ରାତିରେ ଶୋଇବା ପୁର୍ବରୁ ନିଜ ସ୍ତ୍ରୀ ସହ କରନ୍ତୁ ଏହି ୩ଟି କାମ, ଆପଣଙ୍କ ସମ୍ପର୍କରେ ଆସିବ ଅଧିକ ମିଠା ପଣ ଏବଂ ଖୁସି
ହିନ୍ଦୁଧର୍ମ ରେ ବିବାହ କୌଣସି ଉତ୍ସବ ଠାରୁ କମ୍ ନୁହେଁ। ଯେତେବେଳେ ପୁଅ ଓ ଝିଅ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୁଅନ୍ତି ସେତେବେଳେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଆଖ୍ୟା ଦିଆ ଯାଇଥାଏ। ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ବୋଲି କୁହା ଯାଏ। ସବୁ ଝିଅ ନିଜ ବିବାହ କୁ ନେଇ ଅନେକ ସ୍ବପ୍ନ ଦେଖି ଥାଆନ୍ତି।
ତାଙ୍କ ସ୍ବାମୀ ଦେଖିବା କୁ ସୁନ୍ଦର ହୋଇ ଥିବ ଓ ତାଙ୍କୁ ବହୁତ୍ ଭଲ ପାଉ ଥିବ। କୌଣସି କଷ୍ଟ ଅନୁଭବ କରିବା ପାଇଁ ଦୌ ନଥିବ କି କୌଣସି ପରିସ୍ଥିତି ରେ ଯେପରି ତା’ ହାତ ଛାଡ଼ି ଦେବନି।
ଠିକ୍ ସେହିପରି ଅନୁରୂପ ଭାବରେ ସ୍ବାମୀ ମଧ୍ୟ ସ୍ତ୍ରୀ ର ଭଲପାଇବା ସ୍ନେହ ଏବଂ ବିଶ୍ୱାସ କୁ ଆଧାର କରି ତାର ବୈବାହିକ ଜୀବନରେ ଏକ ଖୁସି ର ଝଲକ ଆଣିବାକୁ ଚେଷ୍ଟା କରିଥାଏ। କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଭଲପାଇବା, ବୁଝାମଣା ଏବଂ ଆନ୍ତରିକତା ରେ ଅଭାବ କାରଣରୁ ବିବାହର କିଛି ଦିନ ପରେ ମନ ମାଲିନ୍ୟ, ଝଗଡ଼ା ଆଦି ହେବା ଆରମ୍ଭ ହୋଇଯାଏ।
ସୁନ୍ଦର ସ୍ୱପ୍ନର ସଂସାର ଗଢିବାର ଆଶା ଏବଂ ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ।ତେବେ ଏଥିପାଇଁ ସେମାନେ ଉଭୟ ଚିନ୍ତାରେ ରହିଥାନ୍ତି ଏବଂ ଅନେକ ମାନସିକ ଅଶାନ୍ତି ଭିତରେ ଗତି କରିଥାନ୍ତି।ତେବେ ଏଥିପାଇଁ କଣ କରିବା ଦ୍ବାରା ସମ୍ପର୍କ ରେ ମଧୁରତା ଆସିବ ଏବଂ ଭଲପାଇବା ବଢ଼ିବ ଆସନ୍ତୁ ଜାଣିବା। ଯାହା ଆପଣଙ୍କୁ ଆପଣଙ୍କ ସ୍ତ୍ରୀ ସହିତ ରାତ୍ରି ସମୟରେ ଶୋଇବା ପୂର୍ବରୁ କରିବାକୁ ପଡ଼ିବ।
୧) ରୋମାଣ୍ଟିକ କଥା ହୁଅନ୍ତୁ- ପରସ୍ପର ଭିତରେ ଭଲପାଇବା ର ଅତୁଟ ବନ୍ଧନ ରଖିବାକୁ ହେଲେ ରାତିରେ ଶୋଇବା ପୁର୍ବରୁ ସ୍ତ୍ରୀ ର ମନ କଥା ଶୁଣନ୍ତୁ, ତାଙ୍କ ସହ ରୋମାଣ୍ଟିକ କଥା ହୁଅନ୍ତୁ। ତାଙ୍କୁ ବୁଝାନ୍ତୁ ଏବଂ ସାନ୍ତ୍ଵନା ମଧ୍ୟ ଦିଅନ୍ତୁ।
୨) ପ୍ରଶଂସା କରନ୍ତୁ- ସବୁଝିଅ ଙ୍କୁ ପ୍ରଶଂସା ଶୁଣିବାକୁ ବହୁତ ଭଲ ଲାଗିଥାଏ।ତେଣୁ ଆପଣ ମଧ୍ୟ ଶୋଇବା ପୂର୍ବରୁ ନିଜ ସ୍ତ୍ରୀ ର କିଛି କାର୍ଯ୍ୟ ବା ଗୁଣକୁ ନେଇ ପ୍ରଶଂସା କରନ୍ତୁ। ଯାହାଦ୍ଵାରା ଆପଣଙ୍କ ସ୍ତ୍ରୀଙ୍କ ଭଲପାଇବା ଆପଣ ଅଧିକ ପାଇ ପାରିବେ ଏବଂ ତାଙ୍କର ମଧ୍ୟ ଆପଣଙ୍କ ପ୍ରତି ସମ୍ମାନ ଏବଂ ଭଲପାଇବା ବଢ଼ିବ।
୩) କୁଣ୍ଢାଇ ଶୁଅନ୍ତୁ- ଯଦି ଆପଣ ଶୋଇବା ବେଳେ ସ୍ତ୍ରୀକୁ କୁଣ୍ଢେଇ ଧରି ଶୋଇବେ ତାହାଲେ ସ୍ତ୍ରୀ ଦିନସାରା ର ସମସ୍ତ କଷ୍ଟ କୁ ଭୁଲିଯିବ ଏବଂ ଏହାଦ୍ଵାରା ତାଙ୍କୁ ବହୁତ ମାତ୍ରାରେ ସହଯୋଗ ମଧ୍ୟ ମିଳିବ ଏବଂ ଆପଣ ଦୁଇଜଣଙ୍କ ଭିତରେ ଭାବନାତ୍ମକ ପରିବେଶ ସୃଷ୍ଟି ହେବ ଏବଂ ଭଲପାଇବା ବଢ଼ିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।