ଆଶ୍ଚର୍ଯ୍ୟ ! ରିକ୍ସା ଚଳାଉଥିବା ଲୋକର ଝିଅ ପହଞ୍ଚିଲା ମିସ୍ ଇଣ୍ଡିଆ ଷ୍ଟେଜ ରେ ହଠାତ…
ନିଜ ଖରାପ୍ ପରିସ୍ଥିତି କୁ ବାହାନା କରି ଅନେକ ଲୋକ ନିଜ ସ୍ବପ୍ନ କୁ ପୂରଣ କରି ନଥାନ୍ତି । କିନ୍ତୁ ଯାହାକୁ ନିଜ ସ୍ବପ୍ନ ପ୍ରତି ଭଲ ପାଇବା ଥିବ ସେ ଯେତେ କଠିନ ପରିସ୍ଥିତି ହେଲେ ମଧ୍ୟ ଏହାକୁ ସାମ୍ନା କରି ପାରିବ । ଆପଣ ଉଦାହରଣ ରୂପେ ଉତ୍ତର ପ୍ରଦେଶର ମାନ୍ୟ ସିଂହ କୁ ହିଁ ନେଇ ଯାଆନ୍ତୁ ।ମାନ୍ୟ ସିଂହ ଭିଏଲେଶିଶି ମିସ୍ ଇଣ୍ଡିଆ ୨୦୨୦ ର ଫାଷ୍ଟ ରାନର୍ ଅପ୍ ହୋଇଛନ୍ତି । ଆଉ ତେଲେଙ୍ଗାନା ର ମାନସା ବାରାଣସୀ ଏହି ସୋ ର ବିଜେତା ହୋଇ ଅଛନ୍ତି। ଏହା ସହିତ ମନିକା ସୀୟୋକାଣ୍ଡ ଦ୍ଵିତୀୟ ରନର ଅପ୍ ହୋଇଛନ୍ତି ।
ତେବେ ଯଦି ଆମେ ମାନ୍ୟ ସିଂହ ଙ୍କ କଥା କହିବା ତେବେ ସେ ଏହି ସଫଳତା ହାସଲ କରିବା ପାଇଁ ବହୁତ୍ ପରିଶ୍ରମ କରିଛନ୍ତି। ତେବେ ତାଙ୍କ ବାପା ଜଣେ ଅଟୋ ରିକ୍ସା ବାଲା ଅଟନ୍ତି । ତେବେ ଜଣେ ଅଟୋ ରିକ୍ସା ବାଲା ଝିଅ ମିସ୍ ଇଣ୍ଡିଆ ପ୍ରତିଯୋଗିତା ଷ୍ଟେଜ ଯାଏଁ ପହଞ୍ଚିବା କୌଣସି ଏକ ସହଜ କଥା ନୁହେଁ ।
ତେବେ ନିକଟ ରେ ମାନ୍ୟ ସିଂହ ନିଜ ସଂଘର୍ଷ କାହାଣୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ଇନ୍ସ୍ତାଗ୍ରମ୍ ରେ ନିଜ ପରିବାର ର ଫଟୋ ସହିତ ସେୟାର କରିଥିଲେ। ସେଥିରେ ସେ ଲେଖିଥିଲେ ପିଲା ଦିନରୁ ସେ କେତେ ଦୁଃଖ କଷ୍ଟ ରେ ବଢିଛନ୍ତି ଓ କେମିତି ଛୋଟ ଛୋଟ ଜିନିଷ ପାଇବା ପାଇଁ କେତେ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ ।
ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ପୋଷ୍ଟ ରେ ସେ ଲେଖିଛନ୍ତି ଯେ ମୁଁ କେତେ ରାତି ବିନା ନିଦରେ ବିନା ଖାଇବା ରେ ବିତାଇ ଅଛି। କେତେ ବାଟ ଚାଲିଛି , ନିଜ ଆଖିର ଲୁହ , ଝାଳ କୁ ନିଜ ର ଆତ୍ମା ର ଖାଦ୍ୟ ରୁପେ ଗ୍ରହଣ କରିଛି । ଆଉ ସ୍ବପ୍ନ ଦେଖିବା ପାଇଁ ସାହସ କରିଥିଲି ।
ଏହା ସହିତ ସେ ଆହୁରି କହିଛନ୍ତି ଯେ ଗୋଟିଏ ରିକ୍ସା ଚଳାଉଥିବା ବ୍ୟକ୍ତି ର ଝିଅ ହୋଇଥିବାରୁ ମତେ କେବେ ସ୍କୁଲ ଯିବା ପାଇଁ ସୁଯୋଗ ମିଳିଲା ନାହିଁ। ମୁଁ କିଶୋର ଅବସ୍ଥା ରୁ କାମ କରିବା ଆରମ୍ଭ କରିଥିଲି। ମୁଁ ଯେତେ ବି ଡ୍ରେସ ପିନ୍ଧିଛି ଏହି ସବୁ ଡ୍ରେସ ମୁ ନିଜେ ସିଲାଇ କରିଛି । ମତେ ପଢିବା ପାଇଁ ବହୁତ୍ ଇଛା ଥିଲେ ମଧ୍ୟ ମୁଁ ପଢ଼ିବାର ସୁଯୋଗ ପାଇ ନଥିଲି । ଶେଷରେ ମୋ ବାପା ମା ନିଜ ଗହଣା ବିକ୍ରି କରି ମୋ ସ୍କୁଲ୍ ଫିସ ଭରିଥିଲେ ଯେଉଁଥି ପାଇଁ ମୁଁ ନିଜର ଡିଗ୍ରୀ ହାସଲ କରି ପାରିଥିଲି।
ସେ ଆଗକୁ ଆହୁରି ଲେଖିଛନ୍ତି ଯେ ମୋ ମା ମୋ ପାଇଁ ବହୁତ୍ କିଛି ସହି ଅଛନ୍ତି। ମୁଁ ୧୪ ବର୍ଷ ରେ ଘର ଛାଡ଼ି ଦେଇଥିଲି ରାତି ରେ ବାସନ ମାଜିବା ସହିତ ଦିନ ରେ ନିଜ ପାଠ ପଢ଼ା ଦେଖିଥିଲି । ଏହା ପରେ କଲ୍ ସେଣ୍ଟର୍ କାମ କରି ପଇସା ବଞ୍ଚାଇ ଥାଏ ନିଜ ସ୍ବପ୍ନ କୁ ପୂରଣ କରିବା ପାଇଁ । ଶେଷରେ ସେ ଲେଖିଛନ୍ତି ଯେ ମୁଁ ଆଜି ସଫଳତା ପାଇ ପାରିଛି କେବଳ ମୋ ବାପା ମା ଓ ଭାଇ ଙ୍କ ପାଇଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।