Big News – ଗୁରୁତର ଅବସ୍ଥାରେ କ୍ରିକେଟର ରିଶଭ୍ ପନ୍ତ…ଡାକ୍ତର ଦେଲେ ବଡ ବୟାନ …
ତେବେ କାହାର ଯେ କେତେ ବେଳେ କେଉଁ ସମୟରେ କଣ ହେବ ତାହା କେହି ହେଲେ ମଧ୍ୟ କହି ପାରିବେ ନାହିଁ | କାରଣ ସଡ଼କ ଦୁର୍ଘଟଣା ସେ ସାଧାରଣ ଲୋକ ହେଉ କିମ୍ବା କେଉଁ ବଡ଼ ଷ୍ଟାର ହେଉ ସମସ୍ତ ଙ୍କ ସହିତ ଘଟି ଥାଏ ଆଉ ଏହି ଦୁର୍ଘଟଣା ପ୍ରତିଦିନ କେଉଁଠି ନା କେଉଁଠି ଦେଖିବା ପାଇଁ ମିଳୁଛି | ଏମିତି କି ଏହି ସଡ଼କ ଦୁର୍ଘଟଣା ରେ କେହି କେହି ନିଜ ଜୀବନ ମଧ୍ୟ ହରାଇ ବସି ଥାଆନ୍ତି ତ ଆଉ କେହି ଖୁବ ଗୁରୁତର ଅବସ୍ଥା ରେ ହସ୍ପିଟାଲ ରେ ପଡ଼ି ଯାଇଥାନ୍ତି ଯାହା ଦ୍ୱାରା ସେମାନଙ୍କୁ ବହୁତ କଷ୍ଟ ର ସାମ୍ନା କରିବା ପାଇଁ ପଡିଥାଏ |
ଏବେ ଏବେ ବଡ଼ ଦୁଃଖ ର ଖବର ଆସି ପହଞ୍ଚିଛି କି ଭାରତୀୟ କ୍ରିକେଟ ଦଳର ବ୍ୟାଟସ ମ୍ୟାନ ରିସଭ ପନ୍ତ ଦିଲ୍ଲୀ ରୁ ଘରକୁ ଫେରୁ ଥିବା ସମୟରେ କାର ଦୁର୍ଘଟଣା ର ସମ୍ମୁଖୀନ ହୋଇଛନ୍ତି | ଏହି କାର ଦୁର୍ଘଟଣା ରେ ରିସଭ ପନ୍ତ ଅନେକ ଆହାତ ହୋଇଛନ୍ତି ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ରିସଭ ଙ୍କ କାର ରାଲିଂ ସହିତ ମୁହାଁମୁହିଁ ଧକ୍କା ହେବା ପରେ କାର ରେ ନିଆଁ ଲାଗି ଯାଇ ଥିଲା |
ତେବେ ଏହା ପୂର୍ବରୁ ରିସଭ କାର ରୁ ଓହ୍ଲାଇ ଯାଇ ଥିଲେ | ସେଠାରେ ଉପସ୍ଥିତ ଲୋକ ଙ୍କ କହିବା ଅନୁଯାଇ ନିଆଁ କୁ ବହୁତ କଷ୍ଟ ରେ ନିୟନ୍ତ୍ରଣ କରାଯାଇ ଥିଲା | ଖବର ଅନୁଯାଇ ରିସଭ ଦିଲ୍ଲୀ ରୁ ଘରକୁ ଫେରୁ ଥିଲେ, ରୁରକିର ର ହାମଦପୁର ଝାଲ ରେ ଟର୍ନିଙ୍ଗ ପଏଣ୍ଟ ରେ ସେଠାରେ ହିଁ କାର ଦୁର୍ଘଟଣା ର ସମ୍ମୁଖୀନ ହୋଇ ଥିଲା | ରିସଭ ଙ୍କ ବିଏମଡବ୍ଲୁ କାର ଦୁର୍ଘଟଣା ଯୋଗୁଁ ବହୁତ ଭୟଙ୍କର ଦେଖା ଯାଉଥିଲା |
ତେବେ ଏହି ଦୁର୍ଘଟଣା ରେ ରିସଭ ପନ୍ତ ଙ୍କ ପିଠି, କପାଳ ଓ ଗୋଡ଼ ରେ ବହୁତ ଜୋର ରେ ଆଘାତ ଲାଗିଛି | ସୂଚନା ଅନୁଯାଇ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ଆଉ ତାଙ୍କୁ ଗୁରୁତର ଅବସ୍ଥା ରେ ଦିଲ୍ଲୀ ହସ୍ପିଟାଲ କୁ ନିଆ ଯାଇଛି | ତେବେ ଏଠାରେ କହି ରଖିବୁ କି ଜାନୁଆରୀ ର ପ୍ରଥମ ସପ୍ତାହ ରେ ଭାରତ କ୍ରିକେଟ ଦଳ ଶ୍ରୀଲଙ୍କା ବିପକ୍ଷ ରେ ପରବର୍ତ୍ତୀ ସିରିଜ ଖେଳିବ |
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି ଟ୍ୱଣ୍ଟି ଏବଂ ଅଡ଼ିଆଇ ସିରିଜ ହେବ ଯାହାକୁ ନେଇ ଟିମ ଇଣ୍ଡିଆ ଘୋଷଣା କରା ଯାଇଛି | କିନ୍ତୁ ଏହି ସିରିଜ ରୁ ରିସଭ ଙ୍କ ଆଘାତ କାରଣ ରୁ ବ୍ରେକ ଦିଆ ଯାଇଛି | ତେବେ ଏହି ଘଟଣା ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।