ରାନୁ ମଣ୍ଡଳ ଙ୍କ ପରି ପୁଣି ଥାନାର ଦ୍ୱାରସ୍ଥ ହେଲେ ‘ବାବା କା ଢାବା’ର ମାଲିକ, ୟୁଟ୍ୟୁବରଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ…..

ଆପଣ ଜାଣିଛନ୍ତି ସୋସିଆଲ ମିଡିଆରେ କିଭଳି ଭାବରେ ଭାଇରାଲ ହୋଇଥିଲା ବାବା କା ଢ଼ାବା ନାମକ ଏକ ଢ଼ାବା। ଯାହା ସେହି ସମୟରେ ସୋସିଆଲ ମିଡିଆର ସେନସେସନ୍ ପାଲଟି ଥିଲା।ତେବେ ଇଣ୍ଟରନେଟରେ ରାତାରାତି ଚର୍ଚ୍ଚାକୁ ଆସିଥିଲା ବାବା କା ଢାବା। ଦିଲ୍ଲୀ ମାଲବୀୟ ନଗରରେ ଏକ ବୟସ୍କ ବ୍ୟକ୍ତି ନିଜର ସ୍ତ୍ରୀଙ୍କ ସହିତ ଢ଼ାବା ଚଲାଉଛନ୍ତି, ଯାହାଙ୍କର ନାମ ‘ବାବା କା ଢ଼ାବା’।

ସେହିପରି ଏହି ଢ଼ାବା ଟି ଏବେବି ମଧ୍ୟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। କାରଣ ଯିଏ ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ ପୂର୍ବରୁ ଲକଡାଉନ ପରେ ତାଙ୍କ ଢ଼ାବାକୁ କେହି ଲୋକ ଖାଇବାକୁ ଆସୁ ନଥିଲେ।

ଯେଉଁ କାରଣରୁ ସେ ବହୁତ୍ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲେ। କିନ୍ତୁ ହଠାତ୍ ସେ ଫେମାସ୍ ହୋଇ ଯାଇଥିଲେ। ଥରେ ଜଣେ ବ୍ୟକ୍ତି ତାଙ୍କ ଦୋକାନରେ ପହଁଚିଲେ ଆଉ ବୟସ୍କ ବ୍ୟକ୍ତିଙ୍କ ପୂରା କାହାଣୀ ଶୁଣି କାନ୍ଦି ପକାଇଲେ। ଯାହାପରେ ତାଙ୍କର ଦୁଃଖ କାହାଣୀର ପୂରା ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରିଦେଲେ।

ଆଉ ଦେଖୁ ଦେଖୁ ଭିଡିଓଟି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ମୋବାଇଲ ରେ ବି ଘୂରି ବୁଲିଲା।ତାପରେ ଏହି ଭିଡିଓ ଟି ସେହି ବୃଦ୍ଧଙ୍କ ଭାଗ୍ୟକୁ ବଦଳାଇ ଦେଇଥିଲା। ରାତା ରାତି ସେ ଷ୍ଟାର୍ ବନି ଯାଇଥିଲେ।ତେବେ ଏବେ ଏହି ବାବା କା ଢାବା ନାମରେ ପଇସା ହେରଫେର ହେଉଥିବା ଅଭିଯୋଗ ଆସିଛି। ଯାହାକୁ ନେଇ ଏହା ପୁଣି ଚର୍ଚ୍ଚାର ପରିସରକୁ ଆସିଛି।

ତେବେ ଯାହା ଖବର ରହିଛି ସେହି ଅନୁସାରେ ଏହି ‘ବାବା କା ଢାବା’କୁ ଅନେକ ଲୋକ ଡୋନେସନ ବା ଚାନ୍ଦା ଦେଇଥିଲେ। ଯାହା ଏବେ ହେରଫେର ହେଉଛି ବୋଲି ଅଭିଯୋଗ ହୋଇଛି। ଏହି ମାମଲାରେ ଜଣେ ୟୁଟ୍ୟୁବର ଲକ୍ଷ ଚୌଧୁରୀ ଙ୍କ ଉପରେ ଆରୋପ ଲଗାଇଛନ୍ତି। ସେ କହିଛନ୍ତି କି, ବାବା କି ଢାବାର ମାଲି କାନ୍ତା ପ୍ରସାଦଙ୍କ ପାଖକୁ ଆସୁଥିବା ଅର୍ଥ ତାଙ୍କ ପାଖକୁ ନ ଆସି ଯେଉଁ ବ୍ୟକ୍ତି ଭିଡିଓ କରି ୟୁଟ୍ୟୁବ ରେ ଭିଡିଓ ଭାଇରଲ କରିଥିଲେ।

ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଉଛି।ତେଣୁ କାନ୍ତା ପ୍ରସାଦ ଅର୍ଥ ହେରଫେର ମାମଲାରେ ମାଲବୀୟ ନଗର ଥାନାରେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ହେଉଛି।

ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ କାନ୍ତା ପ୍ରସାଦ ୟୁଟ୍ୟୁବର ଗୌରବ ପ୍ରସାଦଙ୍କ ବିରୋଧରେ ଥାନାରେ କେସ କରିଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ବୃଦ୍ଧ କାନ୍ତା ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଚାଲିଛି। କିନ୍ତୁ ଏପର୍ଯନ୍ତ ଏହି ମାମଲାରେ କୌଣସି ଏଫଆଇଆର ଦାୟର ହୋଇନାହିଁ।ତେବେ ଏହି ଘଟଣା ସାମ୍ନା କୁ ଆସିବା ପରେ କିନ୍ତୁ ସୋସିଆଲ ମିଡିଆରେ ଏହାର ପ୍ରଚାର ପ୍ରସାର ବହୁତ୍ ପରିମାଣରେ ହେଉଥିବାର ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।