ରୁଟି_କରୁ_କରୁ_ଭାଇରାଲ_ହେଲା_ଗୀତ…ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ଏଇ ଭିଡ଼ିଓ….ପାଖାପାଖି1 Million ଲୋକ ଦେଖି ସାରିଲେଣି ଏଇ ଭିଡ଼ିଓ.

ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ଭିଡ଼ିଓ ପ୍ରତିଦିନ ଭାଇରାଲ ହୋଇ ଥାଏ ଯାହା ବେଳେ ବେଳେ ଖୁବ ଲୋକ ପ୍ରିୟତା ମଧ୍ୟ ହାସଲ କରି ଥାଏ | ତେବେ ଆଜି ଏକ ଘରୋଇ ମହିଳା ଙ୍କର ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ପ୍ରଶଂସା ନ କରି ରହି ପାରିବେ ନାହିଁ | ତେବେ ଏ ଜଣେ ପରିଚିତ ମହିଳା ନୁହଁନ୍ତି ବରଂ ଇଏ ଜଣେ ହେଉଛନ୍ତି ଘର ର ଗୃହିଣୀ ଯିଏ କି ରୁଟି କରୁ କରୁ ଗୋଟିଏ ଗୀତ ଗାଇ ଦେଲେ, ବାସ ତାପରେ ତାଙ୍କର ଏହି ସୁନ୍ଦର ଗୀତ ଟିଏ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି |

ଏବେ ଏବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଗୀତ ଭାଇରାଲ ହେଉଛି କିନ୍ତୁ ଦୁନିଆ ରେ ମଧ୍ୟ ଅନେକ ଏମିତି ଲୋକ ଅଛନ୍ତି ଯାହାକୁ ଆମେ ଜାଣି ନଥାନ୍ତି | ହେଲେ ସେମାନଙ୍କ କଣ୍ଠ ଏତେ ମଧୁର ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବା ପାଇଁ ଆପଣ ଙ୍କୁ ମନ ହେବ |
ଏହି ମହିଳା ଜଣଙ୍କ ମଧ୍ୟ ରୁଟି କରୁ ଥିବା ସମୟ ରେ ଏଭଳି ଭାବରେ ଗୀତ ଗାଇଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ମୁଗ୍ଧ ହୋଇ ଯିବେ | ଭାଇରାଲ ହୋଇ ଥିବା ଏହି ଭିଡ଼ିଓ ରେ ମହିଳା ଜଣଙ୍କ ଘରେ ରୁଟି କରୁ ଥିବାର ଦେଖିବାକୁ ମିଳିଛି ଆଉ ତାପରେ ମହିଳା ଙ୍କର କୁନି ପୁଅ ଆସି କହୁଛି ଯେ ମମି ଏକ ଗାନା ଗାଓ ତୋ |

ଏହାପରେ ପରେ ମହିଳା ଜଣଙ୍କ ଏକ ସୁନ୍ଦର ଗୀତ ଗାଇବାରେ ଲାଗି ପଡ଼ୁଛନ୍ତି | ଏହି ମହିଳା ଜଣଙ୍କ 1976 ମସିହା ର ଲୋକ ପ୍ରିୟ ଗୀତ ମେରୀ ନେଇନା ସାଅନ ଘାତ ଗୀତ ଗାଉଛନ୍ତି, ସେହି ଗୀତ ଟିକୁ ମହିଳା ଜଣଙ୍କ ଏତେ ସୁନ୍ଦର ସ୍ୱର ରେ ଗାଇଛନ୍ତି ଯେ ସୋସିଆଲ ମିଡ଼ିଆ ବ୍ୟବହାର କାରୀ ଭିଡ଼ିଓ ଟିକୁ ଦେଖି ଖାଲି ପ୍ରଶଂସା କରି ଚାଲିଛନ୍ତି |


ତେବେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଛି କି ମହିଳା ଜଣଙ୍କ ତଳେ ବସି ରୁଟି କରୁଛନ୍ତି ଆଉ ପୁଅ କହିବା ପରେ ହିଁ ଏକ ଗୀତ ଗାଉଛନ୍ତି | ଆଉ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ପୋଷ୍ଟ ହେବା ପରେ ମିଲିୟନ ଭିଅର୍ସ ହେଲେଣି |

ମେରୀ ନେଇନା ସାୱନ ଭାଦ ଗୀତ ଟି ମେହବୁବା ଚଳଚ୍ଚିତ୍ର ର ଏବଂ ଗୀତ ଟିକୁ ନିର୍ଦେଶନା ଦେଇଛନ୍ତି ଆଟେ ବୁରମାନ, ଗୀତ ଟିକୁ ଗାଇଛନ୍ତି ଲତା ମାଂଗେସଙ୍କର ଓ କିଶୋର କୁମାର | ହେଲେ ମହିଳା ଜଣଙ୍କ ଏହି ଗୀତ ଟିକୁ ଅତି ସୁନ୍ଦର ଭାବରେ ଗାଇ ଲୋକ ମାନଙ୍କର ହୃଦୟ କୁ କିଣି ନେଇଛନ୍ତି | ତେବେ ବେଳେ ବେଳେ ଏଭଳି ସୁନ୍ଦର ଗୀତ ଶୁଣିଲେ ମନର କିଛି ଦୁଃଖ ଦୂର ହୋଇ ଯାଇ ଥାଏ |