ଦେଖନ୍ତୁ LIVE ଭିଡିଓ ! ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା କଲେ ରୁଦ୍ର ଭାଇ..କହିଲେ ମୋ ଲୋକଙ୍କର କିଛି ହେଲେ ମୁଁ କାହାକୁ ଛାଡିବିନି..ଶୁଣନ୍ତୁ
ଲଗାଣ ବର୍ଷା କାରଣରୁ ବଢିବାର ଲାଗିଛି ଜଳସ୍ତର।ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ବର୍ତ୍ତମାନ ସୁଦ୍ଧା ହୀରାକୁଦର ମୋଟ ୪୦ ଟି ଗେଟ୍ ଦେଇ ଜଳ ନିଷ୍କାସନ କରା ଯାଉଛି। ରାଜ୍ୟରେ ତଳିଆ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହେବାରେ ଲାଗିଛି।ଏକର ଏକର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି। ରାଜ୍ୟର ପଚାଶ ପ୍ରତିଶତ ଅଞ୍ଚଳ ବନ୍ୟା ପରିସ୍ଥିତି ସାମ୍ନା କରୁଛନ୍ତି।
ତେବେ ମହାନଦୀର ବନ୍ୟା ଜଳ ପୁରୀ ଜିଲ୍ଲା ପିପିଲିରେ ଦୟାନଦୀ ଭାରତୀପୁର କାଜରୁ ମାଡ଼ିଛି ବନ୍ୟା ଜଳ । ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ପିପିଲି ଭାରତୀପୁର, କଣ୍ଟପୁର ସହିତ ହାଟସାହିର ମିର୍ଜାପୁର ଅଞ୍ଚଳ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଖୁବ୍ ଭୟଭୀତ ହୋଇ ପଡିଛନ୍ତି।
ତେବେ ସେପଟେ ରାଜ୍ୟର ଆଗ ଧାଡି ର ଯୁବ ନେତା ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀ ଙ୍କ ପୁତ୍ର ଅର୍ଥାତ୍ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ର ସ୍ଥିତି ସମୀକ୍ଷା କରିଛନ୍ତି।
ଝିପି ଝିପି ବର୍ଷାରେ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ସହିତ ବନ୍ୟା ଜଳ ଭିତରେ ପ୍ରବେଶ କରିଛନ୍ତି ସ୍ଥିତି ପରଖିଛନ୍ତି ବିଧାୟକ ରୁଦ୍ର ପ୍ରତାପ ମହାରଥୀ।ଏଥି ସହିତ ତଳିଆ ଅଞ୍ଚଳରେ ଲୋକ ମାନଙ୍କୁ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ବନ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ଜଳ ସେଚନ ବିଭାଗ ସଜାଗ ରହିଛି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ।
ତେବେ ରାଜ୍ୟର ଏଭଳି ବନ୍ୟା ପରିସ୍ଥିତିରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରା ଯାଉଛି। ଏଭଳି ବନ୍ୟା ପରିସ୍ଥିତିରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସବୁ ଅଞ୍ଚଳ ବୁଲୁଛନ୍ତି ଓ ଲୋକଙ୍କ ଟିକିନିଖି ଖବର ବୁଝୁଛନ୍ତି। ବନ୍ୟା ଅଞ୍ଚଳ ବୁଲି ବୁଲି ଅସହାୟ ଲୋକଙ୍କ କଥା ମଧ୍ୟ ବୁଝ ଥିବାର ଦେଖିବାକୁ ମିଳୁଛି।
ତେବେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ଯେ ସେମାନେ ଲୋକମାନଙ୍କର ସେବକ। ଲୋକଙ୍କ ଆଦେଶ ଓ ନିର୍ଦ୍ଦେଶରେ ସେମାନେ ଅନୁପ୍ରାଣିତ। ତେବେ ସବୁ ସମୟରେ ସବୁ ପରିସ୍ଥିତିରେ ସାଧାରଣ ଲୋକଙ୍କ ସହିତ ଯୋଗା ଯୋଗରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ।
ତେବେ କିଛି ଦିନ ପୂର୍ବରୁ ସ୍କୁଲ୍ ପିଲାଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନରେ ଭାତ ଡାଲମା ଖାଇ ଚର୍ଚ୍ଚାରେ ରହିଥିବା ବିଧାୟକ ରୁଦ୍ର ପ୍ରତାପ ମହାରଥୀ ବନ୍ୟା ପରିସ୍ଥିତିରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ପୁଣି ଥରେ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି।