । କୁନି ବୟସରୁ ବହୁ ଶାସ୍ତ୍ର ଜ୍ଞାନ ହାସଲ କରିବା ସହ ଜଣେ ଦକ୍ଷ ପ୍ରବଚକ ହେବାର ଅନାୟାସ ପ୍ରୟାସ ଜାରି ରଖିଛନ୍ତି କେଶବ ।

ଇଣ୍ଟରନେଟରୁ ବିଭିନ୍ନ ପ୍ରବଚକଙ୍କ ବାଣୀ ଶୁଣି ତାକୁ ମୁଖସ୍ତ କରିବା ସହ ଲୋକଙ୍କ ସାମ୍ନାରେ ଖୁବ ସୁନ୍ଦର ଭାବରେ ପରିବେଶଣ ମଧ୍ୟ କରୁଛନ୍ତି । ଆଉ ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ସହପାଠୀ ଓ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ।

କେବଳ ମନ୍ତ୍ର ପାଠ, ପ୍ରବଚନ, ପୂଜା ବିଧି ରେ ନୁହଁ ,ପାଠ ପଢା ସହିତ ହାରମିନିୟମ ବଜାଇ ଭଲ ଗୀତ ମଧ୍ଯ ଗାଇ ପାରୁଛନ୍ତି, ଖେଳକୁଦ ,ଚିତ୍ର ଅଙ୍କନ ରେ ମଧ୍ୟ ତାଙ୍କର ବେଶ ରୁଚି ରହିଛି, ତେବେ ଜୀବନ ଭବିଷ୍ୟତରେ ଜଣେ ଦକ୍ଷ ପ୍ରବଚକ ହେବାbକୁ ଲକ୍ଷ୍ୟ ରଖିଛନ୍ତି।

 

ଜୀବନଙ୍କ ବାପା କ୍ଷିତିଶ ଜଣେ ମଧ୍ୟବିତ୍ତ ପରିବାର ର, ଗାଁ ଗଣ୍ତା ରେ ପୂଜା ପାଠ କରି ଯାହା ଦି ପଇସା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରନ୍ତି। ଆର୍ଥିକ ଅନଟନ ଲାଗି ରହିଥିଲେ ମଧ୍ଯ ପୁଅ ଜୀବନ ର ଆଧ୍ୟାତ୍ମିକ ଚିନ୍ତାଧାର ଓ ପୁଜା ପାଠ ପ୍ରତି ଆଗ୍ରହ ଦେଖି ସେହି ଦିଗ ରେ ଆଗକୁ ବଢ଼ାଇବା ପାଇଁ ଜୀବନ ଙ୍କ ବାପା ସବୁବେଳେ ତାଙ୍କୁ ପ୍ରେରଣା ଦେଇଥାନ୍ତି।

ପ୍ରତିଦିନ ଏକ ଘଣ୍ଟା ମନ୍ତ୍ର, ପୂଜା ପାଠ ଏବଂ ପୁରାଣ ବିଷୟ ବସ୍ତୁ ଉପରେ ପୁଅକୁ ଶିକ୍ଷା ଦେଇଥାନ୍ତି। ଜୀବନ‌ ମଧ୍ୟ ଏହାକୁ ଏକାଗ୍ରତା ସହିତ ଶୁଣିବା ସହିତ ଆଲୋଚନା ମଧ୍ୟ କରେ। ତେବେ ଜୀବନ ଭବିଷ୍ୟତ ରେ ଜଣେ ଭଲ ପ୍ରବଚକ ହେବା ସହିତ ବ୍ରାହ୍ମଣ ସମାଜ ର ନାମ ରଖିବା ପାଇଁ ଆଶା ରଖିଛନ୍ତି।ଯୁବ ପିଢୀ ପାଶ୍ଚାତ୍ଯ ସଭ୍ଯତା କୁ ଆପଣାଇ ବିପଥଗାମୀ ହେଉଥିବା ବେଳେ, ଆଠ ବର୍ଷ ବାଳକ ର ଏଭଳି ପ୍ରତିଭା ଆଉ ଇଚ୍ଛା ଶକ୍ତି ପାଇ:

ସେ ଆଜି ସମସ୍ତ ଙ୍କ ପାଇଁ ପେ୍ରଣା ପାଲଟିଛନ୍ତି ।ସ୍ବାମୀଙ୍କୁ ଅପମାନ କରିବା କଥା ନୁହେଁ କାରଣ ସେମାନେ ଦେବତାର ଅଂଶ ହୋଇଥାଏ ତାଙ୍କୁ ଅପମାନ କଲେ ସେମାନେ ଜୀବନରେ ଖୁସି ପାଇ ନଥାନ୍ତି । ଶ୍ରୀମଦ ଭାଗବତର ଗୀତା ରେ ପାରାୟଣ ଓ ପବଚକ କହିଛନ୍ତି ସର୍ବଦା ବଡ଼ ମାନ ଙ୍କୁ ସମ୍ମାନ ଦେବା ଉଚିତ୍ ।