ଦେଖନ୍ତୁ VIRAL ଭିଡ଼ିଓ – ଯାତ୍ରାରେ ଆଇଁଷ ନ ରହିଲେ ଭଲ ଲାଗିବନି , ରାଣୀକୁ ଜୋତା ମାରି କେହି ବଡ଼ ହେଇଯିବେନି :ରୁଦ୍ରମନ…

ତେବେ ଆପଣ ତ ଜାଣିଛନ୍ତି କିଛି ଦିନ ତଳେ ଭଦ୍ରକ ର କାଳୀପୂଜା ଯାତ୍ରା ରେ ଜଣେ ମହିଳା ଆଇଟମ ଗାର୍ଲ ରାଣୀ ପ୍ରିୟଦର୍ଶନି ଙ୍କ ଉପରେ ଜୋତା ଫିଙ୍ଗି ଥିଲେ ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇ ଥିଲା | ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ କଳାକାର ରୁଦ୍ରମନ ନିଜର କିଛି ପ୍ରତିକ୍ରିୟା ରଖିଛନ୍ତି |

ସେ କହିଛନ୍ତି କି, ପ୍ରଥମେ ମୁଁ କହିବି ରାଣୀ ପ୍ରିୟଦର୍ଶନି ତମ କାମ ତମେ କରିଛ ଆଉ ରାଣୀ ଙ୍କୁ ଜୋତା ମାରିକି କଣ କେହି ଉପରକୁ ଉଠିଯିବ | ତେବେ ଲୋକ ଦେଢ଼ଶହ ଦୁଇଶହ ଟଙ୍କା ର ଟିକେଟ ଦେଖିବେ ଆଉ ଯାତ୍ରା ଦେଖିବେ ଆଉ ବହୁତ ୟଙ୍ଗ ଲୋକ ଅଛନ୍ତି ଯେଉଁ ମାନେ ବାସ ମେଲୋଡି ଦେଖିକି ପଳେଇ ଆସନ୍ତି ସେମାନଙ୍କର ବହି ଭିତରେ କିଛି ମତଲବ ନଥାଏ | ରାଣୀ ପ୍ରିୟଦର୍ଶନି ହେଉଛନ୍ତି ହଟ ଡ୍ୟାନ୍ସ କେବଳ ଆଇଟମ ଗୀତରେ ଡ୍ୟାନ୍ସ କରନ୍ତି |

ଆଉ ଆଇଟମ ନ ରହିବ ଅର୍ଥାତ ଯେଉଁଠି ଆଇଁଷ ନ ରହିବ ସେଠି ଭଲ ଲାଗିବ ନାହିଁ | ଆମେ ମେଲୋଡି କରୁଛୁ ଯେଉଁଠି ନାଚ ନଥିବ ସେଠି କଣ କରିବ ଆଉ ଗୋଟେ ଲିମିଟ ରେ ରହିବ ଯେତିକି କପଡା ଦରକାର ସେତିକି ପିନ୍ଧିକି ନାଚିବ | ତେବେ ରାଣୀ ଉପରେ କମିଟି ଅଛି ତା ଉପରେ ମାଲିକ ଅଛି ଆଉ ତାଙ୍କ ମାଲିକ ଯାହା କହିବ ସେଇୟା | ତେଣୁ କମିଟି ମାଲିକ ଆଇଟମ ଗାର୍ଲ କୁ ନେଇଛନ୍ତି ସେ ନାଚିବେ ଯେମିତି କହିବ ସେ ସେମିତି ନାଚିବେ ଏଥି ରାଣୀ ର ଅସୁବିଧା କଣ ରହିଲା | ଆଉ ଯେଉଁ ୟଙ୍ଗ ଦର୍ଶକ ଯାତ୍ରା ଦେଖିବା ପାଇଁ ଯାଉଛନ୍ତି ସେମାନେ ଯଦି ଟିକେ ହଟ ଡ୍ୟାନ୍ସ ନ ଦେଖିବେ ତେବେ ସେ ପଇସା ଟା ଉଠିବ କୋଉଠୁ |

ଆଉ ସେ ମ୍ୟାଡ଼ାମ ଯୋଉ ଜୋତା ମାରିଲେ ସେ କାହିଁକି ଏମିତି ମାରିଲେ ବୋଧେ ଘରେ କାହା ଉପରେ ରାଗିକି ଆସି ଥିଲେ ସେହି ରାଗଟା ସୁଜେଇ ଦେଲେ | ଯାତ୍ରା ରେ ଯୋଉ ରେପ ସିନ ହେଉଛି, କମେଡି ରେ ଯୋଉ ନିମ୍ନ ସ୍ତର ର କଥା ହେଉଛନ୍ତି ତାହା କଣ ପ୍ରଭାବ ପଡୁନି କି ତେବେ ରାଣୀ ଙ୍କ ଉପରେ କାହିଁକି ରାଗ ରାଣୀ ଙ୍କୁ କଣ ପାଇଁ ଜୋତା ମାରିଲେ | ମେଲୋଡି ରହିଲେ ଦର୍ଶକ ରହିବେ ଆଉ ବିନା ମେଲୋଡି ରେ ଯାତ୍ରା କରି ଦେଲେ ତମେ କଣ ସଫଳ ହୋଇଯିବ ଆଉ ମଞ୍ଚରେ ସମସ୍ତେ ସମାନ କେହି ବଡ଼ ନୁହଁ କେହି ଛୋଟ ନୁହଁ | ଆଉ ମୋ କହିବା ରେ ରାଣୀ ଏଠି ମନ ଦୁଃଖ କରିବାରେ କିଛି ନାହିଁ ରାଣୀ ତମର ଟ୍ୟାଲେଣ୍ଟ ଅଛି ତମେ ବହୁତ ଆଗକୁ ଯିବ ବୋଲି ରୁଦ୍ରମନ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।