ସପନଙ୍କ କଣ୍ଠରୁ ଥରେ ଶୁଣନ୍ତୁ ଏହି ସୁନ୍ଦର ଗୀତ ” ମଣିଷ ଗଛ ଲଗେଇବୁନି ସେ କାହାରି ନୁହଁ “… ମାତ୍ର 6 ଘଣ୍ଟାରେ 100k ରୁ ଅଧିକ ଲୋକ ଦେଖିସାରିଲେନି

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି କି ସଙ୍ଗୀତ ଆମ ଜୀବନର ଏକ ଅଂଶ ହୋଇ ଥାଏ ଯାହାକି ଶୁଣିବା ଦ୍ୱାରା ଆମ ମନକୁ ଖୁବ ଖୁସି ମିଳି ଥାଏ | ସଙ୍ଗୀତ ଏକ ସାଧନା ଯାହାର ଭାବନା ସମସ୍ତଙ୍କୁ ଭଲ ଲାଗିଥାଏ ଏବଂ ଜଣେ ବ୍ୟକ୍ତି ତାର କଥା ଗୁଡ଼ିକୁ ଗୀତ ମାଧ୍ୟମ ରେ ପ୍ରକାଶ କରିଥାଏ ଏବଂ ଶୁଣୁଥିବା ବ୍ୟକ୍ତି ଜଣଙ୍କ ସେହି ଗୀତର ଭାବନା କୁ ବୁଝି ଭାବ ବିହ୍ଵଳ ହୋଇ ଯାଇଥାଏ | କାରଣ ଆମ ଜୀବନ ରେ ଯାହା ହୋଇ ଥାଏ ତାହାକୁ ଗୀତ ମାଧ୍ୟମ ରେ ହିଁ ଦର୍ଶା ଯାଇଥାଏ |

ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଗାୟକ ଗାୟିକା ରହିଛନ୍ତି ଯେଉଁ ମାନେ କି ତାଙ୍କ ସୁନ୍ଦର କଣ୍ଠ ଦ୍ୱାରା ଦର୍ଶକ ମାନଙ୍କର ମନକୁ ଜିଣିଥାନ୍ତି ଆଉ ତାଙ୍କର ଏହି ସୁନ୍ଦର ଗୀତ କୁ ଶୁଣି ମନକୁ ଖୁବ ଆନନ୍ଦ ମିଳିଥାଏ | ତେବେ କିନ୍ତୁ ଆଜି ଏକ ଗୀତ ସମ୍ପର୍କ ରେ କହିବୁ ଯାହାକି ଏକ ଯୁବକ ଗାଇଛନ୍ତି ଆଉ ତାହାକୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି |

ଏହି ଗୀତ ଟିକୁ ଆପଣ ଶୁଣିଲେ ପସନ୍ଦ କରିବା ସହିତ ଭାବ ବିହ୍ଵଳ ମଧ୍ୟ ହୋଇ ଯିବେ |ଏହି ଗୀତ ଟିକୁ ଜଣେ ଗାଁ ର ପୁଅ ସପନ ଗାଇଛନ୍ତି ଯାହାକି ସେ ବେସ ସୁନ୍ଦର ଭାବରେ ନିଜ କଣ୍ଠର ପରିବେଷଣ କରିଛନ୍ତି |

ସେ ଗାଇ ଥିବା ଗୀତ ଟି ହେଉଛି ,”ମଣିଷ ଗଛ ଲଗେଇବୁ ନାହିଁ ସେ କାହାରି ନୁହେଁ….. ପୁଅ ମୋର ବଡ଼ ମଣିଷ ସାହେବ ଲୋକ ,ଗାଉଁଲି ବାପ କୁ ପଚାରେ କିଏ….” | ତେବେ ବର୍ତ୍ତମାନ ସମୟରେ ପିଲା ମାନେ ବଡ଼ ହେବା ପରେ କିପରି ନିଜ ବାପା ମା ଙ୍କୁ ଅନାଦର କରି ପର କରି ଦେଉଛନ୍ତି ସେହି ସମ୍ପର୍କ ରେ ହିଁ ଏହି ଗୀତଟିରେ ଦର୍ଶା ଯାଇଛି |

ଅନେକ ପିଲା ଅଛନ୍ତି ଯେଉଁ ମାନେ ଚାକିରୀ ବାକିରି କରିବା ପରେ ନିଜ ବାପା ମା ଙ୍କୁ ବୃଦ୍ଧାଶ୍ରମ ରେ ଛାଡ଼ି ଦେଉଛନ୍ତି ନଚେତ ନିଜ ଗାଁ ମାଟିକୁ ଭୁଲି ବିଦେଶ ରେ ସେଟେଲ ହୋଇ ଯାଉଛନ୍ତି |

ଯେଉଁ ବାପା ମା ମାନେ ନିଜ ପିଲା କୁ ଭଲ ମଣିଷ ଟିଏ କରିବା ପାଇଁ ନିଜ ଜୀବନ କୁ ଜଳାଞ୍ଜଳି ଦେଇ ଦେଉଛନ୍ତି ସେହି ପିଲା ମାନେ ହିଁ ତାଙ୍କ ଉପରେ ଅତ୍ୟାଚାର କରିବାକୁ ପଛାଉ ନାହାଁନ୍ତି |

ଏହି ଘଟଣା କୁ ନେଇ ସପନ ଗୀତଟିକୁ ନିଜେ ଲେଖି ସୁନ୍ଦର ଭାବରେ ସ୍ୱର ଦେଇ ଗାଇଛନ୍ତି | ବିନା ମ୍ୟୁଜିକ ରେ ସେ ଗୀତ ଟିକୁ ଏଭଳି ଭାବେ ଗାଇଛନ୍ତି ଯାହାକି ଖୁବ ଆକର୍ଷଣୀୟ ଅଟେ | ଆଉ ଏହି ଗୀତ ଟିକୁ ଯିଏ ବି ଶୁଣିବ ସେ ନିହାତି ଭାବରେ ଭାବ ବିହ୍ଵଳ ହୋଇଯିବ ଯାହାକି ଏବେ ଏହି ଗୀତଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।